ନର୍ସଙ୍କୁ ଧମକ: କ୍ୟାମେରା ସାମ୍ନାରେ କାହିଁକି ମୁହଁ ଖୋଲିଲ, ସସ୍ପେଣ୍ଡ ନୁହେଁ, ସିଧା ଜେଲ୍ ଯିବ, କିଏ ଓ କାହିଁକି, ଶୁଣନ୍ତୁ ଅଡିଓ କ୍ଲିପ୍
1/06/2020 at 5:01 PM

ବାଲେଶ୍ବର୧/୬: ନର୍ସଙ୍କୁ କୋଭିଡ୍ ହସ୍ପିଟାଲର ବରିଷ୍ଠ ଅଧିକାରୀଙ୍କ ଧମକ। ସେହି ବରିଷ୍ଠ ଅଧିକାରୀ ଧମକରେ କହିଛନ୍ତି ଯେ, ତମେ କାଲି ଜେଲ ଯିବ, କଲେକ୍ଟର ଯେମିତି ରାଗିକି ଅଛନ୍ତି ତମକୁ ସସ୍ପେଣ୍ଡ କଣ ସିଧା ଜେଲକୁ ପଠାଇ ଦେବେ। ତମେ ଜାଣି ନାହଁ, ଜିଲ୍ଲାପାଳ କଣ କଣ କରି ପାରିବେ। ତମେ କାହିଁକି କ୍ୟାମେରା ଆଗରେ କହିଲ, ଏମିତି ଅନେକ କଥା କହି ସେମାନଙ୍କୁ ଧମକ ଦେଇଛନ୍ତି ୨ ବରିଷ୍ଠ ଅଧିକାରୀ।ଆଉ ଥରେ ଶୁଣି ନିଅନ୍ତୁ କଣ କହି ସେମାନଙ୍କ ଡରାଉଛନ୍ତି…..
ଏହି କୋଭିଡ୍ ହସ୍ପିଟାଲ ୨ ଜଣ ବରିଷ୍ଠ ଅଧିକାରୀ ନର୍ସଙ୍କୁ ଏମିତି କହି ଧମକ ଦେଇଛନ୍ତି। ଏହି ୨ ଜଣ ଡାକ୍ତର ବାଲେଶ୍ବର ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ବଡ ବଡ ପଦବୀରେ ଅଛନ୍ତି। ବାଲେଶ୍ବର ସହରରେ ଏକ ଘରୋଇ ହସ୍ପିଟାଲରେ ୧୨୦ ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲ କରାଯାଇଛି । ଆଉ ସେହି କୋଭିଡ୍ ହସ୍ପିଟାଲରେ କାର୍ଯ୍ୟରତ ଦୁଇ ଜଣ ନର୍ସ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ଅନ୍ୟ ନର୍ସମାନେ ସେମାନଙ୍କ ସ୍ବାବ ଟେଷ୍ଟ ପାଇଁ ଅଡି ବସିଥିଲେ। ତାହା ସହ ସେମାନେ ମାସିକ ମାତ୍ର ଚାରି ହଜାର ଟଙ୍କା ଦରମା କାମ କରୁଛନ୍ତି। ନର୍ସମାନେ କୋଭିଡ୍ ହସ୍ପିଟାଲରେ ଡ୍ୟୁଟି କରୁଥିବାରୁ ଅଧିକ ପାରଶ୍ରମିକ ଦାବି କରିଥିଲେ। ତେବେ ସେମାନେ ଶାନ୍ତିପୂର୍ଣ୍ଣ ଭାବେ ଭାବେ ସେମାନଙ୍କର ଦାବି ଜଣାଇଥିଲେ।
ଏଭଳି ପରିସ୍ଥିତିରେ ସେମାନେ କାର୍ଯ୍ୟ ବନ୍ଦ କରି ନଥିଲେ। ଗଣମାଧ୍ୟମ ପ୍ରତିନିଧିମାନେ ପହଁଞ୍ଚି ନର୍ସମାନଙ୍କ ପ୍ରତିକ୍ରିୟା ନେଇଥିଲେ । ତେବେ କାହିଁକି କ୍ୟାମରା ଆଗରେ ପ୍ରତିକ୍ରିୟା ରଖିଲ, ସେଥିପାଇଁ ସେମାନଙ୍କ ମାନସିକ ନିର୍ଯ୍ୟାତନା ଦିଆଯାଉଥିବା ଅଭିଯୋଗ ହୋଇଛି।