Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଣ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ: ୫ ମୃତ, ଅନେକ ଆହତ ହୋଇଛନ୍ତି, କ୍ଷତିପୂରଣ ଘୋଷଣା କଲେ ସିଏମ
  • ||
  • ଆସୁଛି ଲଘୁଚାପ, ୨୮ରୁ ୩ ଦିନ ବର୍ଷିବ: ଦକ୍ଷିଣରେ ହାଲକା ବର୍ଷା ସମ୍ଭାବନା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୫୮୫ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୪୯ କୋଭିଡ୍ ପଜିଟିଭ୍
  • ||
  • ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ଅପରାହ୍ନ ୪ଟାରୁ ରାତି ୮ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ
  • ||

କାହିଁକି ଟି-୨୦ ଅଧିନାୟକ ପଦ ଛାଡିଲେ କୋହଲି ? ନିଜେ କହିଲେ ଦୁଇଟି ବଡ କାରଣ

11/10/2021 at 4:11 PM

ନୂଆଦିଲ୍ଲୀ ୧୧।୧୦: ବିରାଟ କୋହଲି ବିଶ୍ଵ କପ୍ ପରେ ଭାରତୀୟ ଟି-୨୦  ଦଳର ଅଧିନାୟକ ପଦରୁ ଅବ୍ୟାହତ ନେବେ। ଏଥିସହ ଚଳିତ ଆଇପିଏଲ ପରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଦଳର ଅଧିନାୟକ ପଦ ମଧ୍ୟ ଛାଡିବେ। ବିରାଟ ୨୦୦୮ରୁ ଏହି ଫ୍ରାଞ୍ଚାଇଜି ସହ ରହିଛନ୍ତି। ତାଙ୍କୁ ୨୦୧୩ରେ ଦଳର ଅଧିନାୟକ କରାଯାଇଥିଲା। ସେ କାହିଁକି ଦୁଇ ଦଳରୁ ଅଧିନାୟକ ପଦ ଛାଡିବେ କୋଲକାତା ବିପକ୍ଷ ଏଲିମିନେଟର ମୁକାବିଲା ପୂର୍ବରୁ ଏହାର କାରଣ କହିଛନ୍ତି କୋହଲି। ଆରସିବି ପାଇଁ ଏହା ଦୁର୍ଭାଗ୍ୟପୂର୍ଣ୍ଣ କୁହାଯିବ ଯେ, କୋହଲିଙ୍କ ନେତୃତ୍ଵରେ ଦଳ ଫାଇନାଲ୍‌ରେ ପହଞ୍ଚି ଥିଲେ ମଧ୍ୟ ଟାଇଟଲ୍ ଜିତି ପାରି ନାହିଁ। ହେଲେ ବିଗତ ସିଜିନରେ ଆରସିବି ଲଗାତାର ପ୍ଲେ ଅଫ୍‌ରେ ପହଞ୍ଚିବାରେ ସଫଳ ହୋଇଛି।

କାହିଁକି ଛାଡିଲେ  ଅଧିନାୟକ ପଦ

ଷ୍ଟାର ସ୍ପୋର୍ଟ୍ସ ସହ ଆଲୋଚନା ବେଳେ କୋହଲି ଟି-୨୦ରୁ ଅଧିନାୟକ ପଦ ଛାଡିବାର କାରଣ କହିଛନ୍ତି। ସେ ଅଧିନାୟକ ଛାଡିବା ପଛରେ ଦୁଇଟି କାରଣ ଦର୍ଶାଇଛନ୍ତି। ପ୍ରଥମଟି ହେଲା ଅଧିକ କାର୍ଯ୍ୟଭାର ଏବଂ ଦ୍ଵିତୀୟଟି ହେଉଛି କୋହଲି ନିଜ ଦାୟିତ୍ଵ ସହ ସଚ୍ଚୋଟ ରହିବାକୁ ଚାହାନ୍ତି।

କୋହଲି କହିଛନ୍ତି, ମୋତେ ଯେଉଁ ଦାୟିତ୍ଵ ଦିଆଯାଇଛି, ଯଦି ସେଥିରେ ମୁଁ ନିଜର ୧୨୦ ପ୍ରତିଶତ ଦେଇ ପାରିବି ନାହିଁ ତେବେ ଉକ୍ତ ପଦକୁ ଜାବୁଡି ଧରିବାର ବ୍ୟକ୍ତି ମୁଁ ନୁହେଁ। ମୋତେ କୌଣସି ଜିନିଷରେ ସେତେ ସ୍ଫୃହା ନାହିଁ। ଏହି କଥାକୁ ମୁଁ ସ୍ପଷ୍ଟ ଭାବେ ମାନିଥାଏ ବୋଲି କୋହଲି କହିଛନ୍ତି। ଅନ୍ୟପଟେ କାର୍ଯ୍ୟଭାର ଅଧିକ ରହୁଥିଲା। ତେଣୁ ଏହି ଦୁଇଟି ଦିଗକୁ ଦୃଷ୍ଟିରେ ଅଧିନାୟକ ପଦ ଛାଡୁଥିବା କୋହଲି କହିଛନ୍ତି।

ସୂଚନାଯୋଗ୍ୟ, ଆଇପିଏଲ ୨୦୨୧ର ଆଜି ଖେଳାଯିବାକୁ ଥିବା ଏଲିମିନେଟର ମୁକାବିଲାରେ ମୁହାଁମୁହିଁ ହେବେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ କୋଲକାତା ନାଇଟ୍ ରାଇଡର୍ସ। ଉଭୟ ଦଳ ପାଇଁ ଏହି ମ୍ୟାଚ୍ ‘କର ବା ମର’ ସଦୃଶ ହୋଇଛି। ଜିତିବା ଦଳ କ୍ଵାଲିଫାୟର-୨ ଖେଳିବ ଏବଂ ହାରିବା ଦଳ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡିବ। ଏହି ଗୁରୁତ୍ଵାପୂର୍ଣ୍ଣ ମୁକାବିଲା ସାରଜାରେ ଖେଳାଯିବ।

   Related Posts