Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଦୁଇ ମାସ ଧରି ହୋଟେଲ୍‌ରେ କଣ ପାଇଁ ରହିଥିଲେ ସୁଶାନ୍ତ ? କଣ ରହିଛି ଭୂତ-ପ୍ରେତର କନେକ୍ସନ ? ସିବିଆଇ କରିବ ଯାଞ୍ଚ

25/08/2020 at 4:29 PM

ମୁମ୍ବାଇ ୨୫।୦୮: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଅସ୍ଵାଭାବିକ ମୃତ୍ୟୁ ମାମଲାରେ ତଦନ୍ତ କରୁଥିବା କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା(ସିବିଆଇ) ଦଳର ନଜର ଏବେ ମୁମ୍ବାଇର ଓ୍ଵାଟର ଷ୍ଟୋନ ହୋଟେଲ-କ୍ଲବ୍‌ ଉପରେ ରହିଛି। ପରିବାର ଅଭିଯୋଗ କରିଛନ୍ତି ଏହି ରିସର୍ଟକୁ ଅସିବା ପରେ ସୁଶାନ୍ତଙ୍କ ପରିବାର ସହିତ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା। ରିୟା ସୁଶାନ୍ତଙ୍କୁ ଧରି ଏହି ରିସର୍ଟ ଆସିଥିଲେ। ଏଠାରେ ସେମାନେ ଦୁଇ ମାସ ଅତିବାହିତ କରିଥିଲେ।

ଉଲ୍ଲେଖନୀୟ ଅଭିନେତା ସୁଶାନ୍ତ ସିଂହ ରାଜପୁତ ବାନ୍ଦ୍ରା ସ୍ଥିତ ବାସଭବନରେ ରହୁଥିଲେ। ଉକ୍ତ ଘରେ ଭୂତ ପ୍ରେତ ଥିବା କୁହାଯାଉଥିଲା। ଏଥିପାଇଁ ସୁଶାନ୍ତ ଓ ରିୟା ଓ୍ଵାରଟ ଷ୍ଟୋନ ହୋଟେଲ-କ୍ଲବରେ ରହିଥିଲେ। ସିବିଆଇର ଟିମ୍ ଗତକାଲି ଏହି  ହୋଟେଲ୍‌ରେ ଷ୍ଟାଫ ମ୍ୟାନେଜରଙ୍କୁ ମଧ୍ୟ ଜେରା କରି ସାରିଛି। ସିବିଆଇ ଏହି ସୂଚନା  ସଂଗ୍ରହ କରୁଛି ଯେ, ଏଠାରେ ରହିବା ସମୟରେ ସୁଶାନ୍ତ ସିଂହଙ୍କୁ କେଉଁ କେଉଁ ଲୋକ ଭେଟିବାକୁ ଆସିଥିଲେ।

ହୋଟେଲ ଓ୍ଵାଟର ଷ୍ଟୋନ ହୋଟେଲ-କ୍ଲବର ସିସିଟିଭି ବିଷୟରେ ମଧ୍ୟ ସିବିଆଇ ତଥ୍ୟ ସଂଗ୍ରହ କରୁଛି। ଅପରପକ୍ଷେ ରିୟା ଚକ୍ରବର୍ତ୍ତୀ ଆଧ୍ୟାତ୍ମକ ଗୁରୁ ମହେଶ ଯୋଶୀଙ୍କୁ ହୋଟେଲକୁ ନେଇ ଆସିଥିଲେ। ମହେଶ ଯୋଶୀ ସୁଶାନ୍ତଙ୍କୁ ନେଇ ଆଧ୍ୟାତ୍ମିକ ପୂଜାପାଠ କରିଥିଲେ। ଆଧ୍ୟାତ୍ମିକ ଗୁରୁ ମହେଶ ଯୋଶୀଙ୍କୁ ମଧ୍ୟ ସିବିଆଇ ଜେରା କରିବାକୁ ଯାଉଛି।

ସିବିଆଇ ପାଖରେ ଅନେକ ପ୍ରଶ୍ନ ରହିଛି, ଯାହାର ଉତ୍ତର ଜାଣିବାକୁ ତଦନ୍ତକାରୀ ଟିମ୍ ପ୍ରୟାସ ଜାରି ରଖିଛି। ପ୍ରଥମ ପ୍ରଶ୍ନ ଏହା ଯେ, ସୁଶାନ୍ତ ଶେଷ ଦୁଇ ମାସ ଏଠାକୁ କଣ ପାଇଁ ରହିଥିଲେ? ଦ୍ଵିତୀୟ ପ୍ରଶ୍ନ କାହା କହିବାନୁସାରେ ସେମାନେ ଏଠି ରହିଥିଲେ ? ତୃତୀୟ ପ୍ରଶ୍ନ- ଫ୍ଲାଟରେ ଭୂତ ପ୍ରେତର ଘଟଣା କଣ ?

ଏହା ମଧ୍ୟରେ ଫିଲ୍ମ ନିର୍ମାତା ସନ୍ଦୀପ ସିଂହଙ୍କ କଲ ରେକର୍ଡ ସାମ୍ନାକୁ ଆସିଛି। କଲ୍ ରେକର୍ଡରୁ ଖୁଲାସା ହୋଇଛି ଯେ ସନ୍ଦୀପ ସିଂହ ଗତ ଏକ ବର୍ଷ ହେବ ସୁଶାନ୍ତଙ୍କୁ ଥରୁଟିଏ ମଧ୍ୟ ଫୋନ କରି ନାହାନ୍ତି। ଗତ ଏକ ବର୍ଷରେ ଉଭୟଙ୍କ ମଧ୍ୟରେ କୌଣସି କଥାବାର୍ତ୍ତା ହୋଇ ନାହିଁ। ସନ୍ଦୀପ ସୁଶାନ୍ତଙ୍କୁ ନିଜର ସାଙ୍ଗ ବୋଲି କହିଥିଲେ। ହେଲେ ସୁଶାନ୍ତଙ୍କ ପରିଜନଙ୍କ ଅନୁଯାୟୀ ସନ୍ଦୀପ ବିଷୟରେ ସେମାନେ କିଛି ଜାଣି ନାହାନ୍ତି।

ଯେବେ ସୁଶାନ୍ତ ସିଂହଙ୍କ ପରିବାର ସନ୍ଦୀପଙ୍କ ବିଷୟରେ ଜାଣି ନାହାନ୍ତି ଏବଂ ସନ୍ଦୀପ ସୁଶାନ୍ତଙ୍କ ସହ ଗୋଟିଏ ବର୍ଷ ହେଲା କଥା ହୋଇ ନାହିଁ ତେବେ ତାଙ୍କ ମୃତ୍ୟୁ ପରେ ସେ ହସ୍ପିଟାଲ କେମିତି ପହଞ୍ଚିଥିଲେ। ବିଜେପି ନେତା ସୁବ୍ରମଣ୍ୟମ ସ୍ଵାମୀ ପ୍ରଶ୍ନ କରିଛନ୍ତି ଯେ ସନ୍ଦୀପ ଦୁବାଇ କଣ ପାଇଁ ଏବଂ କେତେ ଥର ଯାଇଛି ଏହାକୁ ନେଇ ଯାଞ୍ଚ କରାଯାଉ।

   Related Posts