ମୁମ୍ବାଇ ୬/୪: ବଲିଉଡରେ ଏମିତି କିଛି ଅଭିନେତ୍ରୀ ଅଛନ୍ତି ଯେଉଁମାନେ କେବଳ ନିଜ ଦେଶରେ ନୁହେଁ ବରଂ ବିଦେଶରେ ମଧ୍ୟ ନିଜ ଦେଶର ଖ୍ୟାତି ବଢ଼ାଇଛନ୍ତି। ସୁଚିତ୍ରା ସେନ୍ ସେମାନଙ୍କ ମଧ୍ୟରୁ ଜଣେ ଥିଲେ। ‘ଆନ୍ଧୀ’ ଫିଲ୍ମ ପାଇଁ ଆଜି ମଧ୍ୟ ଲୋକଙ୍କ ମନରେ ରାଜ କରୁଥିବା ସୁଚିତ୍ରା ସେନଙ୍କ ଆଜି ୮୪ତମ ଜୟନ୍ତୀ।
{"id":100826,"width":591,"height":568}ସୁଚିତ୍ରା ସେନ ୧୯୩୧ ମସିହା ଅପ୍ରେଲ୍ ୬ତାରିଖରେ ବାଙ୍ଗଲାଦେଶର ପବନା ଜିଲ୍ଲାରେ ଜନ୍ମ ହୋଇଥିଲେ। ଏହା ସେତେବେଳେ ଭାରତରେ ଥିଲା। ସୁଚିତ୍ରାଙ୍କ ନାଁ ତାଙ୍କ ଜନ୍ମ ସମୟରେ ରୋମଦାସ ଗୁପ୍ତା ରଖାଯାଇଥିଲା। ସୁଚିତ୍ରା ନିଜ ବାପା ମାଆଙ୍କ ପଞ୍ଚମ ସନ୍ତାନ ଥିଲେ। ତାଙ୍କ ପାଠପଢ଼ା ପବନାରେ ହୋଇଥିଲା। ୧୯୪୭ମସିହାରେ ସୁଚିତ୍ରା ସେନଙ୍କ ବିବାହ ଜଣେ ଅତ୍ୟନ୍ତ ଧନୀ ବ୍ୟବସାୟୀ ଆଦିନାଥ ସେନଙ୍କ ପୁଅ ଦିବାନାଥ ସେନଙ୍କ ସହ ହୋଇଥିଲା।
{"id":100832,"width":594,"height":417}ତାଙ୍କ ଝିଅ ହେଲେ ମୁନମୁନ ସେନ୍। ଯିଏ ପରବର୍ତ୍ତି ସମୟରେ ବଲିଉଡର ଅତ୍ୟନ୍ତ ସୁନ୍ଦରୀ ଅଭିନେତ୍ରୀ ବୋଲି ବିବେଚିତ ହୋଇଥିଲେ। ସୁଚିତ୍ରା ସେନ ୨୦୧୪ମସିହା ଜାନୁୟାରୀ ୧୭ ତାରିଖରେ ହୃଦଘାତରେ ମୃତ୍ୟୁବରଣ କରିଥିଲେ।
{"id":100828,"width":596,"height":426}ସୁଚିତ୍ରା ସେନ ବଙ୍ଗଳା ଫିଲ୍ମରୁ ନିଜ କ୍ୟାରିୟର ଆରମ୍ଭ କରିଥଲେ। ସେ ୧୯୫୨ମସିହାରେ ‘ଶେଷ କୋଥାଏ’ରୁ ଫିଲ୍ମ ଦୁନିଆରେ ପାଦ ରଖିଥିଲେ। କିନ୍ତୁ କୈାଣସି କାରଣରୁ ଏହି ଫିଲ୍ମ ରିଲିଜ ହୋଇ ପାରିନଥିଲା। ସେ ୧୯୫୩ମସିହାରେ ନିର୍ଦ୍ଦେଶକ ନିର୍ମଳ ଦେବଙ୍କ ଫିଲ୍ମ ‘ସାଢ଼େ ଚୋଆତ୍ତର’ରେ ଉତ୍ତମ କୁମାରଙ୍କ ସହ ଫିଲ୍ମରେ ନଜର ଆସିଥିଲେ। ଦୁହିଁଙ୍କ ଫିଲ୍ମ କେବଳ ସୁପରହିଟ୍ ହୋଇନଥିଲା ବରଂ ଉଭୟଙ୍କ ଯୋଡ଼ିକୁ ଲୋକେ ଏତେ ପସନ୍ଦ କରିଥିଲେ ଯେ ଦୁହେଁ ଏକାଠି ୩୦ଟି ଫିଲ୍ମରେ କାମ କରିଥିଲେ।
{"id":100829,"width":591,"height":356}ସୁଚିତ୍ରା ସେନ ଏବଂ ଉତ୍ତମ କୁମାରଙ୍କୁ ବଙ୍ଗଳା ଫିଲ୍ମ ଇତିହାସର ସବୁଠୁ ରୋମାଣ୍ଟିକ ଏବଂ ସଫଳ ଯୋଡ଼ି ଭାବେ ଗଣା ଯାଉଥିଲା। ସୁଚିତ୍ରା ନିଜର ପୂରା ଫିଲ୍ମ କ୍ୟାରିୟରରେ ୫୨ଟି ବଙ୍ଗଳା ଏବଂ ୪ଟି ହିନ୍ଦୀ ଫିଲ୍ମରେ କାମ କରିଥିଲେ। ବିମଳ ରାୟଙ୍କ ଫିଲ୍ମ ‘ଦେବଦାସ’ରେ ସେ ପାରୋ ଭୂମିକା ନିର୍ବାହ କରିଥିଲେ। ୧୯୭୫ମସିହାରେ ରିଲିଜ ହୋଇଥିବା ଫିଲ୍ମ ‘ଆନ୍ଧୀ’ରେ ଦେବୀଙ୍କ ଭୂମିକାରେ ଅଭିନୟ କରି ଦର୍ଶକଙ୍କ ମନ କିଣିଥିଲେ।
{"id":100830,"width":595,"height":333}୧୯୬୩ମସିହାରେ ସୁଚିତ୍ରା ସେନ ଏପରି କାର୍ଯ୍ୟ କରିଥିଲେ ଯାହା ଏଯାଏଁ କୈାଣସି ଭାରତୀୟ ଅଭିନେତା ବା ଅଭିନେତ୍ରୀ କରିନଥିଲେ। ମସ୍କୋ ଫିଲ୍ମ ଫେଷ୍ଟିଭାଲରେ ଫିଲ୍ମ ‘ସାତ ପାକେ ବାନ୍ଧା’ ପାଇଁ ତାଙ୍କୁ ସର୍ବଶ୍ରେଷ୍ଠ ଅଭିନେତ୍ରୀ ଭାବେ ପୁରସ୍କାର ମିଳିଥିଲା। ଏହି ଆଓ୍ବାର୍ଡ଼କୁ ହାସଲ କରିଥିବା ସେ ପ୍ରଥମ ଭାରତୀୟ ଅଭିନେତ୍ରୀ।
{"id":100831,"width":592,"height":333}୧୯୮୦ମସିହା ପରେ ସୁଚିତ୍ରା ସେନ ଗ୍ଲାମର ଦୁନିଆରୁ ଦୂରେଇ ଯାଇଥିଲେ। ସେ କୁଆଡ଼େ ଯାଉନଥିଲେ କି କାହା ସହ ଦେଖା କରୁନଥିଲେ। ତାଙ୍କର ଏହି ବୈରାଗୀ ଜୀବନ ଦୀର୍ଘ ଦିନ ଯାଏଁ ଚାଲିଥିଲା।
{"id":100833,"width":594,"height":334}ବୈରାଗ୍ୟ କାରଣରୁ୨୦୦୫ମସିହାରେ ତାଙ୍କୁ ପ୍ରତିଷ୍ଠିତ ଦାଦା ସାହେବ ଫାଲକେ ପୁରସ୍କାରରେ ସମ୍ମାନିତ କରାଯିବାବେଳେ ସେ ଏହାକୁ ଗ୍ରହଣ କରିବାକୁ ମନା କରିଦେଇଥିଲେ।
{"id":100834,"width":592,"height":656}