ବିନ୍ଧ୍ୟବାସିନୀ ମନ୍ଦିରକୁ ଲାଲ ଶାଢ଼ୀ ପିନ୍ଧି କାହିଁକି ଯାଇଥିଲେ ପ୍ରିୟଙ୍କା ଗାନ୍ଧୀ : ଜାଣନ୍ତୁ
20/03/2019 at 3:09 PM

ମିର୍ଜାପୁର ୨୦/୩: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଙ୍ଗଳବାର ଉତ୍ତରପ୍ରଦେଶର ୩ଦିନିଆ ଗସ୍ତରେ ମିର୍ଜାପୁରରେ ଥିଲେ ଏବଂ ନିଜ ଯାତ୍ରା ସମୟରେ କେତେକ କାର୍ଯ୍ୟକ୍ରମ କରିବା ସହ ସେ ବିନ୍ଧ୍ୟାଞ୍ଚଳ ମନ୍ଦିର ଦର୍ଶନ କରିବାକୁ ଯାଇଥିଲେ। ଏବଂ ମନ୍ଦିରର ଭିଜିଟର ବୁକରେ ‘ଜୟ ମାତା ଦି’ ଲେଖିଥିଲେ। ସେ ମନ୍ଦିରକୁ ଯାଇଥିବାବେଳେ ସମସ୍ତଙ୍କ ନଜର ଗୋଟିଏ ଜିନିଷ ପ୍ରତି ଥିଲା। ସମସ୍ତଙ୍କ ମୁହଁରେ ଗୋଟିଏ ପ୍ରଶ୍ନ ଥିଲା ଯେ କାହିଁକି ପ୍ରିୟଙ୍କା ମନ୍ଦିରକୁ ଲାଲ ରଙ୍ଗର ଶାଢ଼ୀ ପିନ୍ଧି ଆସିଛନ୍ତି।

ମନ୍ଦିରର ପୂଜାରୀମାନେ ପ୍ରିୟଙ୍କାଙ୍କୁ ଲାଲ ରଙ୍କର ଶାଢ଼ୀ ପିନ୍ଧିବାକୁ କହିଥିଲେ । ସେଥିପାଇଁ ସେ ଲାଲ ରଙ୍ଗର ଶାଢ଼ୀ ପିନ୍ଧି ଆସି ଦେବୀଙ୍କୁ ଦର୍ଶନ କରିଥିଲେ। ଲାଲ ରଙ୍ଗ ମାଆ ବିନ୍ଧ୍ୟବାସିନୀ ଏବଂ ଶକ୍ତିର ପ୍ରତୀକ। ଏହାପରେ ସେ ନିଜ ପରିବାର ସହିତ ପରମ୍ପରାଗତ ମନ୍ଦିର ରାଧେକୃଷ୍ଣ ମନ୍ଦିରକୁ ଯାଇଥିଲେ ଏବଂ ସେଠାରେ ଦୀର୍ଘ ସମୟ ଯାଏଁ ପୂଜା କରିଥିଲେ।

ପ୍ରିୟଙ୍କା ଗାନ୍ଧୀ ଭିଜିଟର୍ସ ବୁକରେ ମନ୍ଦିରରୁ ମିଳିଥିବା ଆଧ୍ୟାତ୍ମିକ ଅନୁଭୂତି ବିଷୟରେ ଲେଖିଥିଲେ। ଯେତେବେଳେ ପ୍ରିୟଙ୍କା ଗାନ୍ଧୀ ବିନ୍ଧ୍ୟାଞ୍ଚଳ ମନ୍ଦିରରେ ଯାଇ ପହଞ୍ଚିଥିଲେ କେତେକ ଲୋକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମର୍ଥନରେ ହର ହର ମୋଦି,ଘର ଘର ମୋଦି ସ୍ଳୋଗାନ୍ ଦେଇଥିଲେ। ମିର୍ଜାପୁର ଗସ୍ତରେ ପ୍ରିୟଙ୍କା ଗାନ୍ଧୀ କେତେକ ଲୋକଙ୍କ ସହ ଦେଖା କରି ତାଙ୍କ ସମସ୍ୟା ଶୁଣିଥିଲେ ।

ପ୍ରିୟଙ୍କା ଗାନ୍ଧି ଆଜି ବାରଣାସୀରେ ଶକ୍ତି ପ୍ରଦର୍ଶନ କରିବେ । ସୋମବାର ଠାରୁ ଆରମ୍ଭ ହୋଇଥିବା ନୌଯାତ୍ରାରେ ଆଜି ଯବନିକା ଟାଣିବା ଆଗରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବଡ଼ ହମଲା କରିଛନ୍ତି ପ୍ରିୟଙ୍କା । ଯେତେ ହଇରାଣ କରାଯିବ, ସେତିକି ଦୃଢ଼ତାର ସହ କଂଗ୍ରେସ ଯୁଦ୍ଧ ଲଢ଼ିବ ବୋଲି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ପ୍ରିୟଙ୍କା । ଦେଶର ସବୁ ସଂସ୍ଥାଗୁଡ଼ିକୁ ନଷ୍ଟ କରିଦିଆଯାଇଛି । ତେଣୁ ଏଥର ବରାବର ଟକ୍କର ହେବ ବୋଲି ପ୍ରିୟଙ୍କା କହିଛନ୍ତି ।
