ବଜେଟ୍ ଅଧିବେଶନରେ କାହିଁକି କ୍ଷମା ମାଗିଥିଲେ ଇନ୍ଦିରା ଗାନ୍ଧୀ…?
1/02/2020 at 2:20 PM

ନୂଆଦିଲ୍ଲୀ୧/୨: ସ୍ବର୍ଗତ ଇନ୍ଦିରା ଗାନ୍ଧୀ ପ୍ରଧାନମନ୍ତ୍ରୀ ଥିବା ସମୟରେ ଅର୍ଥମନ୍ତ୍ରୀର ଭାର ମଧ୍ୟ ସମ୍ଭାଳି ଥିଲେ। ୧୯୭୦ ମସିହା ଫେବୃଆରୀ ୨୮ ତାରିଖରେ ସଂସଦରେ ବଜେଟ୍ ଉପସ୍ଥାପନ କରିବା ବେଳେ କାହିଁକି ଭୁଲ୍ ମାଗିଥିଲେ ଇନ୍ଦିରା ଗାନ୍ଧୀ? ବଜେଟ୍ ଅଭିଭାଷଣରେ ଇନ୍ଦିରା ଗାନ୍ଧୀ ଅଚାନକ କହିଥିଲେ ମୋତେ କ୍ଷମା କରି ଦେବେ। ସଂସଦରେ ଉପସ୍ଥିତ ସବୁ ସଦସ୍ୟ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। କାହିଁକି ଇନ୍ଦିରା ଗାନ୍ଧୀ ଏପରି କହିଲେ ବୋଲି ସବୁ ସଦସ୍ୟଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ବଜେଟ୍ ଅଧିବେଶନରେ ପ୍ରଥମ ଥର ଭୁଲ ମାଗିଥିଲେ ଇନ୍ଦିରା ଗାନ୍ଧୀ।
ଏଭଳି କହିବା ପରେ ଇନ୍ଦିରା ଗାନ୍ଧୀ ଆଗକୁ କହିବା ଆରମ୍ଭ କରିଥିଲେ। ତାଙ୍କର ମୂଳ ଲକ୍ଷ୍ୟ ଥିଲା ରାଜସ୍ବ ବୃଦ୍ଧି। ସେଥିପାଇଁ ବଜେଟ୍ରେ ସିଗାରେଟ୍ ଦାମ ଉପରେ କଷ୍ଟମ ଡ୍ୟୁଟିକୁ ୩ରୁ ୨୨ ପ୍ରତିଶତ ବୃଦ୍ଧି କରି ଦେଇଥିଲେ। ସେହି ସମୟରେ ଇନ୍ଧିରା ଅଚାନକ କହିଥିଲେ ମୋତେ କ୍ଷମା କରିଦେବେ। ସିଗାରେଟ୍ ଟାଣୁଥିବା ବ୍ୟକ୍ତିଙ୍କ ପ୍ୟାକେଟ୍ ଉପରେ ନିଶ୍ଚିତ ପ୍ରଭାବ ପଡ଼ିବ। ଏହି ଉଦେଶ୍ୟରେ ଇନ୍ଦିରା ଗାନ୍ଧୀ ବଜେଟ୍ ଅଧିବେଶନରେ କ୍ଷମା ମାଗିଥିଲେ। ଏହପରେ ସଂସଦରେ ଉପସ୍ଥିତ ଥିବା ସଦସ୍ୟାମାନେ ମୁରକି ମୁରକି ହସିଥିଲେ।