ସୈଫ ଅଲ୍ଲୀ ଖାନ ଓ ଅମ୍ରିତା ସିଂହଙ୍କ ମଧ୍ୟରେ କାହିଁକି ହୋଇଥିଲା ଛାଡ଼ପତ୍ର, ପ୍ରଥମ ପତ୍ନୀଙ୍କ ଉପରେ ଏମିତି ଅଭିଯୋଗ ଆଣିଥିଲେ ସୈଫ୍…

Published By : Prameya-News7 Bureau | September 21, 2019 IST

ମୁମ୍ବାଇ୨୧|୯: ବଲିଉଡ ଅଭିନେତା ସୈଫ୍‌ ଅଲ୍ଲୀଖାନ ଓ ତାଙ୍କ ପ୍ରଥମ ପତ୍ନୀ ଅମ୍ରିତା ସିଂହଙ୍କ ସଂପର୍କରେ ଉଣାଅଧିକେ ସମସ୍ତେ ଜାଣିଛନ୍ତି। ଉଭୟଙ୍କ ସଂପର୍କକୁ ନେଇ କିଛି ବେଶ ଚର୍ଚ୍ଚା ହୋଇଥିଲା। ଗୁପ୍ତ ଭାବରେ ଉଭୟ ବିବାହ କରିଥିଲେ। ସୈଫ ଅଲ୍ଲୀଖାନଙ୍କଠାରୁ ଅମ୍ରିତା ୧୨ ବର୍ଷ ବଡ଼ ଥିଲେ। କିନ୍ତୁ ଆଜି ପର୍ଯ୍ୟନ୍ତ ଉଭୟଙ୍କ ପ୍ରଶଂସକ ଜାଣି ନଥିବେ ସୈଫ ଓ ଅମୃତାଙ୍କ ମଧ୍ୟରେ କାହିଁକି ଛାଡ଼ପତ୍ର ହୋଇଥିଲା।

ସୂଚନାଯୋଗ୍ୟ ଯେ, ସୈଫ୍‌ଙ୍କ ଏକ୍ସଟ୍ରା ମ୍ୟାରିଟାଲ ଆଫେୟାର ଯୋଗୁଁ ଅଧିକାଂଶ ସମୟରେ ଉଭୟଙ୍କ ମଧ୍ୟରେ ଝଗଡ଼ା ହେଉଥିଲା। ଏକ ସାକ୍ଷାତାକାର ସମୟରେ ସୈଫ କହିଥିଲେ ଯେ, ଅମ୍ରିତାଙ୍କୁ ଛାଡ଼ପତ୍ର ଦେବା ପରେ ତାଙ୍କ ପିଲାଙ୍କୁ ଦେଖା କରିବା ଲାଗି ତାଙ୍କୁ ଅନୁମତି ମିଳିନଥିଲା। ଅମ୍ରିତା ତାଙ୍କୁ ଦୁର୍ବ୍ୟବହାର କରିଥିବା କଥା ମଧ୍ୟ ସୈଫ କହିଥିଲେ। ଅମ୍ରିତାଙ୍କୁ ଛାଡ଼ପତ୍ର ଦେବା ପରେ ତାଙ୍କୁ ଏବେ ଅଶ୍ବସ୍ତି ମିଳିଛି ବୋଲି ସାକ୍ଷାତାକାରରେ ସୈଫ କହିଥିଲେ। ସୈଫ ଓ ଅମ୍ରିତାଙ୍କ ମଧ୍ୟରେ ୨୦୦୪ ମସିହାରେ ଛାଡ଼ପତ୍ର ହୋଇଥିଲା। ଏହାର ଠିକ୍ ବର୍ଷକ ପରେ ଅର୍ଥାତ ୨୦୦୫ ମସିହାରେ ସୈଫ ଦେଇଥିବା ସାକ୍ଷାତାକାରରେ ଏହିସବୁ କଥା କହିଥିଲେ।

ଉଭୟଙ୍କ ଛାଡ଼ପତ୍ର ପରେ ସୈଫ ତାଙ୍କୁ ଏଲିମୋନି ଟଙ୍କା ଦେଉ ନଥିଲେ ବୋଲି ଅମ୍ରିତା ଅଭିଯୋଗ କରିଥିଲେ। ଅମ୍ରିତା ତାଙ୍କ ଉପରେ ଆଣିଥିବା ଅଭିଯୋଗ ଉପରେ ସୈଫ ମଧ୍ୟ ସ୍ପଷ୍ଟୀକରଣ ଦେଇଥିଲେ। ସୈଫ କହିଥିଲେ ଯେ, ଅମ୍ରିତାଙ୍କୁ ୫ କୋଟି ଦେବା ଲାଗି କୋର୍ଟ ନିର୍ଦେଶ ଦେଇଥିଲେ। ସେଥିରୁ ଅମ୍ରିତାଙ୍କୁ ୨.୫ କୋଟି ଟଙ୍କା ସେ ଦେଇସାରିଛନ୍ତି।

ଏହା ବ୍ୟତୀତ ପ୍ରତ୍ୟେକ ମାସ ୧ ଲକ୍ଷ ଟଙ୍କା ତାଙ୍କ ପ୍ରଥମ ପତ୍ନୀଙ୍କୁ ଦେଉଥିବା କଥା ସୈଫ କହିଛନ୍ତି। ସୈଫ ଆହୁରି ମଧ୍ୟ ସାକ୍ଷାତାକାରେ କହିଥିଲେ ଯେ, ତାଙ୍କ ପୁଅଙ୍କୁ ୧୮ ବର୍ଷ ନହେବା ପର୍ଯ୍ୟନ୍ତ ସେ ପ୍ରତିମାସ ୧ ଲକ୍ଷ ଟଙ୍କା ଲେଖାଏଁ ଅମୃତାଙ୍କୁ ଦେବେ। ସୈଫଙ୍କ ପର୍ସରେ ତାଙ୍କ ପୁଅ ଇବ୍ରାହିମଙ୍କ ଫଟୋ ରଖିଥିବା କଥା ସେ କହିଛନ୍ତି। ସେହି ଫଟୋକୁ ଦେଖିଲେ ତାଙ୍କୁ କାନ୍ଦ ଲାଗେ ବୋଲି ସୈଫ କହିଥିଲେ। ସୈଫ୍‌ଙ୍କ ପ୍ରଥମ ପତ୍ନୀଙ୍କ ବାପା-ମାଆଙ୍କ ପାଖରେ ତାଙ୍କ ପୁଅ ଇବ୍ରାହିମ ରହୁଛନ୍ତି। ଉଭୟଙ୍କ ମଧ୍ୟରେ ଛାଡ଼ପତ୍ର ପରେ ୨୦୧୨ ମସିହାରେ କରିନା କପୂରଙ୍କୁ ସୈଫ ଦ୍ବିତୀୟ ବିବାହ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.