Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେରଳରେ ଭୀଷଣ ବର୍ଷା: ୫ ଜିଲ୍ଲାରେ ବନ୍ୟା ପରିସ୍ଥିତି, ଭୂସ୍ଖଳନରେ ଜଣେ ମୃତ, ୧୨ ନିଖୋଜ
  • ||
  • ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଡେଙ୍ଗୁ, ସ୍ବାସ୍ଥ୍ୟବସ୍ଥାରେ ଆସୁଛି ସୁଧାର
  • ||
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

କାହିଁକି ଅଗଷ୍ଟ ୧୫ରେ ଅବସର ନେଲେ ଧୋନୀ ? ମ୍ୟାନେଜର୍ ଫିଟାଇଲେ ଗୁମର

16/08/2020 at 3:44 PM

ନୂଆଦିଲ୍ଲୀ, ୧୬|୦୮:  ମହେନ୍ଦ୍ର ସିଂ ଧୋନୀ ଅଗଷ୍ଟ ୧୫ ତାରିଖରେ ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ଧୋନୀ କଣ ପାଇଁ ଅଗଷ୍ଟ ୧୫ ବା ସ୍ୱାଧିନତା ଦିବସରେ ଅବସର ଘୋଷଣା କଲେ ତାକୁ ନେଇ ଉଠିଛି ପ୍ରଶ୍ନ । ଧୋନୀ ଓ ୧୫ ତାରିଖ ମଧ୍ୟରେ କଣ କନେକ୍ସନ ରହିଛି ସେନେଇ ମ୍ୟାନେଜର ଖୁଲାସା କରିଛନ୍ତି ।

ଧୋନୀଙ୍କ ମ୍ୟାନେଜର ମିହିର ଦିବାକର କହିଛନ୍ତି ଯେ, ଧୋନୀଙ୍କ ଅବସର ପାଇଁ ଅଗଷ୍ଟ ୧୫ରୁ ଅଧିକ ଭଲ ଦିନ ଆଉ କିଛି ନହୋଇପାରେ । ଏହା ଧୋନୀଙ୍କ ଦେଶଭକ୍ତି ଦର୍ଶାଉଛି । ତାଙ୍କର ସବୁ କ୍ୟାରିଅର ଭାରତ ପାଇଁ ତିଲା । ଲୋକମାନେ ତାଙ୍କୁ ଯେଉଁ ଭଲ ପାଇବା ଦେଇଛନ୍ତି ତାହା ଅଦ୍ୱିତୀୟ ।

ଧୋନୀ ଅଗଷ୍ଟ ୧୫ରେ ସନ୍ୟାସ ନେଇଛନ୍ତି । ଏପରି କରି ସେ ଭାରତକୁ ନିଜର ଅବସର ସମର୍ପଣ କରିଛନ୍ତି । ସେ ଗତ କିଛି ସପ୍ତାହ ଧରି ଅବସର ନେଇ କହୁଥିଲେ । କିନ୍ତୁ କେବେ ସେ ଏ ବାବଦରେ ଘୋଷଣା କରିବେ ସେ ନିଜେ ବି ଜାଣିନଥିଲେ ।

ଧୋନୀଙ୍କ ନେତୃତ୍ୱରେ ଭାରତ ଟି୨୦ ବିଶ୍ୱକପ, ୨୦୧୧ ଆଇସିସି ଦିନିକିଆ ବିଶ୍ୱକପ ଓ ୨୦୧୩ ଚାମ୍ପିଅନ୍ସ ଟ୍ରଫି ଜିତିଛି । ସେ ଡିସେମ୍ବର ୨୦୧୪ରେ ଟେଷ୍ଟ କ୍ରିକେଟରୁ ହଠାତ୍ ଅବସର ଘୋଷଣା କରିଥିଲେ । ସେ ୨୦୧୭ରେ ଦିନିକିଆ ଓ ଟି୨୦ ଅଧିନାୟକ ପଦରୁ ଇସ୍ତଫା ଦେଇଥିଲେ ।

   Related Posts