ଫୁଲ,ଦୀପ ଏବଂ ଭୋଗ ବଦଳରେ ମନସ୍କାମନା ପୂର୍ଣ୍ଣ ପାଇଁ ଏହି ମନ୍ଦିରରେ ଠାକୁରଙ୍କୁ ମିଳେ ଗାଳି : ଜାଣନ୍ତୁ କାହିଁକି?

Published By : Prameya-News7 Bureau | April 25, 2020 IST

ତ୍ରିଭେନ୍ଦ୍ରମ୍ ୨୫/୪: ଧାର୍ମିକ ପୂଜା ବିଧାନରେ ଅନେକ ଥର ଏପରି କିଛି ପରମ୍ପରା ପଡ଼ି ଯାଇଥାଏ ଯାହା ଉପରୁ ଦେଖିବାକୁ ବିଚିତ୍ର ଲାଗିଥାଏ କିନ୍ତୁ ଏଗୁଡ଼ିକରେ ପୁରୁଣା ବିଶ୍ବାସ ଜଡ଼ିତ ରହିଥାଏ। ଭାରତର ଅନେକ ଅଞ୍ଚଳରେ ଆପଣଙ୍କୁ ଏପରି ଅନେକ ମନ୍ଦିର ମିଳିଯିବ ଯାହାର ପୂଜା ବିଧି ଅଜବ ଲାଗିପାରେ। କିନ୍ତୁ ଯଦି ଲକ୍ଷ୍ୟ କରିବେ ତେବେ ଏହା ସହ ହଜାର ବର୍ଷର ବିଶ୍ବାସ ମିଳିବ। ଏପରି ଏକ ମନ୍ଦିର କେରଳରେ ମା କାଳୀଙ୍କର ରହିଛି। କେରଳର ପ୍ରାକୃତିକ ସୌନ୍ଦର୍ଯ୍ୟ ବ୍ୟତୀତ ଦ୍ରାବିଡ଼ ଶୈଳୀରେ ନିର୍ମିତ ହୋଇଥିବା ମନ୍ଦିର ଯୋଗୁଁ ବିଶ୍ବବ୍ୟାପି ହିନ୍ଦୁ ଶ୍ରଦ୍ଧାଳୁ ଏଠାକୁ ଆସିଥାନ୍ତି।

{"id":259971,"width":584,"height":467,"sizeSlug":"large"}

କେରଳର କୋଣ୍ଡୁଗଲ୍ଲୁର ଜିଲ୍ଲାରେ ମାଆ କାଳୀଙ୍କ ସ୍ବରୂପ ଭଦ୍ରକାଳୀଙ୍କ ପୂଜା କୁରୁମ୍ବା ଭଗବତୀଙ୍କ ନାଁରେ ହୋଇଥାଏ। ଏହି ସ୍ଥାନ ଥ୍ରିସୂର ଜିଲ୍ଲାରେ ପଡ଼ିଥାଏ। ଏହି ମନ୍ଦିରରେ ମା ଭଦ୍ରକାଳୀଙ୍କ ଗୋଟିଏ ମୂର୍ତ୍ତି ରହିଛି ଯାହାଙ୍କ ୮ଟି ହାତ ରହିଛି। ଭଦ୍ରକାଳୀଙ୍କ ବ୍ୟତୀତ ଏହି ମନ୍ଦିରରେ ଅନ୍ୟ ଦେବୀ-ଦେବତାଙ୍କ ମନ୍ଦିର ମଧ୍ୟ ରହିଛି। ଏଥିରେ ଗଣପତି ଏବଂ ବୀରଭଦ୍ର ମଧ୍ୟ ସାମିଲ ଅଛନ୍ତି। ଭଦ୍ରକାଳୀଙ୍କ ମୂର୍ତ୍ତି ପାଖାପାଖି ୬ଫୁଟର। ଏହି ସ୍ଥାନକୁ କନକୀ ନିବାସ ସ୍ଥାନ ମଧ୍ୟ କୁହାଯାଇଥାଏ। କନକୀ ତାମିଲ ମହାଗ୍ରନ୍ଥ ସୀଲାପଥିକାରମର କେନ୍ଦ୍ରୀୟ ଚରିତ୍ର। ତାଙ୍କୁ ଏଠାରେ ଭଦ୍ରକାଳୀଙ୍କ ଅବତାର ଭାବେ ମଧ୍ୟ ଦେଖାଯାଇଥାଏ। କୁହାଯାଇଥାଏ ଯେ ଏହି ମନ୍ଦିର ତାଙ୍କ ସ୍ମୃତିରେ କରାଯାଇଛି। ଭଗବାନ ଶିବ ଏହି ମନ୍ଦିରର କ୍ଷେତ୍ରନାଥ ଜଣା ଯାନ୍ତି ଏବଂ ଏହି କାରଣରୁ ଭାରତର ଶିବ ମନ୍ଦିରରେ ମଧ୍ୟ ଏହାର ବିଶେଷ ଗଣନା କରାଯାଇଥାଏ।

{"id":259972,"sizeSlug":"large"}

ଏହି ଅଞ୍ଚଳର ସ୍ଥାନୀୟ ବିଶ୍ବାସ ଅନୁସାରେ ପ୍ରଥମେ ଏହା ଭଗବାନ ଶିବଙ୍କ ମନ୍ଦିର ଥିଲା। କିନ୍ତୁ ଏହି ସ୍ଥାନରେ ମାଆ ଭଦ୍ରକାଳୀଙ୍କ ମୂର୍ତ୍ତି ପର୍ଶୁରାମ ସ୍ଥାପିତ କରିଥିଲେ। ଏହା ପରେ ଏହି ମନ୍ଦିରରେ ମାଆ ଭଦ୍ରକାଳୀଙ୍କ ପୂଜା ହେବାକୁ ଲାଗିଲା। ଲୋକଙ୍କ ବିଶ୍ବାସ ରହିଛି ଯେ ପରେ ଏହି ମନ୍ଦିର ଭଦ୍ରକାଳୀଙ୍କ ପୂଜା ପାଇଁ ପ୍ରସିଦ୍ଧ ହୋଇ ଯାଇଥିଲା।

{"id":259973,"sizeSlug":"large"}

ଏହି ମନ୍ଦିରରେ ପ୍ରତିବର୍ଷ ହେଉଥିବା ଭରାନି ଫେଷ୍ଟିଭାଲ୍ କେରଳର ସବୁଠୁ ବଡ଼ ଉତ୍ସବରେ ଗଣା ଯାଇଥାଏ। ଏହି ଉତ୍ସବ ସାଧାରଣତଃ ମାର୍ଚ୍ଚ ଏବଂ ଅପ୍ରେଲ୍ ମାସରେ ପଡ଼ିଥାଏ। ଏହି ଉତ୍ସବର ଆରମ୍ଭ କୋଝିକଲ୍ଲୁ ମୁଡଲ୍ ନାମକ ଏକ ବିଧାନ ସହ ଆରମ୍ଭ ହୋଇଥାଏ ଯେଉଁଥିରେ କୁକୁଡ଼ା ବଳି ଦିଆଯାଇଥାଏ। ଏଠାରେ ପାଳନ କରାଯାଉଥିବା ଉତ୍ସବରେ କୋଡୁଙ୍ଗଲୁରର ରାଜା ବିଶେଷ ଭାବେ ଅଂଶଗ୍ରହଣ କରିଥାନ୍ତି। ଭଦ୍ରକାଳୀ ସେଠାକାର ରାଜପରିବାରର ସଂରକ୍ଷକ ହୋଇଥାନ୍ତି।

{"id":259974,"sizeSlug":"large"}

ଏହା ପରେ ଏହି ପୂଜାରେ କିଛି ମହିଳା ଏବଂ ପୁରୁଷ ସାମିଲ ହୋଇଥାନ୍ତି। ଏମାନଙ୍କୁ ମାଲାୟାଲମ୍ ଭାଷାରେ ବେଲିଚପଡ଼ କୁହାଯାଇଥାଏ। ସେମାନେ ମାଆ କାଳୀଙ୍କ ପୂଜାରୀ ଏବଂ ଅନନ୍ୟ ଭକ୍ତ ହୋଇଥାନ୍ତି। ଏଥିରେ ମହିଳାମାନେ କାଳୀ ମାଆଙ୍କ ପରି ସଜ ହୋଇଥାନ୍ତି। ଏହା ପରେ ପୁରୁ​‌ଷ ଏବଂ ମହିଳା ହାତରେ ଖଣ୍ଡା ଧରି ପୂଜା କରିଥାନ୍ତି। ଏପରି ବିଶ୍ବାସ ରହିଛି ଯେ ଏହି ସମୟରେ କାଳୀ ମାଆଙ୍କ ଆତ୍ମା ଥାଏ। ଏହି ବିଧିରେ ବେଲିଚପଡ଼ ମାଆ କାଳୀଙ୍କୁ ଗାଳି ଦେଇଥାନ୍ତି। ବିଧି ଅନୁସାରେ ଏପରି ଦେବୀ ମାଆଙ୍କୁ ପ୍ରସନ୍ନ କରିବା ପାଇଁ କରାଯାଇଥାଏ। ଏହା ପର ଦିନ ଶୁଦ୍ଧିକରଣର ବିଧାନ କରାଯାଇଥାଏ। ଏହି ଉତ୍ସବର ପରବର୍ତ୍ତୀ ପର୍ଯ୍ୟାୟରେ ମାଆ ଭଦ୍ରକାଳୀଙ୍କ ମୂର୍ତ୍ତିରେ ଚନ୍ଦନ ଲେପ ଦିଆଯାଇଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.