Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ହାଇଦ୍ରାବାଦଠୁ କାହିଁକି ହାରିଲା ଦିଲ୍ଲୀ କ୍ୟାପିଟାଲ୍ସ ? ଜବାବ୍ ଦେଲେ କୋଚ୍ ରିକି ପଣ୍ଟିଂ

30/09/2020 at 3:46 PM

ଦୁବାଇ, ୩୦ ।୦୯: ମଙ୍ଗଳବାର ଖେଳାଯାଇଥିବା ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସକୁ ସନରାଇଜର୍ସ ହାଇଦ୍ରାବାଦ ସମସ୍ତ ବିଭାଗରେ ପଛରେ ପକାଇ ଦେଇଥିଲା । ଏକଥା ନିଜେ ସ୍ୱୀକାର କରିଛନ୍ତି ଦିଲ୍ଲୀର କୋଚ୍ ରିକି ପଣ୍ଟିଂ । ତେବେ ହାଇଦ୍ରାବାଦ ଭଲ ବ୍ୟାଟିଂ କରିଛି ତେଣୁ ପିଚ୍ ଉପରେ ଦୋଷ ଲଦିବା ଅନୁଚିତ ବୋଲି ସେ କହିଛନ୍ତି ।

ଏହା ହେଉଛି ଚଳିତ ସିଜିନରେ ଦିଲ୍ଲୀର ପ୍ରଥମ ପରାଜୟ । ସନରାଇଜର୍ସ ଦିଲ୍ଲୀ ସମ୍ମୁଖରେ ୧୬୩ ରନ୍‌ର ବିଲୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା । କିନ୍ତୁ ଦିଲ୍ଲୀ ୨୦ ଓଭରରେ ୭ ଓ୍ୱିକେଟ୍ ହରାଇ କେବଳ ୧୪୭ ରନ୍ କରିପାରିଥିଲା । ଦଳର ପରାଜୟ ନେଇ କୋଚ୍ ରିକି ପଣ୍ଟିଂଙ୍କୁ ପ୍ରଶ୍ନ କରାଯାଇଥିଲା ।

ଏହାର ଉତ୍ତରରେ ପଣ୍ଟିଂ କହିଥିଲେ ଯେ, ହାଇଦ୍ରାବାଦ ତାଙ୍କ ତୁଳନାରେ ରଣନୀତିକୁ ସୁଦୃଢ କରିଥିଲା । ପରିସ୍ଥିତି ସେତେଟା ଖରାପ ନଥିଲା । ପଡିଆ ବଡ ଥିଲା । ଏଠାରେ ସ୍କୋୟାର ବାଉଣ୍ଡରୀ ବଡ ଥିଲା । କିନ୍ତୁ ଶେଷରେ ହାଇଦ୍ରାବାଦ ଦିଲ୍ଲୀକୁ ପଛରେ ପକାଇ ଦେଇଥିଲା । ଦଳ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିପାରି ନାହିଁ । ଓପନିଂ ଯୋଡି ବିଫଳ ହୋଇଥିଲେ । କିନ୍ତୁ ହାଇଦ୍ରାବାଦ ଭଲ ଆରମ୍ଭ କରିବା ସହ ଷ୍ଟ୍ରାଇକ୍ ରୋଟେଟ୍ କରିଥିଲେ । ଜନି ବେୟୋରେଷ୍ଟୋଙ୍କ ଅର୍ଧଶତକ ଓ ରଶିଦ ଖାନଙ୍କ ବୋଲିଂ ପାଇଁ ସନରାଇଜର୍ସ ହାଇଦ୍ରାବାଦ ଦିଲ୍ଲୀକୁ ପରାସ୍ତ କରି ପ୍ରଥମ ବିଜୟ ହାସଲ କରିଥିଲା ।

ପଣ୍ଟିଂ ଆହୁରି କହିଛନ୍ତି ଯେ, ଦିଲ୍ଲୀର କୌଣସି ବ୍ୟାଟସମ୍ୟାନ୍ କ୍ରିଜରେ ଅଧିକ ସମୟ ରହିନଥିଲେ । ଯଦି କେହି ଅଧିକ ସମୟ ରହିଥାନ୍ତେ ତେବେ ବଡ ସ୍କୋର୍ ହୋଇପାରିଥାନ୍ତା । ଯଦି କୌଣସି ଖେଳାଳି ୬୦, ୭୦ ରନ୍ କରିଥାନ୍ତେ ତେବେ ମ୍ୟାଚର ଫଳାଫଳ ଆଉ କିଛି ହୋଇଥାନ୍ତା ବୋଲି ସେ କହିଛନ୍ତି ।

   Related Posts