Thursday, May 23, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ମଣିଷ ଶରୀରରେ କାହିଁକି ପ୍ରବେଶ କରିଥାନ୍ତି ଦେବୀ ମା’; ଜାଣି ଆଶ୍ଚର୍ଯ୍ୟ ହେବେ

ଭୁବନେଶ୍ୱର ୨୦/୪ : ମଣିଷ ଜୀବନରେ ଅନେକ ଘଟଣା ଘଟିଥାଏ | କିଛି ଘଟଣା ଉପରେ ଆମେ ବିଶ୍ୱାସ କରିଥାଉ ତ କିଛି ଘଟଣା ଉପରେ ବିଶ୍ଵାସ କରିନଥାଉ | ଯେଉଁ ଜିନିଷ ଉପରେ ମଣିଷ ବିଶ୍ଵାସ କରେନାହିଁ ତାକୁ ସେ ଅନ୍ଧବିଶ୍ୱାସର ନାଁ ଦେଇଦିଅ | ଆପଣମାନେ ଦେଖିଥିବେ ଯେ, ଜଣ ଜଣଙ୍କ ଶରୀରରେ ଦେବୀ ମା’ ପ୍ରବେଶ କରିଥାନ୍ତି | ଆପଣ ଦେଖିଥିବେ ମଧ୍ୟ ଲୋକେ କୁହନ୍ତି ମା’ ଆସିଛନ୍ତି | କିଛି ବିଶେଷ ଦିନମାନଙ୍କରେ ମା’ ମଣିଷ ଦେହରେ ପ୍ରବେଶ କରି ଭକ୍ତଙ୍କ ସମ୍ମୁଖରେ ପ୍ରକଟ ହୁଅନ୍ତି | ଏଭଳି ଘଟଣା ପ୍ରାୟ ରାତି ସମୟରେ ଘଟିଥାଏ | ମା’ ନିଜେ ଆସି ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି ଏବଂ ସମସ୍ୟା ସମାଧାନ କରିଥାନ୍ତି ବୋଲି ଲୋକେ ବିଶ୍ୱାସ କରନ୍ତି | ବିଶେଷକରି ଦେବୀ ମା’ ମହିଳାଙ୍କ ଶରୀରରେ ପ୍ରବେଶ କରିଥାନ୍ତି |


ଯେତେବେଳେ କୌଣସି ମହିଳାଙ୍କ ଶରୀରରେ ମା’ ପ୍ରବେଶ କରନ୍ତି ସେତେବେଳେ ମହିଳା ଜଣକ ଲୀନ ହୋଇଯାଆନ୍ତି | ମହିଳା ନିଜ ଜିଭ ଭିତରକୁ ବାହାରକୁ କରିଥାନ୍ତି | ଏସବୁ ଦେଖି ବହୁତ ଲୋକ ବିଶ୍ଵାସ କରନ୍ତି ମା’ ମହିଳାଙ୍କ ଶରୀରରେ ପ୍ରବେଶ କରିଛନ୍ତି | କିନ୍ତୁ କିଛି ଲୋକ ଏସବୁ ଉପରେ ବିଶ୍ୱାସ କରିନଥାନ୍ତି | କିଛି ଲୋକ କୁଇଛନ୍ତି ଏସବୁ ପଛରେ ବିଜ୍ଞାନ ରହିଛି | ଯେତେ ଆମେ ଯଦି ଏସବୁକୁ ବିଚାରକୁ ନେବା ତାହେଲେ ଏସବୁ ଏକ ମାନସିକ ରୋଗ | ମାନସିକ ରୋଗ କାରଣରୁ ଏସବୁ ହୋଇଥାଏ ବୋଲି ମନୋବୈଜ୍ଞାନିକ କହିଛନ୍ତି |


ବିଜ୍ଞାନ ଅନୁଯାୟୀ, ଯେଉଁ ବ୍ୟକ୍ତିଙ୍କ ମନ ଦୁର୍ବଳ ହୋଇଥାଏ ସେମାନେ ଗୋଟିଏ କଥା ବାରମ୍ବାର ଚିନ୍ତା କରିଥାନ୍ତି | ଉଦାହରଣ ସ୍ୱରୂପ, ଯଦି ଜଣେ ବ୍ୟକ୍ତି ରାତିସାରା ଦେବା ମା’ ଙ୍କ ବିଷୟରେ ଚିନ୍ତା କରିବ ତାହେଲେ କିଛି ସମୟ ଯାଏଁ ସେ ଏଭଳି ଚିନ୍ତା କରିବ ଯେପରିକି ସେ ନିଜେ ଦେବୀ ମା’ | ଏମିତି ଭାବିବା ପରେ ବ୍ୟକ୍ତି ଜଣକ ଏହିଭଳି କାର୍ଯ୍ୟକଳାପ କରିବ ଯେପରିକି ଦେ ମା’ ତା’ ଶରୀରରେ ପ୍ରବେଶ କରିଛନ୍ତି |


ଆପଣ ଯଦି ବାଣିଜ୍ୟିକ କ୍ଷେତ୍ରକୁ ଯାଇ ବିଚାର କରିବେ ତାହେଲେ ବୁଝିପାରିବେ | କିଛି ଲୋକେ ନିଜର ଲାଭ ପାଇଁ ଏସବୁ କରିଥାନ୍ତି | ନିଜ ଲାଭ ପାଇଁ ବେଳେବେଳେ ମହିଳାମାନେ ଜାଣିଶୁଣି ଏହିଭଳି ଡ୍ରାମା କରିଥାନ୍ତି | ସେମାନେ ଏମିତି ବ୍ୟବହାର କରନ୍ତି ଯେମିତି ତାଙ୍କ ଶରୀରକୁ ସତରେ ମା’ ପ୍ରବେଶ କରିଛନ୍ତି | ସେମାନେ କହିଥାନ୍ତି ଯେ, ମା’ ତାଙ୍କୁ ଏହି କାମ ପାଇଁ ବାଛିଛନ୍ତି |


ତେବେ ସତ୍ୟ କଣ ତାକୁ ନେଇ ଏବେ ମଧ୍ୟ ଖୋଜ ଜାରି ରହିଛି | ମା’ ସତରେ ମଣିଷ ଶରୀରକୁ ପ୍ରବେଶ କରନ୍ତି ନା ଲୋକେ ଲୋକଙ୍କ ଆସ୍ଥା ଜିତିବା ପାଇଁ ଏଭଳି କରିଥାନ୍ତି | ଜ୍ୟୋତିଷଶାସ୍ତ୍ର ଅନୁଯାୟୀ, ମା’ ନିଜ ଭକ୍ତଙ୍କୁ ନିରାଶ କରନ୍ତିନାହିଁ | ମା’ ଯେକୌଣସି ରୂପରେ ଯେକୌଣସି ମୁହୂର୍ତ୍ତରେ ଭକ୍ତଙ୍କ ସମ୍ମୁଖରେ ପ୍ରକଟ ହୋଇଥାନ୍ତି |

903 Views

   ସମ୍ବନ୍ଧିତ ଖବର