କଟକ ବାରବାଟୀ ଆସନରେ କଂଗ୍ରେସର ମହମ୍ମଦ ମୋକିମ କେମିତି ଜିତିଲେ ନିର୍ବାଚନ, ଆଉ କାହିଁକି ହାରିଲେ ବିଜେଡିର ଦେବାଶିଷ ? ଜଣାପଡିଲା କାରଣ !

Published By : Prameya-News7 Bureau | May 27, 2019 IST

କଟକ୨୭|୫: କଟକ ଲୋକସଭା ସହ ବାକି ସମସ୍ତ ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ବାଜିମାତ୍‌ କରିଥିବା ବେଳେ ହାତରୁ ଖସିଥିଲା ବାରବାଟୀ କଟକ ଆସନ । ଏଠାରେ ବିଜେଡି ପ୍ରାର୍ଥୀ ଦେବାଶିଷ ସାମନ୍ତରାୟଙ୍କୁ ପାଖାପାଖି ୪ହଜାର ଭୋଟ୍‌ ବ୍ୟବଧାନରେ ପରାସ୍ତ କରିଥିଲେ କଂଗ୍ରେସ ପ୍ରାର୍ଥୀ ମହମ୍ମଦ ମୋକିମ୍‌ । ଗୋଟେ ପଟେ ଦଳ ଦେବାଶିଷଙ୍କ ହାରିବା ପଛର କାରଣ ଖୋଜୁଥିବା ବେଳେ ସେପଟେ ବିଜୟୀ ପ୍ରାର୍ଥୀ ନିଜ ନିଜ ନିର୍ବାଚନ ମଣ୍ଡଳୀର ଭୋଟରଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ ପାଇଁ ଗୁରୁତ୍ବ ଦେବାକୁ ଚିନ୍ତା କରୁଛନ୍ତି ।

{"id":116564}

କଳେ ବଳେ କୌଶଳେ ଭୋଟରଙ୍କ ଭରସା ଜିତିଗଲେ । ଏଣିକି ନିଜକୁ ପ୍ରମାଣ କରିବାର ବେଳ । ଦେଇଥିବା ନିର୍ବାଚନୀ ପ୍ରତିଶ୍ରୁତିକୁ କେମିତି ପାଳନ କରିବେ ତାହାହିଁ ବିଜୟୀ ନେତାଙ୍କ ପାଇଁ ବଡ଼ ଚାଲେଂଜ୍‌ ହେବ । ଏମିତିରେ କଟକ ବାରବାଟୀ କଥା ଆମେ ଯଦି ଦେଖିବା ତା’ହେଲେ ଏଠି ଏଥର ବିଜେଡି ଗଡ଼ରେ ଧସେଇ ପଶିବାରେ ସଫଳ ହୋଇଛି କଂଗ୍ରେସ । ନିର୍ବାଚନର ଦୀର୍ଘ ଦିନ ପୂର୍ବରୁ ଏଠାକାର ଭୋଟରଙ୍କ ସହ ଯୋଡ଼ି ହୋଇ ରହିବାର ପ୍ରୟାସ କଂଗ୍ରେସ ନେତା ମହମ୍ମଦ ମୋକିମ୍‌ଙ୍କୁ ସଫଳତା ଦେଇଛି । ସେପଟେ ଏହି ଆସନରୁ ୨୦୦୯ ଓ ୨୦୧୪ରେ ଲଗାତର ଦୁଇ ଦୁଇ ଥର ବିଜେଡି ବିଧାୟକ ହୋଇ ଦେବାଶିଷ ସାମନ୍ତରାୟଙ୍କୁ ଏଥର କ’ଣ ପାଇଁ ପରାଜୟର ମୁହଁ ଦେଖିବାକୁ ପଡ଼ିଛି ତା’ର ତର୍ଜମା କରୁଛି ଦଳ । କମିଥିବା ଲୋକସମ୍ପର୍କକୁ ପ୍ରମୁଖ କାରଣ ବୋଲି ଭାବୁଛନ୍ତି ରାଜନୈତିକ ସମୀକ୍ଷକ ।

{"id":116565}

ଯଦି ଦେବାଶିଷଙ୍କ ହାରିବା ପଛରେ ଲୋକସମ୍ପର୍କକୁ କାରଣ ବୋଲି ରାଜନୈତିକ ସମୀକ୍ଷକ ଭାବୁଛନ୍ତି, ତାହେଲେ ମୋକିମ୍‌ଙ୍କ ଜିତିବା ପଛର କାରଣ ବି ସେଇ ଲୋକସମ୍ପର୍କ । ଯାହାକୁ ଆଗକୁ ମଧ୍ୟ ଜାରି ରଖିବା ସହ ଦେଇଥିବା ନିର୍ବାଚନୀ ପ୍ରତିଶ୍ରୁତି ପାଳନ ହିଁ ତାଙ୍କର ପ୍ରାଥମିକତା ହେବ ବୋଲି କହୁଛନ୍ତି ବାରବାଟୀ-କଟକର ଏହି ନବ ନିର୍ବାଚିତ ବିଧାୟକ ପ୍ରାର୍ଥୀ ।

{"id":116566}

ସେହିଭଳି ଚୌଦ୍ବାର-କଟକରେ ମଧ୍ୟ ଜଣେ ନୂଆ ମୁହଁ ସୌଭିକ୍‌ ବିଶ୍ବାଳଙ୍କୁ ସୁଯୋଗ ଦେଇଛନ୍ତି ଏଠାକାର ଭୋଟର । ଅବଶ୍ୟ ବାପା ପ୍ରଭାତ ବିଶ୍ବାଳ ଗଲା ୧୦ବର୍ଷ ଧରି ଏଠାରେ ବିଜେଡିର ଗଡ଼ ଜମାଇ ରଖିବାରେ ସଫଳ ହୋଇଥିଲେ । ଯାହାର ସୁଯୋଗ ନେଲେ ସୌଭିକ୍‌ । ଅବଶ୍ୟ ବାପାଙ୍କ ତୁଳନାରେ ଭୋଟ୍‌ ହାର କମିଲା ତଥାପି  ବାଜି ଜିତିବାରେ ସଫଳ ହୋଇଛନ୍ତି । ଆଉ ନିଜ ନିର୍ବାଚନ ମଣ୍ଡଳୀରେ ବାପାଙ୍କ ଅଧୁରା ସ୍ବପ୍ନକୁ ପୂରଣ ଲାଗି ପ୍ରୟାସ କରିବେ ବୋଲି କହୁଛନ୍ତି ।

{"id":116567}

ଚିଟ୍‌ପଣ୍ଡ କେଳେଙ୍କାରୀରେ ଫସିଥିବା ପ୍ରଭାତ ବିଶ୍ବାଳଙ୍କୁ ଏଥର ଟିକେଟ୍‌ ନଦେଇ ତାଙ୍କ ପୁଅ ଉପରେ ଭରସା କରିଥିଲା ଦଳ । ଯାହା ଦଳକୁ ଫାଇଦା ଦେଇଛି । ତେବେ ନିର୍ବାଚିତ ପ୍ରତିନିଧିଙ୍କ ଠାରୁ ସେମାନଙ୍କ ଭୋଟର ଆଗାମୀ ଦିନରେ କେତେ ଫାଇଦା ପାଉଛନ୍ତି ତା’ ଉପରେ ରହିବ ନଜର ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.