Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ସଂକ୍ରମଣ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୬୬୯ ଆକ୍ରାନ୍ତ
  • ||
  • ସରକାର ଓ କୃଷକଙ୍କ ମଧ୍ୟରେ ପ୍ରଥମ ବୈଠକ ବିଫଳ: ପୁଣି ଡିସେମ୍ବର ୩ରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା, ଜାରି ରହିବ ଆନ୍ଦୋଳନ
  • ||
  • ସୋର : ବାଇକ୍ ଉପରେ ମାଡିଗଲା କାର୍, ୩ ଗୁରୁତର
  • ||
  • କଣ୍ଟାବାଞ୍ଝି : ରାସ୍ତା କଡ ସିମେଣ୍ଟ ଖୁଣ୍ଟରେ ପିଟିହେଲା ବାଇକ୍ଦୁ, ଦୁଇ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଟ୍ରକ୍‌କୁ ୮୭ ହଜାର ଟଙ୍କା ଫାଇନ୍, ପରମିଟ୍ ନଥାଇ ପରିବହନ ହେଉଥିଲା ଅଧିକ ଓଜନର ସାମଗ୍ରୀ
  • ||
  • ଆଠମଲ୍ଲିକ : ବାଇକ୍‌କୁ ଧକ୍କା ଦେଲା ପିକ୍‌ଅପ୍ ଭ୍ୟାନ୍, ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ସୋର : ଟ୍ରକ୍ ଚାପାରେ ମା’ ମୃତ, ବାପା-ପୁଅ ଗୁରୁତର
  • ||
  • ସାନଖେମୁଣ୍ଡି : ଦାଦା ବଟି ମାଗିବା ଅଭିଯୋଗରେ ଯୁବକ ଗିରଫ, ମାଉଜର ଓ ଅଫୁଟା ଗୁଳି ଜବତ
  • ||
  • ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୪୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୩୭୮ କରୋନା ସଂକ୍ରମିତ, ୩୧୯୧୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

କାଠଯୋଡି ପୋଲ ଉପରେ ବାଇକ ରଖି ସ୍ତ୍ରୀ ଓ ପୁଅ ଆଗରେ ହିଁ କାହିଁକି ଭରା ନଈକୁ ଡେଇଁ ପଡିଲେ ଦେବବ୍ରତ ? ଏ ଯାଏଁ ନିଖୋଜ…

9/10/2019 at 5:53 PM

କଟକ୯|୧୦: ପାରିବାରି କଳହର କରୁଣ ପରିଣତି….ସ୍ତ୍ରୀ ଓ ପିଲାଙ୍କ ଆଗରେ ଯୁବକ ଡେଇଁ ପଡିଲେ ଭରା ନଇକୁ..ଏମିତି ଏକ ଘଟଣା ଆଜି ଘଟିଛି କଟକ କାଠଯୋଡି ପୋଲି ଉପରେ । ବାଇକ୍ ରେ ସ୍ୱାମୀ, ସ୍ତ୍ରୀ ଓ ପୁଅ ଘରକୁ ଫେରୁଥିବା ବେଳେ, ବାଟରେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ପାଟି ତୁଣ୍ଡ ହେଲା । କେହି କିଛି ବୁଝିବା ପୂର୍ବରୁ ସ୍ୱାମୀ ବାଇକ୍ ରଖି କାଠଯୋଡି ପୋଲ ଉପରୁ ଡେଇ ପଡିଲେ ନଦୀ ଭିତରକୁ । ସ୍ୱାମୀଙ୍କ ପଛେ ପଛେ ସ୍ତ୍ରୀ ବି ନଦୀକୁ ଡେଇଁବା ପାଇଁ ଚେଷ୍ଟା କରିଥିଲେ, ହେଲେ ସ୍ଥାନୀୟ ଲୋକେ ସ୍ତ୍ରୀଙ୍କୁ କାବୁ କରି ନେଇଥିଲେ ।

ପାରିବାରିକ କଳହର ଭୟଙ୍କର ପରିଣତି । ପାରିବାରିକ କଳହ ଯୋଗୁଁ କଟକ କାଠଯୋଡି ନଦୀ ପୋଲ ଉପରେ ଆଜି ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । କଟକ ଜିଲ୍ଲା ନିଆଳୀର କରଞ୍ଜ ଅଞ୍ଚଳର ଦେବବ୍ରତ ମହାପାତ୍ର । ନିଜ ସ୍ତ୍ରୀ ଓ ଛୋଟ ପୁଅକୁ ଧରି ଯାଜପୁରରୁ ନିଜ ଗାଁକୁ ଫେରୁଥିଲେ । ବାଟରେ କୌଣସି କାରଣରୁ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟ ଝଗଡା ଲାଗିଥିଲା । ହଠାତ୍ ଉତ୍‌କ୍ଷିପ୍ତ ହୋଇ ଦେବବ୍ରତ କଟକ ପ୍ରେସଛକ ନିକଟ କାଠଯୋଡି ପୋଲ ଉପରେ ବାଇକ୍ ରଖି ଦେଇଥିଲେ । କେହି କିଛି ବୁଝିବା ପୂର୍ବରୁ ଦେବବ୍ରତ ଦଉଡି ଯାଇଁ ଭରା କାଠଯୋଡି ଭିତରକୁ ଡେଇଁ ପଡିଥିଲେ ।

ସ୍ବାମୀଙ୍କ ପଛେ ପଛେ ତାଙ୍କ ସ୍ତ୍ରୀ ମଧ୍ୟ ନଦୀକୁ ଡେଇଁବାକୁ ଚେଷ୍ଟା କରିଥିଲେ । ମାତ୍ର ସେହି ବାଟ ଦେଇଯାଉଥିବା ଜନୈକ ମହିଳା ସ୍ତ୍ରୀଙ୍କୁ କାବୁ କରି ନେଇଥିଲେ । ସେପଟେ ଦେବବ୍ରତଙ୍କ ଶ୍ବଶୁରଙ୍କ  କହିବା ଅନୁସାରେ ଗତ ପ୍ରାୟ ପାଞ୍ଚ ବର୍ଷ ହେବ ଦେବବ୍ରତ ମାନସିକ ଚାପ ଭିତରେ ରହୁଥିଲେ…

ଦେବବ୍ରତ ଯାଜପୁରରେ ଏକ କମ୍ପାନୀରେ ଚାକିରୀ କରିଥିବା ବେଳେ ତାଙ୍କ ସ୍ତ୍ରୀ ବାରିପଦାରେ ଶିକ୍ଷୟିତ୍ରୀ ଅଛନ୍ତି । ଦେବବ୍ରତଙ୍କ ସ୍ତ୍ରୀ ବାରିପଦାରୁ ଯାଜପୁର ଆସିବା ପରେ ଉଭୟ ସାଙ୍ଗ ହେଇ ନିଜ ଗାଁ ନିଆଳୀ ଯାଉଥିଲେ । ତେବେ ବାଟରେ ଘଟିଗଲା ଏଭଳି ଅଭାବନୀୟ ଘଟଣା ।

ସେପଟେ ନଦୀରେ ଏବେ ବନ୍ୟା ଜଳ ରହିଥିବା ଯୋଗୁଁ ପ୍ରଖର ସୂଅରେ ଦେବବ୍ରତ ଭାସି ଯାଇଥିଲେ । ତେବେ ଅଗ୍ନିଶମ ବିଭାଗର ତିନିଟି ଟିମ୍ ଓ ଓଡ୍ରାଫ୍ ର ୨ଟି ଟିମ୍ ସ୍କୁବା ଡାଇଭର୍ ଙ୍କ ସହ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ…

ଅନ୍ୟପଟେ ଏଭଳି ଘଟଣା ଦେଖି ମାନସିକ ଆଘାତ ପାଇଥିବା ଦେବବ୍ରତଙ୍କ ସ୍ତ୍ରୀ କ୍ୟାମେରା ଆଗରେ କିଛି କହିବା ପାଇଁ ମନା କରି ଦେଇଛନ୍ତି । କେଉଁଥିପାଇଁ ଦେବବ୍ରତ ଏଭଳି ପଦକ୍ଷେପ ନେଲେ , ପତ୍ନୀଙ୍କୁ ଏ ବାବଦରେ କଟକ ସଦର ଥାନା କର୍ତ୍ତୃପକ୍ଷ ପଚରା ପଚରି କରିଛନ୍ତି ।

   Related Posts