Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • LICର ଏମ୍‌ଡି ହେଲେ ଓଡ଼ିଆ ପୁଅ ସିଦ୍ଧାର୍ଥ ମହାନ୍ତି, ଫେବୃଆରୀ ୧ରୁ ସମ୍ଭାଳିବେ ଦାୟିତ୍ବ
  • ||
  • ଜାନୁଆରୀ ୨୭, ସକାଳେ ଜେଲ୍‌ରୁ ମୁକୁଳିପାରନ୍ତି ଭି.କେ. ଶଶିକଳା
  • ||
  • ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟ ଖୋଲିଵାକୁ ସରକାରଙ୍କ ନିଷ୍ପତ୍ତି
  • ||
  • କଟକ:କାଲିଠାରୁ ଖୋଲିଵ ନେତାଜୀ ସଂଗ୍ରହାଳୟ
  • ||
  • ରାଇରଙ୍ଗପୁର: ଗୋରୁମହିଷାଣି ପୋଲିସର ସଡକ ସୁରକ୍ଷା ସଚେତନ କାର୍ଯ୍ୟକ୍ରମ, ସାମିଲ ଥିଲେ ସ୍ଥାନୀୟ ଲୋକେ
  • ||
  • ବଲାଙ୍ଗୀର: ପୁଣି ରକ୍ତ ରଞ୍ଜିତ ହେଲା ଶୁଲିଆ ପୀଠ, ଗଡିଲା ଶହ ଶହ ପଶୁ-ପକ୍ଷୀଙ୍କ ମୁଣ୍ଡ
  • ||
  • ଭୁବନେଶ୍ବରରେ ପହଞ୍ଚିଲା ୨ୟ ପର୍ଯ୍ୟାୟ କୋଭିଡ ଟିକା: ସ୍ପାଇସ୍ ଜେଟ୍‌ରେ ଆସିଲା ଟିକା
  • ||
  • ଭାଙ୍ଗିଲା ୩୩ ବର୍ଷର ରେକର୍ଡ୍‌ : ବ୍ରିସବେନ ଟେଷ୍ଟରେ ଭାରତର ଐତିହାସିକ ବିଜୟ, ଅଷ୍ଟ୍ରେଲିଆକୁ ୩ ଓ୍ବିକେଟ୍‌ରେ ହରାଇ ସିରିଜ କବଜା କଲା ଟିମ୍ ଇଣ୍ଡିଆ
  • ||
  • ମାଲକାନଗିରି : ସୀମାନ୍ତରେ ଏନ୍‌କାଉଣ୍ଟର, ୧୦ରୁ ଅଧିକ ମାଓ କ୍ୟାମ୍ପ ଧ୍ୱଂସ
  • ||
  • ସମ୍ବଲପୁର : ଫୋକସ୍‌ରେ ପଶ୍ଚିମ ଓଡିଶା, ମା’ ସମଲେଶ୍ବରୀଙ୍କ ମନ୍ଦିର ବୁଲି ସମୀକ୍ଷା କଲେ 5-T ସଚିବ
  • ||

କାହିଁକି ବାତ୍ୟା ବା ସାଇକ୍ଲୋନର ନାଁ ହୋଇଛି ବୁଲ୍‌ବୁଲ୍‌ – ଜାଣନ୍ତୁ

6/11/2019 at 4:14 PM

ନୂଆଦିଲ୍ଲୀ – ଏବେ ସୃଷ୍ଟି ହେଉଥିବା ସାଇକ୍ଲୋନ ବା ବାତ୍ୟାର ନାମ କରଣ ହେଉଛି । ମାତ୍ର ୧୯୯୯ ମସିହାରେ ମହାବାତ୍ୟା ଯୋଗୁଁ ଓଡିଶାରେ ପ୍ରବଳ କ୍ଷୟ କ୍ଷତି ହୋଇଥିଲା । ସେହି ସମୟରେ ବାତ୍ୟାର ନାମ କରଣ ହୋଇ ନ ଥିଲା ।

ପରେ ଡବ୍ଲୁଏମ୍‌ଓ ବା World Meteorological Organisationର ନିୟମାବଳୀ ଅନୁସାରେ ବିଭିନ୍ନ ସାମୁଦ୍ରିକ ବାତ୍ୟାର ନାମ କରାଗଲା । ଭାରତୀୟ ଉପମହାଦ୍ୱୀପରେ ହେଉଥିବାର ବାତ୍ୟା ଭାରତ, ବଙ୍ଗଳାଦେଶ, ଥାଇଲାଣ୍ଡ, ମିଆଁମାର, ପାକିସ୍ତାନ , ଓମାନ ଆଦି ଦେଶ ଦେଇଥିବା ବିଭିନ୍ନ ନାଁ ଅନୁସାରେ କରାଯାଇଥାଏ ।

ଚଳିତ ବର୍ଷ ପୁରୀରେ ମାଡ ହୋଇଥିବା ବାତ୍ୟାର ନାମ ଫଣି ବା ଫନି ଦିଆଯାଇଥିଲା । ବାଙ୍ଗାଲାଦେଶ ପକ୍ଷରୁ ଦିଆଯାଇଥିବା ନାଁ ଅନୁସାରେ ଏହାର ନାମ କରଣ କରାଯାଇଥିଲା । ପୂର୍ବରୁ ଓଡିଶାରେ ଫାଇଲିନ୍‌ ଓ ହୁଡ୍‌ହୁଡ୍‌ ବାତ୍ୟା ସ୍ଥଳଭାଗ ଅତିକ୍ରମ କରିଥିଲେ ।

ଏବେ ଗୁଜୁରାଟ ଉପକୂଳରେ ମାହା ବାତ୍ୟା ମାଡ ହେବା ପାଇଁ ଯାଉଛି । ଓମାନ ଦେଇଥିବା ନାଁ ଅନୁସାରେ ଏହାର ନାମ କରଣ କରାଯାଇଛି ।

ଏବେ ବଙ୍ଗୋପସାହର ଉପର ସୃଷ୍ଟ ବାତ୍ୟାର ନାମ ବୁଲ୍‌ବୁଲ୍‌ ଦିଆଯାଇଛି । ଏହାକୁ ପାକିସ୍ତାନର ନାଁ ଅନୁସାରେ ନାମ କରଣ କରାଯାଇଛି ।

World Meteorological Organisationର ନିୟମାବଳୀ ଅନୁସାରେ ଏହାର ନାମ ବୁଲ୍‌ବୁଲ୍‌ ଦିଆଯାଇଛି । ଭାରତମହାସାଗରର ଉତ୍ତରରେ ଥିବା ଭାରତ ସହ ୯ ଟି ଦେଶ ଏହି ଅଞ୍ଚଳରେ ସୃଷ୍ଟ ବାତ୍ୟାର ନାମ କରଣ କରୁଛନ୍ତି ।

   Related Posts