କରୋନା ଲହର ଲାଗି ପୁଣି ସନ୍ଦେହରେ ଚୀନ, ହୁଏତ ଗୋପନ ଔଷଧରେ କରୁଛି ମୁକାବିଲା

Published By : Prameya-News7 Bureau | June 20, 2021 IST

ନୂଆଦିଲ୍ଲୀ ୨୦।୬: କରୋନା ଭାଇରସ ମହାମାରୀ ଚୀନ୍‌ରୁ ସାରା ବିଶ୍ୱକୁ ପ୍ରସରି ଯାଇଛି। ୨୦୧୯ରେ ପ୍ରଥମ ସଂକ୍ରମଣ ପରଠାରୁ ମହମାରୀର ଅନେକ ଲହର ଆସିଲାଣି। ହେଲେ ଚୀନ୍‌ରେ ଯଦିଓ ସଂକ୍ରମଣ ହେଉଛି ହେଲେ ଅନ୍ୟ ଦେଶଙ୍କ ପରି ଏଠାରେ ଲହର ଆସୁନି। ଯଦିବା ଏପରି କିଛି ହେଉଥାଏ ଚୀନ୍‌ ହୁଏତ ପୂର୍ବ ଭଳି ଏହାକୁ ଗୋପନ ରଖୁଛି ବା ପରିସ୍ଥିତିର ମୁକାବିଲା ଲାଗି ସେପରି କୌଣସି ଔଷଧ କିମ୍ବା ଟିକା ବିକାଶ କରିଛି ବୋଲି ଏବେ ସାରା ବିଶ୍ୱର ସନ୍ଦେହ ଦୃଢ ହେବାରେ ଲାଗିଛି। ତେବେ ବାସ୍ତବରେ କ’ଣ ଚୀନ୍‌ କରୋନା ମୁକାବିଲାରେ ସଫଳ ହୋଇଛି ଆସନ୍ତୁ ଜାଣିବା।

କରୋନା ଭାଇରସ ମହାମାରୀ ଚୀନ୍‌ ଲାବୋରେଟରୀରୁ ଲିକ୍‌ ହୋଇଥିବା ସାରା ବିଶ୍ୱ ଅଭିଯୋଗ କରିଆସୁଛି। ଏହି ଅଭିଯୋଗର ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲୁଏଚଓ) ଯାଞ୍ଚ ମଧ୍ୟ କରାଇଛନ୍ତି। ହେଲେ ଏଥିରୁ ଏ ପର୍ଯ୍ୟନ୍ତ କୌଣସି ନିଷ୍କର୍ସରେ ପହଞ୍ଚି ହେଉନି। ଏଣୁ ଚୀନ ସହ ଡବ୍ଲୁଏଚଓ ମଧ୍ୟ ବିଶ୍ୱର ଶରବ୍ୟ ହେଉଛନ୍ତି। ହେଲେ ଭୂତାଣୁକୁ ନେଇ ଏପର୍ଯ୍ୟନ୍ତ ସନ୍ଦେହ ମୋଚନ ହୋଇପାରୁନି। ତେବେ ଚୀନ୍‌ ଲୋକେ ଜାଣନ୍ତି ଦେଶରେ କିପରି କାବୁରେ ରହିଛି ଭୂତାଣୁ।

{"id":468669,"sizeSlug":"large","linkDestination":"none"}

ବିଶ୍ୱରେ ସର୍ବ ପ୍ରଥମ ଚୀନରେ ହୋଇଥିଲା କରୋନା ଭାଇରସର ସଂକ୍ରମଣ। ଉହାନ ସହର ଶ୍ମଶାନରେ ପରିଣତ ହୋଇଥିଲା। ଏହି ସହରରେ ଥିବା ଲାବୋରେଟରୀ ସଂକ୍ରମଣ ଲାଗି ସନ୍ଦେହକୁ ଆସିଥିଲା। କିନ୍ତୁ ସଂକ୍ରମଣର ପ୍ରାରମ୍ଭିକ କାଳରେ କ’ଣ ହେଉଛି ତାହା କାହାରିକୁ ହେଲେ ଜଣାନଥିଲା। ଶହଶହ ଲୋକେ ଅସୁସ୍ଥ ହୋଇ ହସ୍ପିଟାଲ ମୁହାଁ ହୋଇଥିଲେ। ଏତେ ସଂଖ୍ୟାରେ ଲୋକେ ଅସୁସ୍ଥ ହେଉଥିଲେ ଯେ ସେମାନଙ୍କ ଚିକିତ୍ସା ଲାଗି ହସ୍ପିଟାଲ ବି ସୀମିତ ପଡିଯାଇଥିଲା। ସରକାର ଲୋକଙ୍କ ଚିକିତ୍ସା ଲାଗି ଅସ୍ଥାୟୀ ହସ୍ପିଟାଲ ସବୁ ସ୍ଥାପନ କରିଥିଲେ।

ରୋଗର ପ୍ରକୃତି ସମ୍ପର୍କରେ ପ୍ରଥମେ କିଛି ଜଣା ନଥିଲା। କିପରି ହେଉଛି କେମିତି ବ୍ୟାପୁଛି ସେ ନେଇ ସରକାର ମଧ୍ୟ ସନ୍ଦେହରେ ପଡିଯାଇଥିଲେ। ତେବେ ହୁଏତ ଏହା ସଂକ୍ରାମକ ବୋଲି ସନ୍ଦେହ କରାଯିବା ସହ ପ୍ରଥମେ ରୋଗର ପ୍ରସାର ରୋକିବାକୁ ଉଦ୍ୟମ କରାଯାଇଥିଲା। ସରକାର କଡ଼ା କଟକଣା ଲଗାଇଥିଲେ। ସହର ପରେ ସହର, ଗମନାଗମନ, ପରିବହନ ବ୍ୟବସ୍ଥା ସରକାର ଦିନଦିନ ବନ୍ଦ କରି ରଖିଥିଲେ। ଦେଶରେ ଦୋକାନ, ବଜାର, ଅଫିସ, ସ୍କୁଲ, ସାମାଜିକ କାର୍ଯ୍ୟକ୍ରମ, ସଭାସମିତି ସବୁ  ବନ୍ଦ କରିଦେଇଥିଲେ ସରକାର।

{"id":468670,"sizeSlug":"large","linkDestination":"none"}

କ୍ରମଶଃ ପରିସ୍ଥିତି ଆୟତାଧୀନ ହୋଇଥିଲା ଓ ରୋଗକୁ ନେଇ ଅଧିକ ଗବେଷଣା ହୋଇଥିଲା। ଏହା ସଂକ୍ରାମକ ବୋଲି ଜଣାପଡିବା ସହ ତୀବ୍ର ବ୍ୟାପୁଥିବାରୁ ସରକାର ସେହି ଅନୁସାରେ କଟକଣା ଅଧିକ କଡ଼ାକଡି କରିଥିଲେ। ସେବେଠାରୁ ଚୀନରେ ଆଜି ପର୍ଯ୍ୟନ୍ତ କୋଭିଡ କଟକଣାରେ ସାମାନ୍ୟତମ ଢିଲା ଦିଆଯାଉନି। ଭୂତାଣୁ ସଂକ୍ରମଣ ଓ ଏହାର ନିରାକରଣ ଲାଗି ଚୀନରେ ମଧ୍ୟ ଟିକା ଆବିଷ୍କାର ହୋଇଛି। ସରକାର ମଧ୍ୟ ଟିକାକରଣକୁ ଗୁରୁତ୍ୱ ଦେଉଛନ୍ତି। ତେବେ ଭୂତାଣୁର ମ୍ୟୁଟାଣ୍ଟ ଗୁଣ ଜଣା ପଡିବା ପରେ ସରକାର ଏବେ କେବଳ କଟକଣା ଉପରେ ପ୍ରାଧାନ୍ୟ ଦେଉଛନ୍ତି।

ଚୀନ୍‌ ଜାଣିଛି ଥରେ ଭୂତାଣୁର ସଂକ୍ରମଣ ସମ୍ପୂର୍ଣ୍ଣ ସମାପ୍ତ ହେଲେ ଏହା ଦ୍ୱିତୀୟବାର ପୁଣି କେବେବି ଦେଖାଯିବନି। ହେଲେ ଯେଉଁପର୍ଯ୍ୟନ୍ତ ପୃଥିବୀରେ ଜଣେ ବି ସଂକ୍ରମିତ ଅଛନ୍ତି ସେ ପର୍ଯ୍ୟନ୍ତ ସଂକ୍ରମଣ ବାରମ୍ବାର ହେଉଥିବ। ଏଣୁ ଦେଶରେ ଅନ୍ତର୍ଜାତୀୟ ଉଡାଣ ଓ ଅନ୍ୟ ନିୟମରେ ସାମାନ୍ୟତମ ଢିଲା ଦିଆଯାଉ ନାହିଁ। ଏବେ ଚୀନ୍‌ର ସବୁ ବିମାନ ବନ୍ଦରକୁ ଅନ୍ତର୍ଜାତୀୟ ବିମାନ ଲାଗି ଉପଯୋଗ କରାଯାଉନି। ଅନ୍ତର୍ଜାତୀୟ ଯାତ୍ରୀଙ୍କୁ ବିମାନ ବନ୍ଦରରେ କ୍ୱାରେଣ୍ଟାଇନ ରଖାଯାଉଛି। ନିର୍ଦ୍ଦିଷ୍ଟ ସମୟ ପରେ ଘରକୁ ଛଡାଯାଉଥିଲେ ହେଁ ୭ ଦିନ ହୋମ ଆଇସୋଲେସନରେ ରଖା ଯାଉଛି। ତା ପରେ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟ ଉପରେ ନିୟମିତ ନଜର ରଖାଯାଉଛି।  ଏହି ସମୟ ମଧ୍ୟରେ ଯଦି ବ୍ୟକ୍ତି ଅସୁସ୍ଥ ହୁଅନ୍ତି ତାଙ୍କର ପରୀକ୍ଷଣ କରାଇ ତୁରନ୍ତ ଚିକିତ୍ସା ବ୍ୟବସ୍ଥା କରୁଛନ୍ତି।

{"id":468671,"sizeSlug":"large","linkDestination":"none"}

ହେଲେ ବିଶ୍ୱର ଅନ୍ୟ ଦେଶମାନେ ଏ ପର୍ଯ୍ୟନ୍ତ ଭୂତାଣୁକୁ ନେଇ ଚୀନ୍‌ ଭଳି ଗମ୍ଭୀର ହୋଇ ନାହାନ୍ତି। ଏହା ସାଧାରଣ ସଂକ୍ରମଣ  ଟିକା ଏବଂ ଔଷଧ ମାଧ୍ୟମରେ ଅନ୍ୟ ଭୂତାଣୁ ସଂକ୍ରମଣ ଭଳି ଆୟତ ହୋଇପାରିବ ବୋଲି ଭାବୁଛନ୍ତି ଓ କଟକଣା ଲଗାଇ ପୁଣି ହଟାଇ ଦେଉଛନ୍ତି । ଆର୍ଥିକ ଗତିବିଧି ଲାଗି ପରିସ୍ଥିତି କୋହଳ ହେଲେ ଅନ୍ତର୍ଜାତୀୟ ବିମାନ ଓ ପୋତ ନିୟମ ମଧ୍ୟ କୋହଳ କରିଦେଉଛନ୍ତି। ଫଳରେ ବିଶ୍ୱରେ ବାରମ୍ବାର ଭୂତାଣୁର ଲହର ଆସୁଥିବା ବେଳେ ପରିସ୍ଥିତି ବେଳକୁ ବେଳ ଜଟିଳ ହେବାରେ ଲାଗିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.