କାହିଁକି ଇଟାଲୀରେ ମୃତ୍ୟୁର ତାଣ୍ଡବ ରଚୁଛି କରୋନା? ନଜର ପକାନ୍ତୁ ୫ଟିି ମୁଖ୍ୟ କାରଣ ଉପରେ

Published By : Prameya-News7 Bureau | March 30, 2020 IST

ରୋମ, ୩୦|୦୩: କରୋନା ଭାଇରସ ପାଇଁ ସାରା ବିଶ୍ୱରେ ମୃତ୍ୟୁସଂଖ୍ୟା ୩୩ ହଜାର ଟପିଛି । ଏହା ମଧ୍ୟରୁ କେବଳ ଇଟାଲୀରେ ୧୦ ହଜାର ଲୋକ ପ୍ରାଣ ହରାଇଛନ୍ତି । ଇଟାଲୀ ସ୍ପେନ, ଆମେରିକା ଓ ଚୀନର ମୃତ୍ୟୁସଂଖ୍ୟାକୁ ପଛରେ ପକାଇ ଦେଇଛି । ଏଠାରେ ପ୍ରତିଦିନ ୭୦୦ରୁ ଅଧିକ ପ୍ରାଣ ହରାଉଛନ୍ତି । ଏହି ଦେଶରେ ଭଲ ଚିକିତ୍ସା ସୁବିଧା, ଉନ୍ନତ ମାନର ଡାକ୍ତର ଥିଲେ ମଧ୍ୟ ମୃତ୍ୟୁସଂଖ୍ୟାକୁ ରୋକାଯାଇ ପାରୁନାହିଁ । କଣ ପାଇଁ ଏଠାରେ ମୃତ୍ୟୁ ତାଣ୍ଡବ ଚରୁଛି ବୋଲି ପ୍ରଶ୍ନ ଉଠୁଛି । ଆସନ୍ତୁ ନଜର ପକାଇବା ଏହାର ୫ଟି ମୁଖ୍ୟ କାରଣ ଉପରେ ।

{"id":246255,"width":759,"height":427,"sizeSlug":"large"}

୧- କରେନା ଭାଇରସ ଯୁବକଙ୍କ ଅପେକ୍ଷା ବୟସ୍କଙ୍କୁ ସବୁଠାରୁ ଅଧିକ ପ୍ରଭାବିତ କରୁଛି । ୬୫ରୁ ଅଧିକ ବୟସର ଲୋକେ ସଂକ୍ରମଣ ପରେ ପ୍ରାଣ ହରାଉଛନ୍ତି ।କାରଣ ସେମାନଙ୍କ ରୋଗପ୍ରତିରୋଧକ ଶକ୍ତି କମ ଥାଏ ।ଏଠାରେ ୭୬ ଲକ୍ଷରୁ ଅଧିକ ଲୋକଙ୍କ ବୟସ୍କ ୬୫ରୁ ଅଧିକ । ଅର୍ଥାତ ମୋଟ ଜନସଂଖ୍ୟାର ୨୩ ପ୍ରତିଶତ ।

୨- ରିପୋର୍ଟ ଅନୁସାରେ ଇଟାଲୀର ସର୍ବାଧିକ ମୃତକଙ୍କ ବୟସ ୭୮ ବର୍ଷରୁ ଅଧିକ  । ତେବେ ଏଠାରେ ୧୦୨ ବର୍ଷର ଜଣେ ମହିଳା ୨୦ ଦିନ ମେଡିକାଲରେ ବିତାଇବା ପରେ ସୁସ୍ଥ ହୋଇ ଫେରିଛନ୍ତି ।

୩- ଚୀନର ବୁହାନ ସହରର କରୋନା ଭାଇରସ ବିଷୟରେ ରିପୋର୍ଟ ଆସିବା ପରେ ଏକ କୋଟି ଲୋକଙ୍କୁ ଲକଡାଉନ କରାଯାଇଥିଲା । ସମସ୍ତ ଟ୍ରେନ, ବିମାନ ଓ ବସ ସେବା ବନ୍ଦ କରାଯାଇଥିଲା । କିନ୍ତୁ ଇଟାଲୀରେ ଏପରି ହୋଇ ନଥିଲା । ଏଠାରେ ଲୋକମାନେ ଲକଡାଉନକୁ ପାଳନ କରିନଥିଲେ । ସରକାର ୩୦୦୦ ୟୁରୋ ଜରିମାନା ଲଗାଇବା ପରେ ଲୋକମାନେ ଘରେ ରହିଥିଲେ।

୪- ଇଟାଲୀର ସେଙ୍କୋ ହସ୍ପିଟାଲର ଡାକ୍ତର ମୋସିମେ ଗାଲ୍ଲୀ କହିଛନ୍ତି ଯେ, ଏଠାରେ କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟାକୁ ଭୁଲ ଦର୍ଶାଯାଉଛି । ପ୍ରକୃତ ସଂଖ୍ୟା ଏହାଠାରୁ ଅଧିକ । ଅର୍ଥାତ ଆଗାମୀ ଦିନରେ ମୃତ୍ୟୁସଂଖ୍ୟା ଆହୁରି ବୃଦ୍ଧି ପାଇବ ।

୫- ଏଠାରେ ସଂକ୍ରମିତଙ୍କ ପାଇଁ ଟେଷ୍ଟିଂ ସୁବିଧା ସେତେ ପରିମାଣରେ ଉପଲବ୍ଧ ନାହିଁ । ଯେଉଁମାନଙ୍କଠାରେ ଲକ୍ଷଣ ଦେଖାଯାଉଛି କେବଳ ସେମାନଙ୍କୁ ଟେଷ୍ଟ କରାଯାଉଛି । ଦିନକୁ ୫ ହଜାର ଲୋକଙ୍କ ସ୍ୱାବ ଟେଷ୍ଟ କରାଯାଉଛି । ଏହାସହ ପ୍ରୋଟେକ୍ଟିଭ୍ ଗିଅର ମଧ୍ୟ କମ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.