Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ଭାରତର କୋଭିଡ୍ ଭୟାବହତା ପାଇଁ ଦାୟୀ କିଏ, କାରଣ କ’ଣ ? ବିଭିନ୍ନ ବୈଜ୍ଞାନିକ ନୀତି ନିୟମ ଓ ଗବେଷଣା ପଦ୍ଧତି ହେୟଜ୍ଞାନ କରିବା ହେଲା ମହଙ୍ଗା

1/05/2021 at 8:48 AM

ନୂଆଦିଲ୍ଲୀ, ୦୧।୦୫: ଭାରତରେ କରୋନା ଭାଇରସର ସ୍ଥିତି ସଙ୍ଗୀନ ରହିଛି । ଦୈନିକ ସାଢେ ୩ ଲକ୍ଷରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏହାମଧ୍ୟରେ ବାଇରସର ନୂଆ ଷ୍ଟ୍ରେନ୍ ଭୟଙ୍କର ରୂପ ଧାରଣ କରିଛି । ଏହାର ପ୍ରଭାବରେ ଶରୀରରେ ନୂଆ ନୂଆ ଲକ୍ଷଣମାନ ଦେଖିବାକୁ ମିଳୁଛି । ଏପରିକି ସାରା ବିଶ୍ୱରେ ପ୍ରାଣ ହରାଉଥିବା ୪ ସଂକ୍ରମିତଙ୍କ ମଧ୍ୟରୁ ଜଣେ ଭାରତୀୟ ରହୁଛନ୍ତି ।

ଗତ ଫେବ୍ରୁଆରୀରେ ଦେଶରେ ୧୦ ହଜାରରୁ କମ୍ ସଂକ୍ରମିତ ଚିହ୍ନଟ ହୋଇଥିଲେ । କିନ୍ତୁ ପରେ ସଂକ୍ରମଣ ବଢିଥିଲା । ଲକ୍ଷ, ୨ ଲକ୍ଷ ପରେ ୩ ଲକ୍ଷ ଟପିଥିଲା । ଏହାକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡଃ ହର୍ଷବର୍ଦ୍ଧନ ନିଜର ପ୍ରତିକ୍ରିୟା ରଖିଛନ୍ତି ।

ସେ କହିଛନ୍ତି ଯେ, ଲଗାତର ୯ ଦିନ ହେଲା ୩ ଲକ୍ଷରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । କିଛି କାର୍ଯ୍ୟକ୍ରମ ଓ ଗହଳି କାରଣରୁ ସଂକ୍ରମଣ ବଢିଥିବା ଅନୁମାନ କରାଯାଉଛି । ଦ୍ୱିତୀୟ ଲହର ରୋକିବାକୁ ଆହୁରି ପ୍ରସ୍ତୁତ ହେବ ଦରକାର ଥିଲା ।

କଣ ପାଇଁ ସ୍ଥିତି ହେଲା ସଙ୍ଗୀନ

ଭାରତରେ ପ୍ରଥମେ ଗତ ଅକ୍ଟୋବରରେ ଡବଲ ଭାରିଏଣ୍ଟ ଠାବ ହୋଇଥିଲା । ଏହି ମ୍ୟୁଟାଣ୍ଟ ଚଳିତ ବର୍ଷ ମହାରାଷ୍ଟ୍ରର ୬୧ ପ୍ରତିଶତ ସଂକ୍ରମିତଙ୍କଠାରେ ଠାବ ହୋଇଛି ।ଏହା ଅତିକମରେ ୧୭ ଦେଶରେ ନିଜର ଭୟଙ୍କର ରୂପ ଦେଖାଇ ସାରିଛି । ଭାରତରେ ଯେତେବେଳେଏହା ଠାବ ହେଲା ସେତେବେଳେ ଏହାକୁ ବେଶୀ ଗୁରୁତ୍ୱ ଦିଆଯାଇ ନଥିଲା ।

ସରକାରଙ୍କ ଜାତୀୟ କୋଭିଡ୍ କମିଟି ଏନେଇ ସତର୍କତା ଜାରି କରିଥିଲା । ମାର୍ଚ୍ଚ ୮ ବେଳକୁ ଦେଶ ଦ୍ୱିତୀୟ ଲହରର ସାମ୍ନା କରିବ ବୋଲି ରିପୋର୍ଟ ପ୍ରକାଶ ପାଇଥିଲା । ମହାରାଷ୍ଟ୍ର, କେରଳ ଓ ଛତିଶଗଡରେ ଏହା ଭୟଙ୍କର ହେବ ବୋଲି ପୂର୍ବରୁ ଆଶଙ୍କା ମଧ୍ୟ କରାଯାଉଥିଲା ।

ଦେଶରେ ପ୍ରଥମ ଲହର ପରେ କରୋନା ହସ୍ପିଟାଲ ଓ ବେଡ୍, ଅକ୍ସିଜେନ୍ ଯୁକ୍ତ ବେଡ୍ ସଂଖ୍ୟାକୁ କମାଇ ଦିଆଯାଇଥିଲା । ଡିସେମ୍ବର ୨୦୨୦ରୁ ଏପ୍ରିଲ ୨୦୨୧ ମଧ୍ୟରେ ଏହା ୬ ପ୍ରତିଶତକୁ ହ୍ରାସ ପାଇଥିଲା । ଅଦିକ ଅକ୍ସିଜେନ୍ ପ୍ଲାଣ୍ଟ ପ୍ରତିଷ୍ଠା କେବଳ କାଗଜ କଲମରେ ଅଟକି ଯାଇଥିଲା । ସରକାର ୧୬୨ଟି ଅକ୍ସିଜେନ୍ ପ୍ଲାଣ୍ଟ ପ୍ରତିଷ୍ଠା ନେଇ କହିଥିବା ବେଳେ ଏପ୍ରିଲ ସୁଦ୍ଧା ମାତ୍ର ୩୩ଟି ପ୍ରତିଷ୍ଠା କରାଯାଇଥିଲା ।

ଦେଶରେ ଜାନୁଆରୀ ପହିଲାରୁ ଟିକାକରଣ ଆରମ୍ଭ ହୋଇଥିଲା ।ଏହା ମଧ୍ୟରେ ୪ ମାସ ବିତିଗଲାଣି । ଏବେବି ଜନସଂଖ୍ୟାର ୧୦ ପ୍ରତିଶତଙ୍କୁ ଟିକା ମିଳିନି । ଜନସଂଖ୍ୟା ଅଧିକ ଥିବାରୁ ଏହା ବିଳମ୍ବିତ ହେଉଛି । ଦକ୍ଷିଣ କର୍ଣ୍ଣାଟକରେ ଯେଉଁ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି ସେମାନଙ୍କ ମଧ୍ୟରୁ ୩୦ ଜଣଙ୍କର କୌଣସି ଲକ୍ଷଣ କିମ୍ବା ଗମ୍ଭୀର ରୋଗ ନଥିଲା । ଏଭଳି ରିପୋର୍ଟ ବିଶେଷଜ୍ଞଙ୍କୁ ଚିନ୍ତିତ କରିଛି ।

   Related Posts