କରୋନା ଭାଇରସ୍ ସହ ଡାଏବେଟିସ୍, କାହିଁକି ସବୁଠାରୁ ଘାତକ ସଂଯୋଜନା ?

Published By : Prameya-News7 Bureau | July 14, 2020 IST

ନୂଆଦିଲ୍ଲୀ ୧୪/୦୭ : ଯଦି ଆପଣଙ୍କୁ ଡାଏବେଟିସ ଅଛି ତାହେଲେ କରୋନା ଭାଇରସ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇପାରେ | ଡାଏବେଟିସ ଏହିଭଳି ଏକ ରୋଗ ଯାହା ଶରୀରର ଅନେକ ଅଙ୍ଗକୁ ପ୍ରଭାବିତ କରିଥାଏ | ସେଥିପାଇଁ ଡାଏବେଟିସକୁ ନିୟନ୍ତ୍ରଣ ରଖିବା ନିହାତି ଆବଶ୍ୟକ | ଡାଏବେଟିସ କରୋନା ଭାଇରସ ସହ ଲଢ଼ୁଥିବା ପ୍ରତିରୋଧକ କ୍ଷମତାକୁ ମଧ୍ୟ ଦୁର୍ବଳ କରିଦେଇଥାଏ | ଅନେକ କରୋନା ରୋଗୀଙ୍କ ବ୍ଲଡ଼ ସୁଗାର ଲେଭେଲ ଉଚ୍ଚ ଥିବାର ଦେଖାଦେଇଛି | କିନ୍ତୁ ସେମାନଙ୍କୁ ଡାଏବେଟିସ ନଥାଏ | ଏହିଭଳି ଅଧିକାଂଶ ମାମଲା ଭାରତରେ ହିଁ ଦେଖିବାକୁ ମିଳିଛି | ମୁମ୍ବାଇ ହସ୍ପିଟାଲରେ ହାଇପରଗ୍ଲାଇସିମିୟା ମାମଲା ସାମ୍ନାକୁ ଆସିଛି, ଯେଉଁଠି ରୋଗୀଙ୍କ ବ୍ଲଡ଼ ସୁଗାର ଲେଭଲ ୪୦୦-୫୦୦ mg/dL ରହିଛି | ୧୪୦ mg/dL ବ୍ଲଡ଼ ସୁଗାର ଲେଭଲ ସାମାନ୍ୟ ହୋଇଥାଏ |

{"id":300234,"sizeSlug":"large"}

ଏହି ମାମଲାରେ ଅନେକ ରୋଗୀଙ୍କ ବୟସ ପାଖାପାଖି ୨୫ ବର୍ଷ | ଅନେକ ରୋଗୀ ଡାଏବେଟିସ ପୀଡିତ ନୁହନ୍ତି କିମ୍ବା ବି-ପି ଡାଏବେଟିକ ମଧ୍ୟ ନୁହନ୍ତି | ସାଧାରଣତଃ ରୋଗ, ସଂକ୍ରମଣ, ଆହତ କିମ୍ବା ଚିନ୍ତା କାରଣରୁ ରକ୍ତରେ ସରକାର ମାତ୍ରା ଅଧିକ ହୋଇଯାଏ | କିନ୍ତୁ ଡାଏବେଟିସ ନଥାଇ କୋଭିଡ-୧୯ ରୋଗୀଙ୍କ ମଧ୍ୟରେ ବ୍ଲଡ଼ ସୁଗାର ଲେଭଲ ବୃଦ୍ଧି ପାଇବା ଅସାମାନ୍ୟ | କୋଭିଡ-୧୯ ମୁଖ୍ୟତ ଏକ ଶ୍ୱାସନ ରୋଗ ଯେଉଁଠାରେ କରୋନା ଭାଇରସ ଫୁସଫୁସରେ ହମଲା କରିଥାଏ | କିନ୍ତୁ ଆଉ କିଛି ମାମଲାରେ ଲିଭର, ଅନ୍ତନାଳୀ ଏବଂ ହୃଦୟକୁ ମଧ୍ୟ ବିପଦ ରହିଛି ଯେଉଁଥିପାଇଁ ଅର୍ଗାନ ଫେଲିୟର ମଧ୍ୟ ହେବାର ସମ୍ଭାବନା ଥାଏ | ବ୍ଲଡ଼ କ୍ଲଟ୍ ସହ ଭାଇରାଲ ଓ ବ୍ୟାକ୍ଟେରିଆ ଇନଫେକ୍ସନ, ମସ୍ତିସ୍କ ଓ କେନ୍ଦ୍ରୀୟ ସ୍ନାଯୁତନ୍ତ୍ରକୁ କ୍ଷତି ପହଞ୍ଚାଇଥାଏ |

{"id":300235,"width":582,"height":326,"sizeSlug":"large"}

ଚୀନ ବୁହାନ ସହରରୁ ଆରମ୍ଭ ହୋଇଥିବା SARS-CoV2 ନାମକ ଏହି ଭାଇରସ ୬ ମାସରେ ଦୁନିଆର ୧୮୮ ରୁ ଅଧିକ ଦେଶକୁ ବ୍ୟାପି ସାରିଛି | ଏହି ଭୟାବହ ଭାଇରସରେ ପାଖାପାଖି ଏକ କୋଟି ୩୦ ଲକ୍ଷ ଲୋକ ସଂକ୍ରମଣର ଶିକାର ହୋଇଛନ୍ତି | ପାଖାପାଖି ୫ ଲକ୍ଷ ୪୯ ହଜାର ୮୪୬ ସଂକ୍ରମଣ ଯୋଗୁଁ ପ୍ରାଣ ହରାଇଛନ୍ତି | ଏବେ ମଧ୍ୟ ବୈଜ୍ଞାନିକମାନେ ସଂକ୍ରମଣ ସମ୍ପର୍କରେ ସବୁ ତଥ୍ୟ ଜାଣିନାହାନ୍ତି | ବୈଜ୍ଞାନିକ ଏବେ ସୁଦ୍ଧା ଭାଇରସକୁ ନେଇ ନାନା ଗବେଷଣା ଜାରି ରଖିଛନ୍ତି | ପ୍ରତିଦିନ ଭାଇରସ ସମ୍ପର୍କିତ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି | ଭାଇରସରୁ ନିଜକୁ ସୁରକ୍ଷିତ ରଖିବାର ଏକ ମାତ୍ରା ଉପାୟ ହେଲା ସରକାରଙ୍କ ଗାଇଡଲାଇନ ଫଲୋ କରିବା, ନିଜେ ସଚେତନ ରହିବା ଅବନତ ଅନ୍ୟମାନଙ୍କୁ ମଧ୍ୟ ସଚେତନ କରାଇବା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.