ଗୋଟିଏ ଲେମ୍ବୁ ,ଗୋଟିଏ ନଡ଼ିଆ : ପୂର୍ଣ୍ଣ ହେବ ସମସ୍ତ ମନସ୍କାମନା

Published By : Prameya-News7 Bureau | March 26, 2020 IST

ଆଦିକାଳରୁ ଭାରତର ପ୍ରାୟତଃ ସମସ୍ତ ଧର୍ମରେ ବଳି ପ୍ରଥା ରହିଛି। ଆଜି ଯାଏଁ କେହି ଭଗବାନଙ୍କୁ କୌଣସି ବସ୍ତୁକୁ ଉପଭୋଗ କରିବାର ଦେଖି ନାହାନ୍ତି। ଭାରତର ଅନେକ ସ୍ଥାନରେ ଦେବୀ-ଦେବତା ଏବଂ ପଶୁଙ୍କ ବଳି ଦିଆଯାଇଥାଏ। କିନ୍ତୁ ଆପଣ ଜାଣିଛନ୍ତି କି ବଳି କାହିଁକି ଦିଆଯାଇଥାଏ। ଏହାର ମୂଳ କାରଣ ତନ୍ତ୍ରରେ ଲୁଚି ରହିଛି। ଏହି ପ୍ରଥାକୁ ବୁଝିବା ପାଇଁ ସର୍ବପ୍ରଥମେ ଆମକୁ ତନ୍ତ୍ରଶାସ୍ତ୍ର ଅଧ୍ୟୟନ କରିବାକୁ ପଡ଼ିବ କାରଣ ବଳିର ଆରମ୍ଭ ତନ୍ତ୍ରରୁ ହୋଇଛି।

ପ୍ରତ୍ୟେକ ଦେବୀ-ଦେବତାଙ୍କ ପାଇଁ ଭିନ୍ନ-ଭିନ୍ନ ଧ୍ବନି ବିକଶିତ କରାଯାଇଛି। ଏହା ସହ କିଛି ବିଶେଷ ବିଧି-ବିଧାନକୁ ଯୋଡ଼ିବା ସହ ଏହାକୁ ଶକ୍ତିରେ ପରିପୂର୍ଣ୍ଣ କରିବା ପାଇଁ କିଛି ପ୍ରୟୋଗ କରାଯାଇଥିଲା। ତନ୍ତ୍ର ଅନୁସାରେ ଏକ ଶକ୍ତିକୁ ଅନ୍ୟ ଏକ ଶକ୍ତିରେ ପରିବର୍ତ୍ତନ କରାଯାଇପାରିବ। ଯେକୌଣସି ଜିନିଷରୁ ଆପଣଙ୍କୁ ଶକ୍ତି ମିଳିପାରିବ ତାହା ଲେମ୍ବୁ ହେଉ କିମ୍ବା ପଶୁ। ଏମାନଙ୍କ ବଳି ଦେଇ ଏମାନଙ୍କ ଜୀବନ ଶକ୍ତିକୁ ମୁକ୍ତ କରି ଦିଆଯାଇଥାଏ ଏବଂ ତା’ପରେ ସେହି ଶକ୍ତିକୁ ନିୟନ୍ତ୍ରିତ କରି ଏହା ଦ୍ବାରା ମନ ମୁତାବକ କାର୍ଯ୍ୟ କରାଯାଇପାରିବ।

 ମାଆ କାଳୀ ତଥା ଭୈରବ ମନ୍ଦିରରେ ଦିଆ ଯାଉଥିବା ବଳି ଏହାର ଉଦାହରଣ ଅଟେ। ସେଠାରେ ଜୀବଙ୍କ ଶକ୍ତିକୁ ମୁକ୍ତ କରି ଏହାକୁ ନିୟନ୍ତ୍ରିତ କରାଯାଇଥାଏ ଏବଂ ଏଥିରୁ ତାନ୍ତ୍ରିକ ଶକ୍ତି ପ୍ରାପ୍ତ କରାଯାଇଥାଏ।

ମନ୍ଦିରରେ ନଡ଼ିଆ ଫଟାଇବା କିମ୍ବା ଲେମ୍ବୁର ବଳି ଦେବା ମଧ୍ୟ ଏହାର ଏକ ଉଦାହରଣ ଅଟେ। ନଡ଼ିଆ ଏବଂ ଲେମ୍ବୁରେ ଥିବା ଜୀବନଶକ୍ତିକୁ ମୁକ୍ତ କରି ଏହାକୁ ଦେବତାଙ୍କୁ ସମର୍ପିତ କରାଯାଇଥାଏ ଯାହା ଦ୍ବାରା ସେ ଅନ୍ୟ କାର୍ଯ୍ୟରେ ଏହି ଶକ୍ତିର ଉପଯୋଗ କରିପାରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.