ଘଣ୍ଟା କଣ୍ଟା କାହିଁକି ସବୁବେଳେ ବାମରୁ ଡାହାଣକୁ ବୁଲେ? ଇତିହାସରେ ଲୁଚିଛି ରହସ୍ୟ

Published By : Prameya-News7 Bureau | December 06, 2021 IST

ନୂଆଦିଲ୍ଲୀ ୦୬/୧୨ : ଆପଣ ଲକ୍ଷ କରିଥିବେ ଘଣ୍ଟାର କଣ୍ଟା ସବୁବେଳେ ଉପରୁ ତଳୁ ଓ ବାମରୁ ଡହାଣକୁ ବୁଲିଥାଏ। ଏପରି କାହିକି ? କେବେ ଚିନ୍ତା କରିଛନ୍ତି, କଣ ପାଇଁ ଘଣ୍ଟାର କଣ୍ଟା ତଳୁ ଉପରକୁ ଡାହାଣରୁ ବାମକୁ ବୁଲୁନାହିଁ। ଏହା ଜାଣିବା ପାଇଁ ଆପଣ ନିହାତି ଇଚ୍ଛୁକ ଥିବେ। ତେବେ ଆସନ୍ତୁ ଜାଣିବା ଏପରି କାହିଁକି ହୁଏ।
ଥ୍ରିଲିଷ୍ଟ ୱେବ୍ସାଇଟ ଓ ଅନ୍ୟ ରିପୋର୍ଟ ଅନୁସାରେ ପୁରାତନ କାଳରେ ଅଧିକାଂଶ ସଭ୍ୟତା ଉତ୍ତର ଗୋଲାର୍ଦ୍ଧରେ ଆରମ୍ଭ ହୋଇଥିଲା। ସେତେବେଳେ ସମୟ ଜାଣିବା ପାଇଁ ଲୋକମାନେ ଭିନ୍ନ ପ୍ରଣାଳୀ ଆପଣାଇଥିଲେ।

{"id":555317,"width":732,"height":422,"sizeSlug":"full","linkDestination":"none"}

ରିପୋର୍ଟ ଅନୁସାରେ ଉତ୍ତର ଗୋଲାର୍ଦ୍ଧରେ ଲୋକମାନେ ମାଟି ଉପରେ ଏକ ବାଡ଼ି ପୋତିଲେ ଓ ଏହାର ଛାଇକୁ ଦେଖି ସମୟ ଜାଣୁଥିଲେ । ଯେହେତୁ ଏହାର ଛାଇ କ୍ଲକ ୱାଇଜ ବୁଲିଲା ସେଥିପାଇଁ ସମୟର ଗତିକୁ କ୍ଲକ ୱାଇଜ ମାନି ନିଆଗଲା। କିନ୍ତୁ ବାଡ଼ିକୁ ଯେତେବେଳେ ଦକ୍ଷିଣ ଗୋଲାର୍ଦ୍ଧରେ ପୋତାଗଲା ଏହାର ଛାଇ ଆଣ୍ଟି କ୍ଲକ ୱାଇଜ ବୁଲିଲା । ଏହି ଦୁଇଟି ଜାଗାରେ ସମୟର ମଧ୍ୟ ଫରକ ଦେଖାଗଲା । ସେଥିପାଇଁ ପ୍ରଥମରୁ ଆରମ୍ଭ ହୋଇଥିବା କ୍ଲକୱାଇଜ ପ୍ରଣାଳୀରେ ଘଣ୍ଟାକଣ୍ଟାର ଗତିକୁ ସ୍ଥିର କରାଗଲା। ପୃଥିବୀର ଗତି ହେତୁ ଏପରି ପାର୍ଥକ୍ୟ ଦେଖାଯାଇଥାଏ। ଉଭୟ ଗୋଲାର୍ଦ୍ଧରେ ସମୟର ଗତି ଅଲଗା ଅଲଗା ହୋଇଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.