Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଣତନ୍ତ୍ର ଦିବସ ପୂର୍ବରୁ ଦିଲ୍ଲୀ ପୋଲିସକୁ ବଡ ଧରଣର ସଫଳତା, ଅବୈଧ ଅସ୍ତ୍ରଶସ୍ତ୍ର ସହ ୨ଜଣ ଗିରଫ
  • ||
  • ଗଣତନ୍ତ୍ର ଦିବସରେ ୩୮୪ଜଣଙ୍କୁ ମିଳିବ ବୀରତା ପୁରସ୍କାର, ଘୋଷଣା କଲେ ରାଷ୍ଟ୍ରପତି
  • ||
  • ୟୁପି ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟକା : ଇସ୍ତଫା ଦେଲେ ଆରପିଏନ୍ ସିଂହ, ବିଜେପିରେ ହେବେ ସାମିଲ୍
  • ||
  • ଫୁଟବଲ ମ୍ୟାଚ୍ ଦେଖିବା ପାଇଁ ଦଳାଚକଟା : ୬ ମୃତ, ୫୦ରୁ ଅଧିକ ଗୁରୁତର
  • ||
  • ବଲାଙ୍ଗୀର : ଭିଜିଲାନ୍ସ ଜାଲରେ ଆଗଲପୁର ବ୍ଲକ୍ ସେକ୍ସନ୍ ଅଫିସର୍, ଏକକାଳୀନ ୩ଟି ସ୍ଥାନରେ ଚଢାଉ
  • ||
  • ନିର୍ବାଚନ ପ୍ରଚାର ବେଳେ ଉତ୍ତେଜନା : କୋଭିଡ୍ କଟକଣା ଭାଙ୍ଗି କରୁଥିଲେ ସଭା, ୨ ଗୋଷ୍ଠୀ ମୁହାଁମୁହିଁ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୩୨କୁ ବୃଦ୍ଧି
  • ||
  • ରାଜ୍ୟରେ ଖସିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୮୯୧ କୋଭିଡ୍ ପଜିଟିଭ୍, ୧୨୧୭୮୪୨ରେ ପହଞ୍ଚିଲା ସଂଖ୍ୟା
  • ||
  • ମଙ୍ଗଳବାରଠୁ ଓଡିଶା ଓପନ୍ ବ୍ୟାଡମିଣ୍ଟନ୍, ଭାଗନେବେ ୧୭ ଦେଶର ୩୫୦ ପ୍ରତିଯୋଗୀ
  • ||
  • ସମାଧାନ ପାଇଁ ଯାଇଥିଲେ ମହିଳା ଏସଆଇ, ୨ ଘଣ୍ଟା ଅଟକ ରଖିଲେ ଗ୍ରାମବାସୀ
  • ||

ଭାରତ ସହିତ ମାଇଣ୍ଡ ଗେମ୍ ଖେଳୁଛି ଚୀନ, ଯୁଦ୍ଧ କରିବାକୁ ସାହାସ ଜୁଟାଇ ପାରୁନି

7/06/2020 at 10:25 PM

ବେଜିଂ ୦୭।୦୬: ଲଦାଖର ପୂର୍ବ ସୀମାନ୍ତରେ ଭାରତ ଓ ଚୀନ ମଧ୍ୟରେ ଉତ୍ତେଜନାପୂର୍ଣ୍ଣ ମାହୋଲ ରହିଛି। ଦୁଇ ଦେଶ ମଧ୍ୟରେ ଆପୋଷ ଆଲୋଚନା ମାଧ୍ୟମରେ ବିବାଦର ସମାଧାନ କରିବାକୁ ପ୍ରତିଶ୍ରୁତି ପରେ ମଧ୍ୟ ଚୀନର ଯୁଦ୍ଧାଭ୍ୟାସ୍ ଜାରି ରହିଛି। ଏମିତିରେ ନିକଟ ଭବିଷ୍ୟତକୁ ନେଇ କଳ୍ପନା କଳ୍ପନା ଆରମ୍ଭ ହୋଇଛି। ଅନ୍ୟପଟେ ଭାରତୀୟ ସେନାର ପୂର୍ବତନ ସେନାଧ୍ୟକ୍ଷ ଜେନେରାଲ ବିକ୍ରମ ସିଂହଙ୍କ ଅନୁଯାୟୀ  ସାଂପ୍ରତିକ ସ୍ଥିତିରେ ଚୀନ ଯୁଦ୍ଧ କରିବା ସ୍ଥିତିରେ ନାହିଁ, ବରଂ ସେ ଗୋଟିଏ ତୀରରେ ଦୁଇଟି ଶିକାର କରିବା ଉଦ୍ଦେଶ୍ୟରେ ରହିଛି। ଜେନେରାଲ ସିଂହ କହିଛନ୍ତି ଉଭୟ ଦେଶକୁ ଏହାର ଶାନ୍ତିପୂର୍ଣ୍ଣ ସମାଧାନ ବାହାର କରିବାକୁ ପଡିବ କାରଣ ଦୁନିଆ ବହୁତ ବଡ ଓ ଏଥିରେ ଦୁଇ ମହାଶକ୍ତି ପାଇଁ ବହୁତ ଜାଗା ରହିଛି।

ଚୀନ ଉଠାଇବନି ରିକ୍ସ

ଜେନେରାଲ ସିଂହ ସିଏନଏନ ପାଇଁ ଲେଖିଥିବା ଏକ ସମ୍ବାଦକୀୟରେ କହିଛନ୍ତି ଯେ, ନିଜ ଘରେ କରୋନା ଉତ୍ପନ ପରେ ଅପଯଶ ପାଇଥିବା ଚୀନ ପୂରା ଦୁନିଆର ଟାର୍ଗେଟ୍‌ରେ ରହିଛି। ଏମିତି ସ୍ଥିତିରେ ହିମାଳୟରେ ଚୀନ କୌଣସି ରିସ୍କ ଉଠାଇବାକୁ ଚାହିଁବ ନାହିଁ। ଭାରତ ତାର ମୁଖ୍ୟ ଆଞ୍ଚଳିକ ପ୍ରତିଦ୍ଵନ୍ଦୀ ଓ ଭାରତ ସହିତ କୌଣସି ବିବାଦ କେବଳ ଚୀନର ଚିନ୍ତା ବଢାଇବ ନାହିଁ ବରଂ ୨୦୫୦ ସୁଦ୍ଧା ଗ୍ଲୋବାଲ ସୁପର ପାଓ୍ଵାର ହେବାରେ ତାର ଆଶା ମଧ୍ୟ ଅଧାରେ ଅଟକିଯିବ।

ଜେନେରାଲ ସିଂହଙ୍କ ଅନୁଯାୟୀ, ସି ଜିନପିଙ୍ଗଙ୍କ ସାମ୍ନାରେ ଚୀନର ଅର୍ଦ୍ଧଗାମୀ ଅର୍ଥ ବ୍ୟବସ୍ଥା, ଆମେରିକା ସହିତ ବାଣିଜ୍ୟିକ ଲଢେଇ, ଉତ୍ପାଦନ କମ୍ପାନୀ ବାହାରି ଯିବା ଏବଂ ବେଲ୍ଟ ଆଣ୍ଡ ରୋଡ୍‌ ଇନିସିଏଟିଭ୍ ପରି ଚ୍ୟାଲେଞ୍ଜ ରହିଛି। ଅନ୍ୟପଟେ ହଂକଂ ବିରୋଧ ପ୍ରଦର୍ଶନ, ତାଇଓ୍ଵାନର କଠୋର ଆଭିମୁଖ୍ୟ ଓ କରୋନା ଭାଇରସ୍‌କୁ ନେଇ ସମଗ୍ର ବିଶ୍ଵରେ ଉଠୁଥିବା ତଦନ୍ତ ଦାବି ଚୀନର ଚିନ୍ତା ବଢାଇ ଦେଇଛି। ଅନ୍ୟପଟେ ପାକିସ୍ତାନକୁ ଛାଡି ଦେଲେ ଏସିଆର ବାକି ଦେଶରେ ଚୀନର ବ୍ୟବହାର ଓ କରୋନା ମହାମାରୀରେ ତାର ଭୂମିକାକୁ ନେଇ ପ୍ରଶ୍ନ ଉଠାଇବା ସହିତ ବିରୋଧ ମଧ୍ୟ କରୁଛନ୍ତି।

ଭାରତ ଶକ୍ତିକୁ ଜାଣିଛି ଚୀନ

ଚୀନକୁ ଭାରତୀୟ ସେନାର ଶକ୍ତି ବିଷୟରେ ଜଣା ଅଛି। ଚୀନ ଦେଖୁଛି ଯେ, ୧୯୬୨ ଯୁଦ୍ଧ ପରଠୁ ଭାରତର ସେନା ଅଧିକ ସଶକ୍ତ, ଦାୟିତ୍ଵବାନ ଓ ପ୍ରତିକ୍ରିୟାଶୀଳ ହୋଇ ଉଠିଛନ୍ତି। ଦୁଇ ଦେଶର ସେନା ଅନେକ ବର୍ଷରୁ ଏକ ସଙ୍ଗେ ପ୍ରାକୃତିକ ବିପର୍ଯ୍ୟୟ ସ୍ଥିତିରେ ରିଲିଫ ଓ ଉଦ୍ଧାରକାର୍ଯ୍ୟ କରିଛନ୍ତି। ଏହା ସହିତ ଆତଙ୍କବାଦ ବିରୋଧୀ ଅପରେସନରେ ମଧ୍ୟ ଏକାଠି ମିଶି କାମ କରିଛନ୍ତି। ଏମିତିରେ ଦୁଇ ଦେଶର ସେନା ପରସ୍ପରର ଶକ୍ତି ବିଷୟରେ ଅବଗତ ଅଛନ୍ତି ଏବଂ ଦୁଇ ଦେଶ ଏମିତି କୌଣସି ସ୍ଥିତି ସୃଷ୍ଟି କରିବେ ନାହିଁ କାରଣ ସେମାନଙ୍କୁ ଜଣା ଯେ ପରିଣାମ କଣ ହେବ। ଏବେ ଭାରତ ମଧ୍ୟ ତାର ଆଭିମୁଖ୍ୟ ଦେଖାଇ ଦେଇଛି ଯେ, ତା ସହିତ ଲାଗିଲେ ପରିଣାମ କଣ ହୋଇପାରେ।

ଏଥିପାଇଁ କରୁଛି ଏମିତି କାମ

ଜେନେରାଲ ସିଂହଙ୍କ ଅନୁଯାୟୀ ବେଜିଂ ବୋଧହୁଏ ସୀମାରେ ଉତ୍ତେଜନା ସ୍ଥିତି ଜରିଆରେ ଭାରତକୁକ ସନ୍ଦେଶ ଦେବାକୁ ଚେଷ୍ଟା କରୁଛି। କାରଣ ଭାରତ ମଧ୍ୟ ବାକି ଦୁନିଆ ସହିତ ମିଶି କରୋନା ଭାଇରସ୍‌ର ତଦନ୍ତ ଦାବି କରୁଛି। ଏପରିକି ଭାରତ ଚୀନରୁ ପ୍ରତ୍ୟକ୍ଷ ନିବେଶ ଲାଗି ମିଳୁଥିବା ଅନୁମତିକୁ ବନ୍ଦ କରି ଦେଇଛି। ଏବେ ନିବେଶ ପାଇଁ ଚୀନ କମ୍ପାନୀଙ୍କୁ ସରକାରଙ୍କ ଅନୁମତି ନେବା ବାଧ୍ୟତାମୂଳକ କରାଯାଇଛି। ଅନ୍ୟପଟେ ଭାରତ ଓ ଆମେରିକା ମଧ୍ୟରେ ଦ୍ଵିପାକ୍ଷିକ ସଂପର୍କ ଆହୁରି ନିବିଡ ହେବାରେ ଲାଗିଛି। ଚୀନ ବାହ୍ୟ ଚ୍ୟାଲେଞ୍ଜର ମୁକାବିଲା ଲାଗି ଡରାଇବା ଏବଂ ଧମକାଇବା ପାଇଁ ପରିଚିତ। ଦେଶ ଭିତରେ ସରକାରଙ୍କ ବିଫଳତା ବିରୋଧରେ ଉଠୁଥିବା ସ୍ଵରକୁ ରାଷ୍ଟ୍ରବାଦର ଛାୟାରେ ଲୁଚାଇବାକୁ ଚୀନ ସରକାର ଚେଷ୍ଟା କରୁଛନ୍ତି। ସୀମାରେ ଉତ୍ତେଜନାମୂଳକ ସ୍ଥିତି ସୃଷ୍ଟି କରି ଗୋଟିଏ ତୀରରେ ଦୁଇଟି ଶିକାର କରିବାକୁ ଡ୍ରାଗନ ଚାହୁଁଛି ବୋଲି ଜେନେରାଲ କହିଛନ୍ତି।

   Related Posts