ପାକିସ୍ତାନକୁ କାହିଁକି କରୁଛି ଚାଇନା ସମର୍ଥନ , କଣ ରହିଛି ସ୍ଵାର୍ଥ ଜାଣନ୍ତି କି ?

Published By : Prameya-News7 Bureau | February 27, 2019 IST

ପାକିସ୍ତାନକୁ ଚାଇନା ସମର୍ଥନ କରିବା ପଛର କାରଣ କଣ ଥାଇପାରେ ? ଯେତେବେଳେ ବିଶ୍ଵସମୁଦାୟ ପାକିସ୍ତାନର ଆତଙ୍କବାଦ କାର୍ଯ୍ୟକଳାପକୁ ନିନ୍ଦା କରୁଛି, ସେତେବେଳେ କାହିଁକି ଚାଇନା ପାକିସ୍ତାନକୁ ସମର୍ଥନ କରୁଛି । ଏହାପଛରେ ରହିଛି ବଡ଼ କାରଣ..ଯାହା ଚାଇନାର ସ୍ଵାର୍ଥସହିତ ଅଛି ଜଡ଼ିତ । ଆସନ୍ତୁ ଜାଣିବା କଣ ଥାଇପାରେ ଚାଇନାର ସ୍ଵାର୍ଥ ।

{"id":89227,"width":583,"height":437}

ବାଲ୍ଟିସ୍ତାନ ଭାରତର ଅଂଶବିଶେଷ ଥିଲେବି ତାହା ପାକିସ୍ତାନ ଅଧିକୃତ ହୋଇ ରହିଛି । ୧୯୪୭ ମସିହାରେ ରାଜା ହରିସିଂ ସମୟରେ ଏହା ପାକିସ୍ତାନର ଅଧିନକୁ ଚାଲିଯାଇଥିଲା । ଏହା ପାକିସ୍ତାନର ସୁପ୍ରିମକୋର୍ଟ ଅନୁସାରେ ଆଇନଗତଭାବେ ପାକିସ୍ତାନର ନୁହେଁ । ପାକ୍ ଅଧିକୃତ ଜମ୍ମୁ-କାଶ୍ମୀରର ଏହା ଅଂଶବିଶେଷ ।

ବାଲ୍ଟିସ୍ତାନରେ ଥିବା ଗିଲଗିଟ୍ ଘାଟି ପାଇଁ ପାକିସ୍ତାନକୁ ସହଯୋଗର ହାତ ବଢ଼ାଇଛି ଚାଇନା । ପାକିସ୍ତାନ ବାଲ୍ଟିସ୍ତାନକୁ ନିଜ ଅଧିକାରକୁ ନେଲାପରେ ଗିଲଗିଟର କିଛି ଅଂଶକୁ ଚାଇନାକୁ ମଧ୍ୟ ଦେଇଥିବା କାରଣରୁ ଚାଇନାର ସମର୍ଥନ ରହିଥିବା କଥା ଜଣାପଡ଼ିଛି ।

ଭୌଗଳିକ ସ୍ଥିତି ଅନୁସାରେ ବାଲ୍ଟିସ୍ତାନର ପଶ୍ଚିମରେ ଗିଲଗିଟ ଥିବାବେଳେ ଉତ୍ତରରେ ରହିଛି ଚାଇନାର ଜିନଜିଆଙ୍ଗ । ଏହାର ଦକ୍ଷିଣ-ପୂର୍ବରେ ଲଦାଖ ରହିଥିବାବେଳେ ଦକ୍ଷିଣ-ପଶ୍ଚିମରେ ରହିଛି କାଶ୍ମୀର ଉପତ୍ୟକା । ଭୌଗଳିକସ୍ଥିତି ଅନୁସାରେ ଦେଖିବାକୁ ଗଲେ ଚାଇନାରୁ ପାକିସ୍ତାନ ଯିବାକୁ କାରାକୋରମ ଗିରିପଥ ହିଁ ସାହାର୍ଯ୍ୟ କରିଥାଏ । ଗିଲଗିଟରେ ଥିବା ଏହି ଗିରିପଥକୁ ଚାଇନାକୁ ବ୍ୟବହାର କରିବାକୁ ଦେଇଛି ପାକିସ୍ତାନ । ଫଳରେ ଚାଇନା ପାଇଁ ଏସିଆ ମହାଦେଶ ସହିତ ସଂପର୍କ ରଖିବାକୁ ସ୍ଥଳପଥରେ ସହାୟକ ହୋଇଛି ।

ଏହି ସ୍ଥଳପଥରେ ଚାଇନା ସାରା ଏସିଆ ମହାଦେଶରେ ନିଜର ବାଣିଜ୍ୟିକ ପ୍ରଭାବ ବିସ୍ତାର କରିଥାଏ । ଯାହାଫଳରେ ନିଜର ଅର୍ଥନୀତି ବଢ଼ାଇବାକୁ ଗିଲଗିଟ ଘାଟି ଚାଇନାକୁ ମୁଖ୍ୟ ସାହାର୍ଯ୍ୟ କରିଥାଏ । ଚାଇନାର ଅର୍ଥନୀତିକୁ ଯଦି ଗିଲଗିଟ ଘାଟି ବଢ଼ାଉଥାଏ ଓ ଏହା ପାକିସ୍ତାନର ମୁକ୍ତଭାବରେ ବ୍ୟବହାର କରିବାକୁ ଚାଇନାକୁ ଦେଇଥାଏ , ତାହେଲେ ଚାଇନା କାହିଁକି ପାକିସ୍ତାନକୁ ସମର୍ଥନ କରିବ ନାହିଁ ?

ଭାରତ ନିଜର ବାଣିଜ୍ୟ ଆରବ ମହାଦେଶ ଦେଇ ଜଳପଥରେ କରୁଥିବା ବେଳେ ନିଜର ସ୍ଥଳପଥରେ ବେଶିକିଛି ସୁବିଧା ନାହିଁ । ଭାରତ ଯଦି ନିଜ କବଜାକୁ ଗିଲଗିଟ ଘାଟିକୁ ନେଇଆସେ , ତାହେଲେ ବିଶ୍ଵରେ ଶକ୍ତିଶାଳୀ ରାଷ୍ଟ୍ରରେ ପରିଣତ ହେବାକୁ ବେଶି ସମୟ ଲାଗିବ ନାହିଁ । ଭାରତର ଗିଲଗିଟ୍ ଘାଟି, ପାକିସ୍ତାନ କବଜାରେ, ଚାଇନା କରୁଛି ବ୍ୟବହାର ...ହେଲେ ଭାରତ ପାଉଛି କଣ ?

ଭାରତ ପାକ୍ ଅଧିକୃତ କାଶ୍ମୀରକୁ ଦଖଲ ନକରିବାକୁ ଚାଇନା ପାକିସ୍ତାନକୁ ଦେଉଥିବା ପ୍ରୋତ୍ସାହନ ପଛରେ ରହିଛି ଏହି କାହାଣୀ । ଚାଇନା ବ୍ୟବସାୟ କରୁଥିବା ଦେଶମାନଙ୍କ ମଧ୍ୟରେ ସାଉଦୀ ,ୟାମେନ, ତୁର୍କୀ, ଇରାକ, ଇରାନ, ସିରିଆ କାଜିକିସ୍ତାନ ଆଦିଦେଶ ଅଛନ୍ତି ଅର୍ନ୍ତଭୁକ୍ତ । ଯଦି ଭାରତ ଗିଲଗିଟ୍ ଘାଟିକୁ ନିଜ ଅକ୍ତିଆରକୁ ନେଇଆସେ, ତାହେଲେ ଭାରତ ମଧ୍ୟ ପ୍ରମୁଖ ବ୍ୟବସାୟୀ ରାଷ୍ଟ୍ରଭାବେ ଚାଇନାକୁ ଅତିକ୍ରମ କରିଯିବ । ଫଳରେ ଚାଇନାର ଅର୍ଥନୀତି ପରୋକ୍ଷରେ ପ୍ରଭାବିତ ହେବ ଓ ଭାରତ ଶକ୍ତିଶାଳୀ ଦେଶରୂପେ ପରିଗଣିତ ହେବ ।

ଏହି କାରଣରୁ ଗିଲଗିଟ ଘାଟିକୁ ନିଜ ଅକ୍ତଆରରେ ରଖିବାକୁ ଯେତେ ମୂଲ୍ୟଦେବାକୁ ପଡ଼ୁ ପଛେ ଚାଇନା ଆଜିଯାଏଁ ପଛେଇନାହିଁ । ସେଥିପାଇଁ ଆର୍ଥିକ ସାହାର୍ଯ୍ୟ ଦେବାସହିତ ଭାରତ ବିରୋଧିଶକ୍ତଭାବେ ଠିଆ କରେଇବାରେ ପାକିସ୍ତାନକୁ ସବୁବେଳେ ସାହସ ଦେଇଆସିଛି ।

ଚାଇନା ନିଜର ସ୍ଵାର୍ଥ ପାଇଁ ପାକିସ୍ତାନ ସହିତ ବନ୍ଧୁତା ସୃଷ୍ଟି କରିବାକୁ ପ୍ରତିବନ୍ଧକ ସାଜିଛି । ନିଜର କୂଟନୈତିକ ଚାଲ୍ ପାଇଁ ପରୋକ୍ଷରେ ଚାଇନା ପାକିସ୍ତାନକୁ ସବୁବେଳେ ଭାରତବିରୋଧି ଭାବେ ଉସ୍କାଇ ରଖିଛି । ଯେଉଁଦିନ ପାକିସ୍ତାନ ହାତରୁ ଗିଟଗିଟ୍ ଭାରତ ଅଧିନକୁ ଆସିଯିବ , ସେହିଦିନ ଉଭୟ ଚାଇନା ଓ ପାକିସ୍ତାନ ଆର୍ଥିକ ଦୁର୍ବଳତାକୁ ସାମନା କରିବାକୁ ବାଧ୍ୟହେବେ ।

ଚାଇନା ଆତଙ୍କବାଦୀ ସଂଗଠନ ଓ ଆତଙ୍କୀଙ୍କୁ ପରୋକ୍ଷରେ ସମର୍ଥନ କରିବା ଅର୍ଥ ଭାରତ ବିରୋଧରେ ପାକିସ୍ତାନକୁ ସବୁଦିନ ପାଇଁ ଉସକେଇ ରଖିବା । ସେଥିପାଇଁ ମାସୁଦ ଅଜହରକୁ ଆର୍ନ୍ତଜାତୀୟ ଆତଙ୍କବାଦୀ ଘୋଷଣା କରିବା ପରିପ୍ରେକ୍ଷୀରେ ଚାଇନା ପ୍ରଥମେ ବିରୋଧ କରିଥିଲା । ପରେ ବିଶ୍ଵସମୁଦାୟଙ୍କ ଚାପରେ ଚାଇନା ମୁଣ୍ଡ ନୋଇଁଲେ ବି ଉପରଠାଉରିଆ ଭାବେ ଆତଙ୍କବାଦକୁ ଦମନ କରିବାକୁ କହୁଛି ବୋଲି କାହାକୁ ଆଉ ଅଛପା ନାହିଁ ।

ଚାଇନା ବଳରେ ପାକିସ୍ତାନ ବଳୀୟାନ ଏ କଥା କାହାକୁ ଅଜଣା ନାହିଁ । ପାକିସ୍ତାନ ଭଳି ଆର୍ଥିକ ଅନଗ୍ରସର ଦେଶ ବିଶ୍ଵର ପ୍ରମୁଖ ସ୍ଥାନରେ ଥିବା ଦେଶ ଭାରତ ସହିତ ଟକ୍କର ଦେବା ପଛରେ ଚାଇନାର ରହିଛି ପ୍ରଚ୍ଛନ୍ନ ହାତ । ବିଶ୍ଵର ପ୍ରମୁଖ ଶକ୍ତଶାଳୀ ଦେଶ ତାଲିକାରେ ଥିବା ଭାରତ ସହିତ ପାକିସ୍ତାନର ଯୁଦ୍ଧଖୋର ମନୋଭାବ ଚାଇନା ପାଇଁ ସମ୍ଭବ ହୋଇପାରିଛି ।

ଏହି ଗିଲଗିଟ୍ ଘାଟିପାଇଁ ପାକିସ୍ତାନକୁ ଦେଇଆସିଛି  ସାହାର୍ଯ୍ୟ ସବୁବେଳେ ଚାଇନା । ଏହି ଘାଟିର ଅକ୍ତଆରରେ ପାକିସ୍ତାନ ଯେତେଦିନ ଥିବ ...ସେତେଦିନ ଯାଏଁ ଚାଇନା ସାହାର୍ଯ୍ୟ କରିବ.. ନିଃସନ୍ଦେହ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.