Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ବସ୍‌ ଷ୍ଟାଣ୍ଡରେ ଠିଆ ହୋଇଥିବା ବସ୍‌ରେ ଲାଗିଗଲା ନିଆଁ, କେଇ ମିନିଟ୍‌ରେ ଜଳିଗଲା ସମ୍ପୂର୍ଣ୍ଣ ବସ୍
  • ||
  • କନ୍ଧମାଳ : ଜଗାକୁ ଏକା କରି ଚାଲିଗଲା କାଳିଆ, ମା’ ଆଖିରୁ ଶୁଖୁନି ଲୁହ : ମରଶରୀର ପହଞ୍ଚିବା ପରେ ଗାଁରେ ଶୋକାକୂଳ ପରିବେଶ
  • ||
  • କୋରାପୁର : କୋରାପୁର ବସ୍ ଷ୍ଟାଣ୍ଡରୁ ୩ଲକ୍ଷରୁ ଅଧିକ ଟଙ୍କାର ନକଲି ନୋଟ୍ ଜବତ, ଜଣେ ଗିରଫ
  • ||
  • କଟକ : ବାହା ବେଦୀରୁ ବ୍ୟାଙ୍କ୍ ମ୍ୟାନେଜରଙ୍କୁ ଉଠାଇନେଲା ପୋଲିସ, IIFL ଲୁଟ୍ ଘଟଣାରେ ରହିଛି ଲିଙ୍କ୍
  • ||
  • ସୋର : ପାଣିରୁ ଉଦ୍ଧାର ହେଲା ବୃଦ୍ଧଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ପୁରୀ : ପଞ୍ଚୁକର ଦ୍ବିତୀୟ ଦିନ, ବାଙ୍କଚୁଡା ବେଶରେ ବିଭୂଷିତ ମହାପ୍ରଭୁ
  • ||
  • ଚଣ୍ଡିଖୋଲ : ନିର୍ମାଣଧୀନ ପାଣି ଟାଙ୍କି ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ, ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲାରୁ ୮୫ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର
  • ||
  • ଚାକିରୀଆଙ୍କ ପାଇଁ ବଡ ଖବର: ୮ଘଣ୍ଟା ବଦଳରେ ହୋଇପାରେ ୧୨ ଘଣ୍ଟା ସିଫ୍ଟ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୭ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭ଶହ ଅତିକ୍ରମ କଲା ମୃତକଙ୍କ ସଂଖ୍ୟା
  • ||

ଚୀନ କାହିଁକି ଖେଳିନଥାଏ କ୍ରିକେଟ : ଏହି ୩ଟି କାରଣ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ ଆପଣ

17/05/2019 at 5:53 PM

ବେଜିଙ୍ଗ୍ ୧୭/୫: ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଚୀନ୍ ଅନ୍ୟ ଦେଶଠୁ ଅନେକ ଆଗରେ। ବିଶ୍ବ ସ୍ତରରେ ଖେଳାଯାଉଥିବା ଖେଳରେ ଚୀନର ଅତ୍ୟନ୍ତ ରୁଚି ରହିଛି। କିନ୍ତୁ ଚୀନ କ୍ରିକେଟ ଖେଳରେ ପଛରେ ପଡ଼ିଯାଇଛି। ଏଥିପାଇଁ ଚୀନ ଲୋକମାନେ କ୍ରିକେଟ ଖେଳିନଥାଆନ୍ତି କି ଦେଖିନଥାଆନ୍ତି।

ସବୁବେଳେ ଚୀନରେ ଅଲିମ୍ପିକକୁ ସମର୍ଥନ କରାଯାଇଛି ଏବଂ ଚୀନ ଅଲିମ୍ପିକ୍ ଖେଳ ପାଇଁ ଅତ୍ୟଧିକ ପରିଶ୍ରମ କରିଥାଏ। ଏଥିପାଇଁ ଚୀନର ଖେଳାଳୀମାନେ ସବୁଠୁ ବେଶୀ ମେଡାଲ୍ ଜିତିଛନ୍ତି। କ୍ରିକେଟ ଅଲିମ୍ପିକର ଅଂଶ ହୋଇନଥାଏ। ଏଥିପାଇଁ ଚୀନରେ କ୍ରିକେଟକୁ ଅଧିକ ଗୁରୁତ୍ବ ଦିଆଯାଇନଥାଏ।

ଏହା ପଛରେ ଦ୍ବିତୀୟ କାରଣ ହେଉଛି ଇଂରେଜମାନେ ଚୀନରେ କେବେବି ଉପନିବେଶ ସ୍ଥାପନ କରିନଥିଲେ। କ୍ରିକେଟ ଖେଳୁଥିବା ଲୋକେ କେବେ ନା କେବେ ବ୍ରିଟିଶ୍ ଉପନିବେଶର ଅଂଶ ଥିଲେ। ଚୀନର ଲୋକେ କ୍ରିକେଟ ନଖେଳୁଥିଲେ ହେଁ ବ୍ୟାଡମିଣ୍ଟନ,ଟେବୁଲ ଟେନିସ ଭଳି ଖେଳରେ ପ୍ରତିଭାଶାଳୀ।

କ୍ରିକେଟ ଖେଳ କିଛି କିଛି ଦେଶରେ ଖେଳାଯାଇଥାଏ। କିନ୍ତୁ ଚୀନ ଖେଳ ମାଧ୍ୟମରେ ସମଗ୍ର ବିଶ୍ବରେ ନିଜର ଛାପ ଛାଡ଼ିବାକୁ ଚାହେଁ। ଏଥିପାଇଁ ଚୀନର ଲୋକମାନେ କ୍ରିକେଟ ଖେଳରେ ରୁଚି ରଖିନଥାଆନ୍ତି।

ଆଇପିସି ଦ୍ବାରା ଚୀନରେ କ୍ରିକେଟର ପ୍ରଚାର କରାଯାଉଛି। ୨୦୧୯ମସିହା ଜାନୁୟାରୀ ମାସରେ ଟି-୨୦ ଟୁର୍ଣ୍ଣାମେଣ୍ଟ କରାଯାଇଥିଲା ଯେଉଁଥିରେ ଚୀନର ମହିଳା ଟିମ୍ ଯୋଗ ଦେଇଥିଲେ। କିନ୍ତୁ ଚୀନର ମହିଳା ଟିମ୍ ଲଜ୍ଜାକର ରେକର୍ଡ଼ କରିଥିଲେ।

ବ୍ୟାଙ୍କକରେ ଟି-୨୦ ମ୍ୟାଚ୍ ଖେଳାଯାଇଥିଲା ଯେଉଁଥିରେ ଚୀନର ମହିଳା ଟିମ୍ ୧୪ରନ୍ କରି ଅଲ୍ ଆଉଟ୍ ହୋଇଯାଇଥିଲେ। ଏହା ପୁରୁଷ ଏବଂ ମହିଳା ଟି-୨୦ ଉଭୟରେ ସବୁଠୁ ନ୍ୟୁନତମ ସ୍କୋର। ସଂଯୁକ୍ତ ଆରବ ଏମିରେଟ ବିପକ୍ଷରେ ଚୀନ ଏହି ଲଜ୍ଜାକର ରେକର୍ଡ଼ କରିଥିଲା।

   Related Posts