ଗାଈ ସବୁବେଳେ ରାସ୍ତା ମଝିରେ କାହିଁକି ବସିଥାନ୍ତି : ଜାଣିଛନ୍ତି କି?
15/02/2019 at 4:28 PM

ଆପଣ ଅଧିକାଂଶ ସମୟରେ ଦେଖିଥିବେ ହିନ୍ଦୁ ଧର୍ମରେ ଗୋମାତା ଭାବେ ପୂଜା ପାଉଥିବା ଗାଈ ସବୁବେଳେ ରାସ୍ତା ମଝିରେ ବସିଥାଆନ୍ତି। ଯାହା ଫଳରେ ଲୋକଙ୍କୁ ଯାତାୟାତ କରିବାକୁ ସମସ୍ୟା ସୃଷ୍ଟି ହୋଇଥାଏ। କିନ୍ତୁ ଆପଣ ଜାଣିଛନ୍ତି କି କ’ଣ ପାଇଁ ଗାଈ ସବୁବେଳେ ରାସ୍ତା ମଝିରେ ବସିଥାଆନ୍ତି।

ଗାଈଙ୍କୁ ଡିଭାଇଡର କିମ୍ବା ରାସ୍ତା ମଝିରେ ବସିବାକୁ ଭଲ ଲାଗିଥାଏ କାରଣ ଯାନବାହନ ଯାତାୟତ କରିବା ଫଳରେ ଗାଈଙ୍କ ଶରୀରରେ କୀଟପତଙ୍ଗ ବସିନଥାଏ। ଏବଂ ଗାଈଙ୍କୁ ଲାଞ୍ଜ ହଲାଇବାର ଆବଶ୍ୟକତା ପଡ଼ିନଥାଏ। ଏଥିପାଇଁ ସେମାନେ ରାସ୍ତା ମଝିରେ ଆରାମ ପାଇବା ପାଇଁ ସହଜରେ ବସିଯାଇଥାଆନ୍ତି।

ଏହା ବିଶେଷକରି ଭାରତରେ ବର୍ଷାଦିନେ ଦେଖିବାକୁ ମିଳିଥାଏ। କାରଣ ଏହି ସମୟରେ ରାସ୍ତା ସବୁଠୁ ଉତ୍ତମ ସ୍ଥାନ ଯେଉଁଠି ମାଟି,ପାଣି ଏବଂ ପୋକ ବିନା ପରିଷ୍କାର ସ୍ଥାନ ହୋଇଥାଏ। ଏମାନେ ପାଣି,କାଦୁଅ,ମାଛି ଏବଂ ପୋକରୁ ବଞ୍ଚିବା ପାଇଁ ରାସ୍ତା ମଝିରେ ବସିଥାଆନ୍ତି। ଯାହା ଗାଈଙ୍କୁ ଏସବୁ ସମସ୍ୟାରୁ ମୁକ୍ତି ଦେଇଥାଏ। କିନ୍ତୁ ଏହା ଦ୍ବାରା ତାଙ୍କ ତାଙ୍କ ଜୀବନ ପ୍ରତି ବିପଦ ସୃଷ୍ଟ ହୋଇଥାଏ।