ଭଙ୍ଗା ଶିବଲିଙ୍ଗ ପୂଜନୀୟ କିନ୍ତୁ ଅନ୍ୟ କୌଣସି ଭଗବାନଙ୍କ ଭଙ୍ଗା ମୂର୍ତ୍ତିକୁ ପୂଜା କରାଯାଏନାହିଁ ; ଜାଣନ୍ତୁ କାହିଁକି

Published By : Prameya-News7 Bureau | June 02, 2019 IST

ଭୁବନେଶ୍ୱର ୨/୬ : ହିନ୍ଦୁ ଧର୍ମ ଶାସ୍ତ୍ରରେ ଅନେକ କଥା ବର୍ଣିତ ହୋଇ ରହିଛି ଯାହାକୁ ଲୋକେ ଆଜି ମଧ୍ୟ ଅନୁସରଣ କରୁଛନ୍ତି । ଘରେ ଗୋଟିଏ ଠାକୁର ଘର କିମ୍ବା ମନ୍ଦିର କରିବା ବହୁ ପୁରୁଣା ପରମ୍ପରା । ଏହି ପରମ୍ପରାକୁ ଲୋକେ ବହୁ କାଳରୁ ମାନି ଆସୁଛନ୍ତି । ଘରେ ଭଗବାନଙ୍କ ପ୍ରତିମା ରଖି ପୂଜା କରିବା ଦ୍ୱାରା ଘରେ ସୁଖ ଶାନ୍ତି ଏବଂ ସକାରାତ୍ମକ ଶକ୍ତି ପ୍ରବେଶ କରି ବୋଲି ବିଶ୍ୱାସ କରଯାଏ । ଘରର ବାତାବରଣ ଶୁଦ୍ଧ ରହେ । ତେବେ ଭଗବାନଙ୍କ ମୂର୍ତ୍ତି ସମ୍ବନ୍ଧୀୟ ଏକ ମହତ୍ଵପୁର୍ଣ ତଥ୍ୟ ରହିଛି ଯାହା ସମସ୍ତେ ଜାଣିରଖିବା ଦରକାର । ଘରେ କେବେ ମଧ୍ୟ ଭଗବାନଙ୍କ ଭଙ୍ଗା ମୂର୍ତ୍ତି ରଖିବା ଉଚିତ ନୁହେଁ । ଉଜ୍ଜେନର ଜ୍ୟୋତିଷ ପଣ୍ଡିତ ମନୀଶ ଶର୍ମାଙ୍କ ଅନୁଯାୟୀ, ଘରେ ଭଙ୍ଗା ମୂର୍ତ୍ତି ରଖିବା ଅନୁଚିତ ।

{"id":118763}

ଭଙ୍ଗା ମୂର୍ତ୍ତିକୁ ନେଇ କିଛି ଧାର୍ମିକ ତଥ୍ୟ ରହିଛି । ଭଙ୍ଗା ମୂର୍ତ୍ତିକୁ ପୂଜା କଲେ କୌଣସି ସୁଫଳ ମିଳେନାହିଁ । ଭଙ୍ଗା ମୂର୍ତ୍ତି ପୂଜା କଲାବେଳେ ଆମର ଦୃଷ୍ଟି ସେହି ଭଙ୍ଗା ଜାଗାରେ ପଡିବା ମାତ୍ରେ ଆମ ଏକାଗ୍ରତା ରହେନାହିଁ । ଏକାଗ୍ରତା ନରହିବା ଯୋଗୁଁ ବିଚାର ସୁଦ୍ଧ ହୋଇପାରେନାହିଁ ଏବଂ ମନ ଅଶାନ୍ତ ହୋଇପଡେ ।

{"id":118764}

ବାସ୍ତୁଶାସ୍ତ୍ର ଅନୁସାରେ, ଘରେ ଭଗବାନଙ୍କ ଭଙ୍ଗା ମୂର୍ତ୍ତି ହେଉ କିମ୍ବା ଅନ୍ୟ ଯେକୌଣସି ଭଙ୍ଗା ଜିନିଷ ହେଉ ରଖିବା ଅନୁଚିତ । ଘରେ ଭଙ୍ଗା ଜିନିଷ ରଖିଲେ ଘରକୁ ନକାରାତ୍ମକ ଶକ୍ତି ପ୍ରବେଶ କରିଥାଏ । ସେଥିପାଇଁ ଘରେ କୌଣସି ଭଙ୍ଗା ଜିନିଷ ଥିଲେ ତାକୁ ତୁରନ୍ତ ବାହାର କରିଦେବା ଉଚିତ ।

{"id":118765,"width":589,"height":393}

ମୂର୍ତ୍ତି ସମ୍ବନ୍ଧୀୟ ଶିବପୁରାଣ ଅନୁଯାୟୀ, ଶିବଲିଙ୍ଗକୁ ନିରାକାର ବୋଲି ବିଶ୍ୱାସ କରାଯାଏ । ଶିବଲିଙ୍ଗ ଭାଙ୍ଗିଥିଲେ ମଧ୍ୟ ପୂଜନୀୟ । ଭଙ୍ଗା ଶିବଲିଙ୍ଗକୁ ପୂଜା କରାଯାଇଥାଏ । କିନ୍ତୁ ଅନ୍ୟ କୌଣସି ଦେବାଦେବୀଙ୍କ ଭଙ୍ଗା ମୂର୍ତ୍ତି ପୂଜା କରାଯାଏନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.