Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୩୯ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୧୮ କରୋନା ସଂକ୍ରମିତ, ୩୧୮୭୨୫ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଆଜି ପ୍ରଧାନମନ୍ତ୍ରୀଙ୍କ ‘ଟିକା’ ସମୀକ୍ଷା, ଭ୍ୟାକସିନ୍ ବିକାଶରେ ଲାଗିଥିବା ୩ କମ୍ପାନୀ ସହ ଆଲୋଚନା
  • ||
  • ଆସନ୍ତାକାଲିଠୁ ପ୍ରସିଦ୍ଧ କୋଣାର୍କ ମହୋତ୍ସବ: କୋଭିଡ଼ କଟକଣା ମଧ୍ୟରେ ପାଳିତ ହେବ ଉତ୍ସବ
  • ||
  • ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା : ଡଙ୍ଗା ଭସା ଉପରେ ରୋକ , କୋଭିଡ କଟକଣା ଯୋଗୁଁ ଉତ୍ସବ ଫିକା
  • ||
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||

ନିର୍ବାଚନରେ ୯ ବିଜେଡି ସାଂସଦ କାହିଁକି ଫେଲ ମାରିଲେ ସେନେଇ ନବୀନ ନିବାସରେ ଚାଲିଛି ଖୋଳତାଡ଼

27/05/2019 at 11:55 AM

ଭୁବନେଶ୍ୱର ୨୭/୫ : ବିଜେଡି ସାଂସଦ ଭଲ ପ୍ରଦର୍ଶନ ନକରିବା ପ୍ରସଙ୍ଗରେ ଚାଲିଛି ଖୋଳତାଡ଼ । ୯ ଜଣ ସାଂସଦ ଚଳିତ ନିର୍ବାଚନରେ ଭଲ ପ୍ରଦର୍ଶନ କରିନାହାନ୍ତି । ଏନେଇ ନବୀନ ନିବାସରେ ଚାଲିଛି ମାନସ ମନ୍ଥନ । ବରଗଡ, କଳାହାଣ୍ଡି ଓ ବଲାଙ୍ଗିରର ନେତାଙ୍କୁ ଡାକି ନବୀନଙ୍କ ମାରାଥନ ଆଲୋଚନା ଚାଲିଛି । ୯ ଜଣ ସାଂସଦ କାହିଁକି ହାରିଲେ ସେନେଇ କାରଣ ଖୋଜୁଛି ଦଳ । ଏହି ପ୍ରସଙ୍ଗରେ ଆୟୁବ ଖାନ ନିଜର ପ୍ରତିକ୍ରିୟା ରଖିଛିନ୍ତି । ସେ କହିଛନ୍ତି ଯେ, ଘଟଣାର କାରଣ ଖୋଜାଯିବା ଦରକାର । ଅନେକ ନେତାଙ୍କୁ ଟିକେଟ ଦେବାକୁ ପ୍ରତିଶୃତି ଦେଇ ମଧ୍ୟ ଟିକେଟ ମିଳିନଥିବାରୁ କିଛି ନେତା ଅସନ୍ତୁଷ୍ଟ ହୋଇଥାଇପାରନ୍ତି । ଦଳ ସୁପ୍ରିମୋ ଏନେଇ ଛାନଭିନ କରନ୍ତୁ ବୋଲି କହିଛନ୍ତି ଆୟୁବ ଖାନ ।


ପୂର୍ବତନ ମନ୍ତ୍ରୀ ଯୋଗୋନ୍ଦ୍ର ବେହେରା ମଧ୍ୟ ଏ ମାମଲାରେ ପ୍ରତିକ୍ରିୟା ରଖିଛନ୍ତି । ଦଳ ଯେଉଁଠି ହାରିଛି ତାହା ଉପରେ ସମୀକ୍ଷା ହେବା ଦରକାର । ଯେଉଁମାନେ ଦାୟୀ ସେମାନଙ୍କୁ ଠାବ କରିବା ଦରକାର ବୋଲି କହିଛନ୍ତି ଯୋଗେନ୍ଦ୍ର ।
ମାମଲାରେ କିଶୋର ମହାନ୍ତି ମଧ୍ୟ ନିଜର ପ୍ରତିକ୍ରିୟା ରଖିଛନ୍ତି । ସବୁ ବିଧାନସଭା ଜିତିବା ପରେ ବି ଲୋକସଭାରେ କାହିଁକି ହାରିଲା ଦଳ ତାର ପୋଷ୍ଟମଟମ କରାଯାଉ । ବିଧାୟକଙ୍କ ଅନୁପାତରେ ସାଂସଦମାନେ କାହିଁକି ହାରିଲେ ତାର ସମୀକ୍ଷା ହେବା ନିହାତି ଜରୁରୀ ବୋଲି କହିଛନ୍ତି କିଶୋର ମହାନ୍ତି ।

   Related Posts