WTC ଫାଇନାଲ ପରେ କାହିଁକି ବିରାଟ ବାହିନୀକୁ ୨୦ ଦିନିଆ ବ୍ରେକ୍ ? ପ୍ରଶ୍ନ କଲେ ପୂର୍ବତନ ଅଧିନାୟକ

Published By : Prameya-News7 Bureau | June 26, 2021 IST

ନୂଆଦିଲ୍ଲୀ, ୨୪/୦୬:   ଭାରତ ବିଶ୍ୱ ଟେଷ୍ଟ କ୍ରିକେଟ ଚାମ୍ପିଅନସିପରେ ନ୍ୟୁଜିଲାଣ୍ଡଠୁ ପରାସ୍ତ ହୋଇଛି । ପରାଜୟ ପରେ ଦଳ ଚାରିଆଡୁ ସମାଲୋଚନାର ଶିକାର ହେଉଛି । ଏହାମଧ୍ୟରେ ଦଳର ପୂର୍ବତନ ଅଧିନାୟକ ଦିଲ୍ଲୀପ ଭେଙ୍କସରକାର ଫାଇନାଲ ହାରିବା ପରେ କଣ ପାଇଁ ଟିମ୍‌କୁ ୨୦ ଦିନିଆ ଅବକାଶ ପ୍ରଦାନ କରାଗଲା ବୋଲି ପ୍ରଶ୍ନ କରିଛନ୍ତି ।

ଭେଙ୍କସରକାର କହିଛନ୍ତି ଯେ, ଦଳ ବିଶ୍ୱ ଟେଷ୍ଟ ଚାମ୍ପିଅନସିପରେ ଗତ ୨ ବର୍ଷ ହେଲା ଭଲ ପ୍ରଦର୍ଶନ କରୁଥିଲା । କିନ୍ତୁ ଫାଇନାଲରେ ଦଳ ଫେଲ୍ ମାରିଥିଲା । ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ପୂର୍ବରୁ ଦଳ ଅଭ୍ୟାସ ମ୍ୟାଚ୍ ବି ଖେଳି ନଥିଲା । କିନ୍ତୁ ନ୍ୟୁଜିଲାଣ୍ଡ ଫିଟ୍ ଥିଲା । ଦଳ ଇଂଲଣ୍ଡ ବିପକ୍ଷରେ ଦୁଇଟି ଟେଷ୍ଟ ଖେଳିଥିଲା । ଏବେ ଭାରତ ୩ ସପ୍ତାହ ବିଶ୍ରାମ ନେଇ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ଖେଳିବେ । ଯାହା ସମସ୍ତଙ୍କୁ ଚକିତ କରିଛି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏତେ ଦିନ ଅବକାଶରେ ରହି ଟେଷ୍ଟ୍ ଖେଳିବା ପାଇଁ ସମସ୍ୟା ହେବ । ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ପରେ ଗୋଟିଏ ସପ୍ତାହର ବିଶ୍ରାମ ପର୍ଯ୍ୟାପ୍ତ ଥିଲା । କାରଣ ଲଗାତର ଭାବେ ଖେଳିବା ଆବଶ୍ୟକ । କିପରି ଭାବେ ଏତେ ଦିନ ଅବକାଶକୁ ମଞ୍ଜୁରୀ ପ୍ରଦାନ କରାଗଲା ତାହା ତାଙ୍କୁ ଆଶ୍ଚର୍ଯ୍ୟ କରିଛି ।  ଖେଳାଳିମାନେ ନିଜ ପ୍ରସ୍ତୁତିକୁ ଜୋରଦାର କରିବା ଆବଶ୍ୟକ । ଟେଷ୍ଟ୍ ସିରିଜ ପୂର୍ବରୁ ଦଳକୁ ୩ କିମ୍ବା ୪ଟି ଦିନିକିଆ ମ୍ୟାଚ୍ ଖେଳିବାର ଆବଶ୍ୟକତରା ରହିଥିବା ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.