ଯାତ୍ରା ଛାଡ଼ି ଦେବା ପାଇଁ କାହିଁକି ମନ ବଳାଇଥିଲେ ବିନୋଦ? କମିଟିବାଲାଙ୍କ ଦୋଷ କ'ଣ?

Published By : Prameya-News7 Bureau | February 12, 2020 IST

ଭୁବନେଶ୍ବର୧୨/୨: ଯାତ୍ରା ଜଗତର ଆଗଧାଡ଼ିର ନାୟକ ଓ ନାୟିକା ହେଉଛନ୍ତି ବିନୋଦ କୁମାର ଓ ବେବିନା। ଦୁହିଁଙ୍କ ନିଖୁଣ ଅଭିନୟ ଦର୍ଶକଙ୍କୁ ମଞ୍ଚ ପାଖକୁ ଟାଣି ନେଇଥାଏ। ଯାତ୍ରା ଜଗତ ସହ ଯୋଡ଼ି ରହିଥିବା ପ୍ରତ୍ୟେକ କଳାକାରଙ୍କ ଜୀବନରେ କିଛି ଅକୁହ କଥା ରହିଛି। ମୁହଁରେ ରଙ୍ଗମାରି ଦର୍ଶକଙ୍କୁ ମନରଞ୍ଜନ କରୁଥିବା ବିନୋଦ ନ୍ୟୁଜ ସେଭେନ କ୍ୟାମେରା ସାମ୍ନାରେ ନିଜ କ୍ଷୋଭ ପ୍ରକାଶ କରିଛନ୍ତି। ବାପାଙ୍କ ଏକାଦଶ କ୍ରିୟାରେ ଯୋଗ ଦେଇ ପାରି ନଥିଲେ ବିନୋଦ।  ମାତ୍ର ଜୀବନରେ ଏମିତି ପରିସ୍ଥିତିରେ ଯାତ୍ରା ଛାଡ଼ି ଦେବେ ବୋଲି ବିନୋଦ ସ୍ଥିର କରିଥିଲେ। ଗୋଟିଏ ସ୍ଥାନରେ ନାଟକ ମଞ୍ଚସ୍ଥ ଚାଲିଥିବା ସମୟରେ ବିନୋଦ ବାପାଙ୍କ ମୃତ୍ୟୁ ଖବର ପାଇ ଥିଲେ। ଯାତ୍ରା ପାର୍ଟିର ମ୍ୟାନେଜର ଓ କମିଟିର ସଦସ୍ୟମାନେ ବିନୋଦଙ୍କୁ ଛାଡ଼ି ନଥିଲେ। ଯାତ୍ରାର ହିରୋ ନ ରହିଲେ ଯାତ୍ରା ପାର୍ଟି ନେଇ ଚାଲି ଯାଅ। କମିଟିବାଲାଙ୍କ ଏକାଜିଦ୍‌ ଯାତ୍ରାରେ ହିରୋ ରହିବା ନହେଲେ ପେମେଣ୍ଟ ଦିଆଯିବ ନାହିଁ। ସେପଟେ ବାପାଙ୍କ ଏକଦଶକ୍ରିୟା। ଏଭଳି ଭାବେ କ୍ଷୋଭ ପ୍ରକାଶ କରିଥିଲେ ବିନୋଦ।

wp:html /wp:html

ବିନୋଦଙ୍କ କହିବା ଅନୁସାରେ ସେହି ଦିନଠାରୁ ଯାତ୍ରା ଛାଡ଼ି ଦେବେ ବୋଲି ସ୍ଥିର କରିଥିଲେ। ସେହିପରି ବିନୋଦଙ୍କ ଧର୍ମପତ୍ନୀ ବେବିନାଙ୍କ କ୍ଷେତ୍ରରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଥିଲା। ବାପାଙ୍କ ମୃତ୍ୟୁ ସମୟରେ ବେବିନା ତାଙ୍କ ବାପାଙ୍କ ପାଖରେ ରହି ପାରି ନଥିଲେ। ବେବିନା କହିଛନ୍ତି ଯେ ବାପାଙ୍କ ମୃତ୍ୟୁ ପରେ ତାଙ୍କୁ ଛୁଟି ମିଳିଥିଲା। ମାତ୍ରା ଘରେ ପହଞ୍ଚିବା ବେଳେ ଘର ସାମ୍ନାରେ ବାପାଙ୍କ ଶବ ପଡ଼ି ଥିଲା।

ନ୍ୟୁଜ ସେଭେନ କ୍ୟାମେରା ସାମ୍ନାରେ ବିନୋଦ ଓ ବେବିନା ଯାତ୍ରା ମାଲିକ ମାଲିକମାନଙ୍କୁ ଅନୁରୋଧ କରିଥିଲେ। ବର୍ଷ ସାରା ନିଜେ କାନ୍ଦି ଅନ୍ୟମାନଙ୍କୁ ହସାଉଥିବା କଳାକାରଙ୍କୁ ଦୁଃଖ ବୁଝିବା ଦରକାର। କାହିଁକି କଳାକାର ଏତେ ସମସ୍ୟା ଦେଇ ଗତି କରିବ? ସେମାନେ କଣ ମାୟବତୀ କି ସମାଜର ମୁଖ୍ୟସ୍ରୋତରେ ମିଶି ପାରିବେ ନାହିଁ। ଯାତ୍ରା ନାୟକ ବିନୋଦ ଏବଂ ନାୟିକା ଏଭଳି କ୍ଷୋଭ ପ୍ରକାଶ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.