Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଚଳନ୍ତା ଗାଡ଼ିରେ କାହିଁକି ଲାଗିଯାଉଛି ନିଆଁ : କାରଣ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ ଆପଣ

18/04/2019 at 10:22 AM

ନୂଆଦିଲ୍ଲୀ ୧୮/୪: ଆମେ ଅଧିକାଂଶ ଶୁଣିଥାଉ ଚଳନ୍ତା କାର କିମ୍ବା ବାଇକରେ ହଠାତ୍ ନିଆଁ ଲାଗିଯାଇଥାଏ। ଆଜିକାଲି ଆମେ ଏହି ଖବର ସୋଶିଆଲ ମିଡିଆ ଏବଂ ଟିଭିରେ ଦେଖିବାକୁ ପାଇଥାଉ। ଏହିପରି ଏକ ଘଟଣା ଗତମାସରେ ଦିଲ୍ଲୀରେ ଘଟିଥିଲା ଯେଉଁଥିରେ ଜଣେ ମହିଳା ଏବଂ ଦୁଇ ଜଣ ଶିଶୁଙ୍କର ମୃତ୍ୟୁ ହୋଇଥିଲା।   

ଏଥିରେ କେତେକ ଲୋକ ଯୁକ୍ତି କରିଛନ୍ତି ଯେ ଗାଡ଼ି ପୁରୁଣା ହୋଇଯିବାରୁ ଏପରି ହୋଇଥାଏ କିନ୍ତୁ ଯଦି ବିଶେଷଜ୍ଞମାନେ ଏହାକୁ ଅସ୍ବୀକାର କରିଥାଆନ୍ତି। ଆଜି ଆମେ ଜାଣିବା କାରରେ ନିଆଁ ଲାଗିବାର ମୁଖ୍ୟ କାରଣ ବିଷୟରେ।

ବିଶେଷଜ୍ଞଙ୍କ ମତରେ ଅନେକ ଥର ଲୋକେ ଟଙ୍କା ଲୋଭରେ ନିଜ ଜୀବନକୁ ବିପଦରେ ପକାଇଥାଆନ୍ତି। ଲୋକେ ନିଜ କାରରେ ବିଶ୍ବସନୀୟ କମ୍ପାନୀ ଏବଂ ଶୋରୁମରୁ ଷ୍ଟେରିଓ,ସିକ୍ୟୁରିଟି ସିଷ୍ଟମ୍,ରିଭର୍ସ ପାର୍କିଙ୍ଗ୍ ସେନସର ଭଳି ଗୁରୁତ୍ବପୂର୍ଣ୍ଣ ଜିନିଷକୁ କିଣିବା ପରିବର୍ତେ ଚାଲୁ ସ୍ଥାନରୁ କିଣି ଆଣି ଲଗାଇଥାଆନ୍ତି। ଲୋକେ ଏହି ପାର୍ଟ୍‌ସ୍‌କୁ ଗଳିକନ୍ଦିର ଖୋଲା ଦୋକାନରୁ କିଣିଥାଆନ୍ତି। ଏପରି ପରିସ୍ଥିତିରେ ଢିଲା ତାର କିମ୍ବା ଭୁଲ୍ ଫିଟିଙ୍ଗ କାରଣରୁ ସର୍ଟ ସର୍କିଟ ଭଳି ସମସ୍ୟା ସୃଷ୍ଟି ହୋଇଥାଏ ଏବଂ କାରରେ ହଠାତ୍ ନିଆଁ ଲାଗିଯାଇଥାଏ।

ଏହା ବ୍ୟତୀତ ଲୋକେ ନୂଆ କାରର ଫ୍ରି ସର୍ଭିସ୍ ସରିଯିବା ପରେ ଅଧିକାଂଶ ସମୟରେ ଲୋକାଲ ସର୍ଭିସ ସେଣ୍ଟରରେ ଗାଡ଼ି ସର୍ଭିସ୍ କରାଇଥାଆନ୍ତି। କେତେକ ଖୋଲା ଦୋକାନୀ ସର୍ଭିସ ନାଁରେ ବଲ୍ ଏବଂ ଅଏଲ୍ ବଦଳାଇ ଦେଇଥାଆନ୍ତି ଏବଂ ବାକି ଜିନିଷଗୁଡ଼ିକ ରହିଯାଇଥାଏ। ଏପରି ସ୍ଥିତିରେ ବିପଦ ବଢ଼ିଯାଇଥାଏ। ଆମେ କାର୍ ଭିତରର​ କେତେକ ଜିନିଷ ଉପରେ ବିଶେଷ ଧ୍ୟାନ ଦେଇନଥାଉ। ଠିକ୍ ସମୟରେ ଅଏଲ୍,ଫିଲଟର,କୁଲେଣ୍ଟ ଆଦି ବଦଳାଇବା ଦରକାର ଯାହା ଫଳରେ କାର୍ ଠିକ୍ ଭାବେ କାମ କରିବ।

   Related Posts