Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବିୟର ବୋତଲ କାହିଁକି ସବୁଜ ଓ ଖଇରିଆ ହୋଇଥାଏ ଜାଣନ୍ତି କି?

19/04/2019 at 6:14 PM

ଅନ୍ୟ ମଦ ତୁଳନାରେ ବିୟର ବହୁତ ସସ୍ତା । ବିୟର ପିଇବା ଶରୀର ପାଇଁ କ୍ଷତିକାରକ । ଏହା ଜାଣି ମଧ୍ୟ ଅଭ୍ୟସ୍ତ ଲୋକେ ବିୟର ପିଇବା ଛାଡନ୍ତି ନାହିଁ। ପ୍ରତ୍ୟେକ ବ୍ରାଣ୍ଡର ପ୍ୟାକିଂ ଅଲଗା ଅଲଗା ବୋତଲରେ କରାଯାଇଥାଏ। ତେବେ ଅଧିକାଂଶ ମଦ ବୋତଲର ରଂଗ ସବୁଜ ବା ଖଇରିଆ କାହିଁକି ହୋଇଥାଏ ଜାଣନ୍ତି କି ଆପଣ?
ପ୍ରଥମେ ଏହି ଡ୍ରିଙ୍କ୍‌ସ ଧଳା ବୋତଲରେ ଆସୁଥିଲା। ବିୟର ଧଳା ବୋତଲରେ ଆସିବା ସମୟରେ କେତେକ ସମସ୍ୟା ଥିଲା। ଯେତେବେଳେ ଧଳା ବିୟର ବୋତଲ ସୂର୍ଯ୍ୟ କିରଣ ସଂସ୍ପର୍ଶରେ ଆସେ ଓ ତାପରେ ତାକୁ ଖୋଲାଯାଏ ସେତେବେଳେ ବୋତଲରୁ ଖରାପ ଗନ୍ଧ ଆସିଲା।  ଏହି କାରଣରୁ ବିୟର ଧଳା ବୋତଲରେ ଆସିବା ବନ୍ଦ ହୋଇଥିଲା। ବହୁ ପରୀକ୍ଷା ନିରୀକ୍ଷାପରେ ବିୟର ରଂଗିନ ବୋତଲରେ ଆସିବାକୁ ଲାଗିଲା । ଅଧିକାଂଶ ବିୟର ବୋତଲ ଖଇରିଆ ଓ ସବୁଜ ରଂଗର ଆସେ। କାରଣ ଏହି ଦୁଇଟି ରଂଗ ସୂର୍ଯ୍ୟ କିରଣକୁ ପ୍ରତିହତ କରେ ଓ ଶୀଘ୍ର ସୂର୍ଯ୍ୟକିରଣ ସଂସ୍ପର୍ଶରେ ଆସେ ନାହିଁ। ଏହା ଖରାରେ ରଖା ଯାଇଥିଲେ ମଧ୍ୟ ଏଥିରୁ ଗନ୍ଧ ବାହାରି ନଥାଏ।

   Related Posts