କେନ୍ଦ୍ରାପଡା ଲୋକସଭାରେ ଏତେ ଭୋଟ୍ ବ୍ୟବଧାନରେ କାହିଁକି ହାରିଲେ ବହୁ ଚର୍ଚ୍ଚିତ ବୈଜୟନ୍ତ ପଣ୍ଡା ?

Published By : Prameya-News7 Bureau | May 25, 2019 IST

କେନ୍ଦ୍ରାପଡା ୨୫|୫: ନିର୍ବ।ଚନ ପୂର୍ବରୁ କେନ୍ଦ୍ରାପଡା ଲୋକସଭା ଆସନକୁ ନେଇ ଯେତିକି ଚର୍ଚ। ହେଉଥିଲା ଏବେ ନିର୍ବାଚନ ଫଳାଫଳକୁ ନେଇ ତାଠୁ କତେ ଗୁଣ ଅଧିକ ଚର୍ଚ୍ଚା। କେନ୍ଦ୍ରାପଡାରେ ବୈଜୟନ୍ତଙ୍କ ପରାଜୟ ଓ ଅନୁଭବ ମହାନ୍ତିଙ୍କ ବିଜୟ ରାଜନୈତିକ ପାଣିପାଗକୁ ପୂର୍ବ।ପେକ୍ଷା ଆହୁରି ଉଷ୍ମ କରିଦେଇଛି । ଉଭୟଙ୍କ ହାର ଜିତ୍ ଭିତରେ କଂଗ୍ରେସର ସ୍ଥିତି ଚିନ୍ତାଜନକ ହୋଇ ପଡିଛି। 

ରାଜନୀତିର ପଶାପାଲିରେ ହୋଇଥିବା ହାରଜିତ୍ ଏବେ ରାଜେନୈତିକ ମହଲରେ ହଟଚମଟ ସୃଷ୍ଟି କରିଛି। କେନ୍ଦ୍ରାପଡାରେ ନୂଆକରି ଭାଗ୍ୟ ପରୀକ୍ଷା କରିବାକୁ ଆସି ବିଜେଡି ପ୍ରାର୍ଥୀ ଅନୁଭବ ମହାନ୍ତି ୬ ଲକ୍ଷ ୨୮ ହଜାର ୯୩୯ ଖଣ୍ଡ  ଭୋଟ୍ ହାତେଇ ନେବାକୁ ସହଜରେ ଗ୍ରହଣ କରି ପାରୁ ନାହାନ୍ତି ସମୀକ୍ଷକ। ଅନ୍ୟପକ୍ଷରେ ଅନୁଭବଙ୍କ ସହିତ ସିଧା ଫାଇଟରେ ଥିବା ଭଟେରାନ ନେତା ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ୪ ଲକ୍ଷ ୭୭ ହଜାର ୩୫୫ ଖଣ୍ଡ ଭୋଟ ପାଇଛନ୍ତି। ୨୦୧୪ମସିହା ତୁଳନାରେ ଚଳିତ ନିର୍ବ।ଚନରେ ବୈଜୟନ୍ତ ପଣ୍ଡା ୧ଲକ୍ଷ ୨୨ ହଜାର  ୬୬୮ଖଣ୍ଡ କମ୍ ଭୋଟ ପାଇଛନ୍ତି। ତବେ ବିଜେଡିର ଅନୁଭବ ମହାନ୍ତି ୧ଲକ୍ଷ ୫୨ ହଜାର ୫୮୪ଖଣ୍ଡ ଭୋଟରେ ବୈଜୟନ୍ତ ପଣ୍ଡାଙ୍କୁ ହରାଇବା ଘଟଣାକୁ ନେଇ ଭିନ୍ନ ଭିନ୍ନ ମତ ପ୍ରକାଶ ପାଇଛି।

ସାଂସଦ ଅନୁଭବ ମହାନ୍ତି କେନ୍ଦ୍ରାପଡାରେ ନିଜ ଦଳର ନେତା ଓ କର୍ମୀଙ୍କ ଅକୁଣ୍ଠ ସହଯୋଗ ପାଇଥିବା ବଳେ ବୈଜୟନ୍ତ ପଣ୍ଡା ଏକାକୀ ଯୁଦ୍ଧ ଲଢିଥିବା କହିଛନ୍ତି ସମୀକ୍ଷକ।  ସେହିଭଳି କେନ୍ଦ୍ରାପଡାର ୭ଟି ବିଧାନସଭା ନିର୍ବାଚନମଣ୍ଡଳି ମଧ୍ୟରୁ ପାଟକୁରାକୁ ଛାଡି ଅନ୍ୟ ୬ଟି ଯାକ ବିଧାନସଭା ନିର୍ବାଚନମଣ୍ଡଳିରେ ବିଜେପି ଭଲ ପ୍ରଦର୍ଶନ କରିନପାରିବା ମଧ୍ୟ ଆଉ ଏକ ବଡ କାରଣ । କେନ୍ଦ୍ରାପଡା ଲୋକସଭା ଅନ୍ତର୍ଗତ କୌଣସି ବିଧାନସଭା ନିର୍ବାଚନମଣ୍ଡଳିରେ ବିଜେପିର ଟାଣୁଆ ପ୍ରାର୍ଥୀ ନଥିବା ମଧ୍ୟ ବୈଜୟନ୍ତଙ୍କ ପାଇଁ ବିପଦ ସୃଷ୍ଟି କରିଥିଲା । ପାଟକୁରା ନିର୍ବାଚନମଣ୍ଡଳିରେ ନିର୍ବାଚନ ବନ୍ଦ ହେବା ମଧ୍ୟ ବୈଜୟନ୍ତଙ୍କ ପାଇଁ ଶୁଭଙ୍କର ହୋଇନଥିଲା । ସମଗ୍ର ଦେଶରେ ମୋଦି ଲହରର ପ୍ରଭାବ ଓଡିଶା ଉପରେ କମ ପଡିଥିଲା । କିନ୍ତୁ ବୈଜୟନ୍ତ ସେ ଲହରକୁ ନେଇ ଲୋକଙ୍କୁ ପ୍ରଭାବିତ କରିପାରିନଥିଲେ । ମୁଖ୍ୟତଃ ଅତୀତରେ ବିଭିନ୍ନ ଭୁଲ କାରଣ ପାଇଁ ବୈଜୟନ୍ତ ଚର୍ଚ୍ଚାରେ ରହିବା ମଧ୍ୟ ଭୋଚରଙ୍କ ଉପରେ ବିପରୀତ ପ୍ରଭାବ ପକାଇଥିବା ଆଲୋଚନା ହେଉଛି । ବୈଜୟନ୍ତଙ୍କ ପରାଜୟର ଅନ୍ୟ ଏତକ କାରଣ ହେଉଛି ପ୍ରତିପକ୍ଷ ଅନୁଭବ ମହାନ୍ତିଙ୍କ ଷ୍ଟାରଡମ ।

ଅପରପକ୍ଷରେ କେନ୍ଦ୍ରାପଡା ଲୋକସଭା ଆସନରେ କଂଗ୍ରେସ୍ ପ୍ରାର୍ଥୀ ଧରଣୀଧର ନାୟକଙ୍କ ଫଳାଫଳ ମଧ୍ୟ ଚକିତ କରିଦେବା ପରି ହୋଇଛି। ୨୦୧୪ ମସିହା ନିର୍ବ।ଚନରେ ୩ଲକ୍ଷ ୯୨ହଜାର ୪୬୬ ଖଣ୍ଡ ଭୋଟ ପାଇ ଦ୍ବିତୀୟ ସ୍ଥାନରେ ଥିବା ଧରଣୀଧର ଚଳିତ ଥର ପାଇଛନ୍ତି ୧ଲକ୍ଷ ୧୩ ହଜାର ୮୪୧ଖଣ୍ଡ ଭୋଟ। ୨୦୧୪ ନିର୍ବ।ଚନ ତୁଳନାରେ ଏଥର ଧରଣୀଧର ୨ଲକ୍ଷ ୭୮ ହଜାର ୬୨୫ଖଣ୍ଡ ଭୋଟ କମ୍ ପାଇଛନ୍ତି। ତବେ ଧରଣୀଧରଙ୍କ ଏହି ନିରାଶାଜନକ ପ୍ରଦର୍ଶନ ପାଇଁ ଦଳର ଦୁର୍ବଳ ନିର୍ବ।ଚନ ପରିଚାଳନା ହିଁ ଦାୟୀ। ନିର୍ବ।ଚନ ସମୟରେ ଦଳର କୌଣସି ହେଭିଓବେଟ କେନ୍ଦ୍ରାପଡାରେ ପାଦ ନପକାଇବା ଏବଂ କେନ୍ଦ୍ରାପଡାର କଂଗ୍ରେସ୍ ପ୍ରାର୍ଥୀଙ୍କୁ ଦଳ ଅଣଦେଖା କରିବା ଘଟଣା କର୍ମୀଙ୍କୁ ବେଶ୍ ନିରାଶ କରିଥିଲା। ଅନ୍ୟପକ୍ଷରେ ଦଳର ଜଣେ ନେସନାଲ ଫିଗର ରାଜ ବବର କେନ୍ଦ୍ରାପଡା ଆସି ଧରଣୀଙ୍କ ନିର୍ବ।ଚନୀ ଶୋଭାଯାତ୍ରାରେ କେବଳ ମୁହଁ ଦେଖାଇ ଫେରିଯିବାକୁ ନେଇ କେନ୍ଦ୍ରାପଡାରେ ବେଶ୍ ଚର୍ଚ୍ଚା ହୋଇଥିଲା। କେବଳ ଏତିକି ନୁହେଁ ଏମିତି ଅନେକ ଘଟଣା ପାଇଁ ୨୦୧୪ ନିର୍ବ।ଚନରେ ଭଲ ପ୍ରଦର୍ଶନ କରିଥିବା କଂଗ୍ରେସ୍ ଚଳିତ ଥର କେନ୍ଦ୍ରାପଡା ତୃତୀୟ ସ୍ଥାନକୁ ଖସି ଆସିଛି।   

ନିର୍ବ।ଚନ ଫଳ ପ୍ରକାଶ ପାଇବା ପରେ ପରାଜୟର ସମ୍ମୁଖୀନ ହୋଇଥିବା ଦଳ ଏବଂ  ନେତା ଏବେ ଆତ୍ମସମୀକ୍ଷା କରିବାର ସମୟ ଆସିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.