Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୯ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆରମ୍ଭ ହେଲା କୋଭିଡ୍ ଟିକାକରଣ, ୧୬୧ କେନ୍ଦ୍ରରେ ଚାଲିଛି ଟିକାଦାନ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୭୮ କୋଭିଡ୍ ସଂକ୍ରମିତ, ୩୩୩୧୨୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ ଖସୁଛି କରୋନା ଗ୍ରାଫ୍, ଗତ ୨୪ଘଣ୍ଟାରେ ୧୫୧୫୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ- କୀଟାଣୁନାଶକ ସୁଡଙ୍ଗ ହାନୀକାରକ ଥାଇ ମଧ୍ୟ ରସାୟନିକ ସିଞ୍ଚନ ଉପରେ କଣ ପାଇଁ ପ୍ରତିବନ୍ଧକ ଲଗାଯାଇ ନାହିଁ

7/09/2020 at 5:23 PM

ନୂଆଦିଲ୍ଲୀ ୦୭।୦୯: ସୁପ୍ରିମକୋର୍ଟ ସୋମବାର କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି ଯେ କୋଭିଡ୍-୧୯ ପରିପ୍ରେକ୍ଷୀରେ ଲୋକଙ୍କୁ କୀଟାଣୁନାଶକ କରିବା ନିମନ୍ତେ ସୁଡଙ୍ଗର ଉପଯୋଗ ଉପରେ କଣ ପାଇଁ ପ୍ରତିବନ୍ଧକ ଲଗାଯାଇ ନାହିଁ। କାରଣ ରାସାୟନିକ କୀଟାଣୁନାଶକର ସିଞ୍ଚନ ଶାରୀରିକ ଓ ମାନସିକ ରୂପେ ହାନୀକାରକ।

ବିଚାରପତି ଅଶୋକ ଭୂଷଣ, ଆର ସୁବାଷ ରେଡ୍ଡୀ ଓ ଏମଆର ଶାହାଙ୍କ ଖଣ୍ଡପୀଠଙ୍କୁ ସଲିସିଟର ଜେନେରାଲ ତୁଷାର ମେହଟ୍ଟା କହିଛନ୍ତି କୋଭିଡ୍-୧୯ ପରିଚାଳନ ପାଇଁ  ଜୀବାଣୁନାଶ ଅତି ବାଇଗଣି ରଶ୍ମୀର ଉପଯୋଗ ପାଇଁ  କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ କୌଣସି ଗାଇଡ୍‌ଲାଇନ୍‌ ଜାରି କରି ନାହାନ୍ତି। ସେ କହିଛନ୍ତି କୌଣସି ପ୍ରକାରର ରାସାୟନିକ କୀଟାଣୁନାଶକ ସ୍ପ୍ରେ ମଣିଷ ପାଇଁ ଶାରୀରିକ ଓ ମନୋବୈଜ୍ଞାନିକ ଭାବେ ହାନୀକାରକ ହୋଇଥାଏ।

ଖଣ୍ଡପୀଠ ସଲିସିଟର ଜେନେରାଲ ତୁଷାର ମେହଟ୍ଟାଙ୍କୁ ପ୍ରଶ୍ନ କରିଛନ୍ତି ଯେ ଯଦି କୀଟାଣୁନାଶକ ସୁଡଙ୍ଗର ଉପଯୋଗ ହାନୀକାରକ ତେବେ କେନ୍ଦ୍ର ଏହା ଉପରେ କଣ ପାଇଁ ପ୍ରତିବନ୍ଧକ ଲଗାଇ ନାହାନ୍ତି। ଏହା ପରେ ମେହଟ୍ଟା କହିଛନ୍ତି ଏହି ସମ୍ବନ୍ଧରେ ଉଚିତ୍ ନିର୍ଦ୍ଦେଶ ଜାରି କରାଯିବ।

ପୀଠ ଗୁରସିମରନ ସିଂହ ନାରୁଲା ନାମକ ଜଣେ ବ୍ୟକ୍ତିଙ୍କ ଦ୍ଵାରା ଦାଖଲ ଜନସ୍ଵାର୍ଥ ମାମଲା ଉପରେ ଶୁଣାଣି କରି କେନ୍ଦ୍ରକୁ ମଣିଷଙ୍କ ଉପରେ ରାସାୟନିକ କୀଟାଣୁନାଶକ ସିଞ୍ଚନ କିମ୍ବା କୀଟାଣୁନାଶକ ସୁଡଙ୍ଗର ସ୍ଥାପନା, ଉତ୍ପାଦନ ଓ ବିଜ୍ଞାପନ ଉପରେ ପ୍ରତିବନ୍ଧକ ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଯାଚିକାରେ ଦାବି କରାଯାଇଛି ଯେ କାର୍ବୋନିକ କୀଟାଣୁନାଶକ ସିଞ୍ଚନ ଉପରେ ପ୍ରତିବନ୍ଧକ ଲଗାଯାଉ। କେନ୍ଦ୍ର ସରକାର ନିଜର ସତ୍ୟପାଠରେ ଦର୍ଶାଇଛନ୍ତି ଯେ ସାର୍ବଜନୀନ ସ୍ଵାସ୍ଥ୍ୟ ଓ ହସ୍ପିଟାଲ ପ୍ରସଙ୍ଗରେ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ଦ୍ଵାରା  ଜାରି ଗାଇଡ୍‌ଲାଇନ୍‌କୁ  ଲାଗୁ କରିବା କେନ୍ଦ୍ରର କାମ। ଭାରତ ସରକାରଙ୍କ ଭୂମିକା ଆବଶ୍ୟକ ମାର୍ଗଦର୍ଶନ ଓ ଆର୍ଥିକ ସହାୟତା ପ୍ରଦାନ କରିବା ପର୍ଯ୍ୟନ୍ତ ସୀମିତ ରହିଛି।

ସଲିସିଟର ଜେନେରାଲ କହିଛନ୍ତି ଜୁନ୯ରେ ସ୍ଵାସ୍ଥ୍ୟ ସେବାର ମହା ନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ଏକ ବିଶେଷଜ୍ଞ କମିଟିର ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ କୀଟାଣୁନାଶକ ସୁଡଙ୍ଗ, ବିଭିନ୍ନ ରସାୟନିକ କୀଟାଣୁନାଶକ ସିଞ୍ଚନ ଉପରେ ସମୀକ୍ଷା କରାଯାଇଛି।

କେନ୍ଦ୍ର କହିଛି କମିଟି ଏହା ପ୍ରସ୍ତାବ ଦେଇଛନ୍ତି ଯେ କୀଟାଣୁନାଶକ ଯେମିତି କି ସୁଡଙ୍ଗ, ଆଲମାରି, କ୍ୟାମେରା ସହିତ ବ୍ୟକ୍ତିଙ୍କ ରସାୟନିକ ସିଞ୍ଚନ କରିବାକ ସୁପାରିଶ କରାଯାଇ ନାହିଁ କାରଣ ଏହା ସଂକ୍ରମିତ ବ୍ୟକ୍ତିଙ୍କ ବୁନ୍ଦା କିମ୍ବା ସଂସ୍ପର୍ଶ ମାଧ୍ୟମରେ ଭାଇରସ ବ୍ୟାପିବାର କ୍ଷମତାକୁ ରୋକି ପାରିବ ନାହିଁ।

   Related Posts