ଆନ୍ଧ୍ରପ୍ରଦେଶରେ ବ୍ରାହ୍ମଣମାନଙ୍କୁ କାହିଁକି ବଣ୍ଟା ଯାଉଛି ମହଙ୍ଗା କାର ? ଜାଣନ୍ତୁ

Published By : Prameya-News7 Bureau | January 11, 2019 IST

ହାଇଦ୍ରାବାଦ ୧୧/୧ : ୨୦୧୯ ସାଧାରଣ ନିର୍ବାଚନ ପାଖେଇ ଆସୁଛି | ଏତିକିବେଳେ ଆନ୍ଧ୍ରପ୍ରଦେଶ ଏକ ଖାସ କାରଣ ଯୋଗୁଁ ଚର୍ଚ୍ଚାର କେନ୍ଦ୍ର ପାଲଟିଛି | ଆନ୍ଧ୍ରପ୍ରଦେଶ ସରକାର ସେଠାକାର ଗରିବ, ରୋଜଗାରହିନ ବ୍ରାହ୍ମଣ ଯୁବକଙ୍କୁ ରୋଜଗାର ମୁହାଁ କରିବା ପାଇଁ ସେମାନଙ୍କୁ ସ୍ବିଫ୍ଟ ଡ଼ିଜାୟର କାର ଦେଉଛନ୍ତି | ଏଥିପାଇଁ ସରକାରଙ୍କ ତରଫରୁ ୨ ଲକ୍ଷ ଟଙ୍କା ଦିଆଯାଉଠିଚି | ଏହା ସରକାରଙ୍କ ତରଫରୁ ସବସିଡି | ଏହି ଟଙ୍କା ସରକାରଙ୍କୁ ଫେରସ୍ତ କରିବାକୁ ପଡ଼ିବନାହିଁ | ବାକିତକ ଟଙ୍କା ସେହି ବ୍ରାହ୍ମଣ ଯୁବକଙ୍କୁ ସରକାରଙ୍କୁ କମ ସୁଧ ହାରରେ ସୁଝିବାକୁ ପଡିବ | ୫୦ ଜଣ ଯୁବକଙ୍କୁ କାର ଦେଇ ଏହି ଯୋଜନାର ଶୁଭାରମ୍ଭ କରାଯାଇଛି | ଯୋଜନା ଆରମ୍ଭ ପରେ ଏହି ଯୋଜନାକୁ ପୁଣି ବଢ଼ାଇ ଦିଆଯିବ |


ଏହି ଭଳି ଏକ ଯୋଜନା ଲୋକଲୋଚନାକୁ ଆସିବାପରେ ଲୋକେ ଚମକି ଉଠିଛନ୍ତି | ଲୋକଙ୍କ ଚମକିବା ସ୍ୱାଭାବିକ କଥା | ଆନ୍ଧ୍ରପ୍ରଦେଶ ଏମିତି ଏକ ରାଜ୍ୟ ଯେଉଁଠି ବ୍ରାହ୍ମଣଙ୍କ ବିବାହ ପାଇଁ ସରକାରୀ ଉପକ୍ରମ ଭାବେ ଏକ କର୍ପୋରେସନ ପୂର୍ବରୁ ହିଁ ରହିଛି | ଆନ୍ଧ୍ରପ୍ରଦେଶ ବ୍ରାହ୍ମଣ କୋଅପରେଟିଭ କ୍ରେଡିଟ ସୋସାଇଟି ନାମକ ଏକ ସୋସାଇଟି ରହିଛି | ଏହି ସୋସାଇଟି କମ ସୁଧ ହାରରେ ଟଙ୍କା କରଜରେ ଦେଇଥାଏ | ଏହି କର୍ପୋରେସନ ୯ଟି ଭିନ୍ନ ଭିନ୍ନ ଯୋଜନା ଚଳାଉଛି |


୨୦୧୪ ମସିହାରେ ଦ୍ୱିତୀୟଥର ପାଇଁ ଚନ୍ଦ୍ରାବାବୁ ନାଇଡୁ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ନିର୍ବାଚିତ ହେବାପରେ ଏହି ବ୍ରାହ୍ମଣ ନିଗମ ସ୍ଥାପନା କରାଯାଇଥିଲା | ଏଭଳି କର୍ପୋରେସନର ସ୍ଥାପନ କରିବା ନେଇ
ନାଇଡୁ ତାଙ୍କ ନିର୍ବାଚନ ଇସ୍ତାହାରରେ ଉଲ୍ଲେଖ କରିଥିଲେ | ପ୍ରଦେଶ ବିଭାଜନ ବେଳେ ସମୁଦାୟ ବ୍ରାହ୍ମଣ ତେଲେଙ୍ଗାନାକୁ ଚାଲିଯାଇଥିଲେ ଏବଂ ଗରିବ ବ୍ରାହ୍ମଣ ଆନ୍ଧ୍ରପ୍ରଦେଶରେ ରହିଯାଇଥିଲେ ବୋଲି ବିବେଚନା କରାଯାଏ | ଏହି ଗରିବ ବ୍ରାହ୍ମଣଙ୍କ ପାଇଁ ସରକାରୀ ଚାକିରୀ ବ୍ୟବସ୍ଥା ମଧ୍ୟ ନାହିଁ | ମନ୍ଦିରରେ ପୂଜା ପାଠ କରି ଏହି ବ୍ରାହ୍ମଣମାନେ ପରିବାର ନିଜର ଭରଣପୋଷଣ କରିଥାନ୍ତି |


ରାଜ୍ୟର ସମୁଦାୟ ଲୋକସଂଖ୍ୟା ତୁଳନାରେ ବ୍ରାହ୍ମଣଙ୍କ ସଂଖ୍ୟା ୩ ରୁ ୪ ପ୍ରତିଶତ | ଏହି ୪ ପ୍ରତିଶତରୁ ଏକ ବଡ ଅଂଶ ଗରିବ ସୀମାରେଖା ତଳେ ଅଛନ୍ତି | ଶିକ୍ଷା କ୍ଷେତ୍ରରେ ମଧ୍ୟ ଏମାନେ ବହୁତ ପଛରେ | ୨୦୧୪ ନିର୍ବାଚନ ପ୍ରଚାରବେଳେ ଚନ୍ଦ୍ରାବାବୁ ନାଇଡୁ ରାଜ୍ୟରେ ବ୍ରାହ୍ମଣଙ୍କ ସ୍ଥିତିକୁ ଅତି ନିକଟରୁ ଦେଖିଥିଲେ | ସେତେବେଳେ ହିଁ ସେ ଘୋଷଣା କରିଥିଲେ ଯେ, ପୁଣିଥରେ ଶାସନକୁ ଆସିଲେ ସେ ବ୍ରାହ୍ମଣଙ୍କ ପାଇଁ ନିଶ୍ଚୟ କିଛି ସୁବିଧା କରିବେ |


ରାଜନୈତିକ ଦୃଷ୍ଟିକୋଣରୁ ଦେଖିଲେ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଥିବା ଯୋଗୁଁ ଲୋକଙ୍କ ସୁବିଧା ପାଇଁ ଭିନ୍ନ ଭିନ୍ନ ଯୋଜନା କରିବା ରାଜ୍ୟମୁଖ୍ୟଙ୍କ ପ୍ରଥମ ଦାୟିତ୍ୱ | କିନ୍ତୁ ରାଜ୍ୟର ଦଳିତ ନେତା ଏହା ପଛରେ ରାଜନୈତିକ କାରଣ ଥିବା ଦର୍ଶାଇଛନ୍ତି | ସେ ଆହୁରି କହିଛନ୍ତି ଯେ, ବ୍ରାହ୍ମଣଙ୍କ ଆଶୀର୍ବାଦ ସୁଫଳ ଆଣିଥାଏ | ଭୋଟ ପାଇବା ପାଇଁ ନାଇଡୁ ବ୍ରାହ୍ମଣଙ୍କ ପାଇଁ ଏଭଳି ବ୍ୟବସ୍ଥା କରିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.