୫ଜିକୁ ବ୍ରିଟେନବାସୀଙ୍କ ଭୟ, ଜାଳି ଦେଉଛନ୍ତି ଟାଓ୍ଵାର: କାହିଁକି, କାହାକୁ ଇଂରେଜମାନଙ୍କ ଏତେ ଡର ?

Published By : Prameya-News7 Bureau | April 07, 2020 IST

ଲଣ୍ଡନ ୦୭।୦୪: ସମଗ୍ର ଦୁନିଆରେ କରୋନା ଭାଇରସ୍‌ର ପ୍ରକୋପ କ୍ରମାଗତ ବଢିବାରେ ଲାଗିଛି। ଏହି ମହାମାରୀରେ ଲକ୍ଷାଧିକ ଲୋକ ସଂକ୍ରମିତ ହୋଇଥିବା ବେଳେ ହଜାର ହଜାର ଲୋକ ପ୍ରାଣ ହରାଉଛନ୍ତି। ଏହି ସବୁ ମଧ୍ୟରେ ୟୁକେରେ ଏହାକୁ ନେଇ ଏକ ଅଲଗା ମାମଲା ସାମ୍ନାକୁ ଆସିଛି। ଗୁଜବ ପ୍ରକୋପରୁ ମଧ୍ୟ ଏହି ଦେଶ ବର୍ତ୍ତି ପାରି ନାହିଁ।

ଉଲ୍ଲେଖଯୋଗ୍ୟ, କରୋନା ଭାଇରସ୍‌ ବ୍ୟାପିବା ନେଇ ଅନେକ ପ୍ରକାରର କଳ୍ପନା ଜଳ୍ପନା ଦୁନିଆରେ ଜାରି ରହିଛି। ମାତ୍ର ବ୍ରିଟେନରେ ଏକ ଗୁଜବର ପ୍ରଭାବ ଏମିତି ପଡିଲା ଯେ, ଲୋକେ ଲକ୍‌ଡାଉନ୍‌ରେ ମଧ୍ୟ ଘରୁ ବାହାରି ମୋବାଇଲ୍ ଟାଓ୍ଵାର ଜଳାଇବାରେ ଲାଗି ପଡିଲେ। ଏହି ଦେଶରେ ଏହି କଥା ଚାରି ଆଡେ ବ୍ୟାପିଗଲା ଯେ, ୫ଜି ଟାଓ୍ଵାର ଜରିଆରେ କରୋନା ବ୍ୟାପୁଛି।  ମାତ୍ର ସରକାରଙ୍କ ପକ୍ଷରୁ ଏହି ବିଷୟରେ ସଫେଇ ଦିଆଯାଇଛି ଯେ ୫ଜିର କୋଭିଡ୍-୧୯ ସହ କୌଣଶି ସଂପର୍କ ନାହିଁ। ମାତ୍ର ଲୋକେ ୫ଜି ଟାଓ୍ଵାରରେ ନିଆଁ ଲଗାଇବାକୁ ପଛଘୁଞ୍ଚା ଦେଉ ନାହାନ୍ତି।

{"id":250395,"sizeSlug":"large"}

ସାମାଜିକ ଗଣମାଧ୍ୟମରେ ଏହି ଖବରର ପ୍ରଚାର ଆରମ୍ଭ  ହୋଇଥିଲା ଯେ, ୫ଜି ଟେକ୍ନୋଲୋଜି କାରଣରୁ କରୋନା ଭାଇରସ୍ ବ୍ୟାପୁଛି। ଏହି ଖବରରେ ଏହି ତଥ୍ୟ ଦିଆଗଲା ଯେ, ଚୀନର ଉହାନରେ କୋଭିଡ୍-୧୮ ଏଥିପାଇଁ ବ୍ୟାପିଥିଲା କାରଣ ସେଠାରେ ନିକଟରେ ୫ ଜି ନେଟ୍‌ଓ୍ଵର୍କ ଲଗାଯାଇଥିଲା।

ଯେମିତି ଯେମିତି ଏହି ଖବର ପ୍ରଚାରିତ ହେବାରେ ଲାଗିଲା ଲୋକଙ୍କ ମଧ୍ୟରେ ଉତ୍ତେଜନା ବଢିଥିଲା। ଏହା ପରେ ୟୁକେର ଲୋକେ ୫ଜି ନେଟ୍‌ଓ୍ଵର୍କ ଜାଳିବା ଆରମ୍ଭ କରି ଦେଲେ। ୟୁକେ ସରକାରଙ୍କ ଡିଜିଟାଲ, କଲ୍‌ଚର, ମିଡିଆ ଓ ସ୍ପୋର୍ଟ୍ସ ବିଭାଗ ନିଜର ପ୍ରତିକ୍ରିୟା ରଖି କହିଛନ୍ତି ଯେ, ଭାଇରସ୍ ବ୍ୟାପିବା ଓ ୫ ଜି ଟେକ୍ନୋଲୋଜି ମଧ୍ୟରେ କୌଣସି ପ୍ରକାର ସମ୍ବନ୍ଧର ପ୍ରମାଣ ନାହିଁ।

କାରଣ ଜାପାନ, ଇରାନ ଓ ଭାରତ ପରି ଦେଶରେ ମଧ୍ୟ କରୋନା ଭାଇରସ୍ ବ୍ୟାପିବାରେ ଲାଗିଛି। ଏଠାରେ ଏପର୍ଯ୍ୟନ୍ତ ୫ଜି ଟେକ୍ନୋଲୋଜିର ଆରମ୍ଭ ମଧ୍ୟ ହୋଇ ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.