Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଓଭରବ୍ରିଜ୍ ଉପରେ ବିରାଟ ଗାତ, ବିପଦସଙ୍କୁଳ ଅବସ୍ଥାରେ ଚଳାଚଳ କରୁଛି ଯାନବାହାନ
  • ||
  • ମାଟି ଘରେ ଶୋଇଥିଲେ ବୃଦ୍ଧା, ହଠାତ ମାଡି ବସିଲା କାନ୍ଥ
  • ||
  • ମାତିଛନ୍ତି ହାତୀପଲ : ଜଳକ୍ରୀଡା ପରେ ଭାଙ୍ଗୁଛନ୍ତି ଘର, ନଷ୍ଟ କରୁଛନ୍ତି ଫସଲ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୬୨୮ କୋଭିଡ୍ ପଜିଟିଭ୍
  • ||
  • ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା, ଶିଳ୍ପନଗରୀରୁ ଗାଁ ଗହଳି ସବୁଠି ଉତ୍ସାହ
  • ||
  • ୭୧ ବର୍ଷରେ ପାଦ ଦେଲେ ପ୍ରଧାନମନ୍ତ୍ରୀ : ବିଜେପି କରୁଛି ୨୦ ଦିନିଆ ସେବା ସମର୍ପଣ ଅଭିଯାନ
  • ||
  • ଆଉ ଏକ ଲଘୁଚାପ : ୧୮ରୁ ବଢିବ ବର୍ଷା, ଉତ୍ତରରେ ଛେଚିବ
  • ||
  • ଭାଙ୍ଗିଗଲା ଓଭରବ୍ରିଜ୍‌ର ବିରାଟ ଖଣ୍ଡ, ୧୩ ଶ୍ରମିକ ଗୁରୁତର
  • ||
  • ଶୌଚ ପାଇଁ ଗଲା ବେଳେ ମାଡିଗଲା ଅଜଣା ଗାଡି, ୨ ମହିଳା ମୃତ
  • ||
  • ୧୨ ଘଣ୍ଟିଆ ସୁନ୍ଦରଗଡ ବନ୍ଦ, ଚକ-ଅଖ ସବୁ ଠପ୍
  • ||

ଭାରତରେ ସବୁ ଗାଡିର ଷ୍ଟିୟରିଂ ଡାହାଣ ପଟେ ଥିବାବେଳେ ବିଦେଶରେ କାହିଁକି ଗାଡିର ଷ୍ଟିୟରିଂ ବାମପଟେ ଥାଏ ? ଜାଣନ୍ତୁ…

13/12/2018 at 10:26 AM

ଭୁବନେଶ୍ୱର ୧୩/୧୨ : ଦେଶରେ ଅଧିକାଂଶ ଲୋକ ଗାଡି ଚଳାଉଛନ୍ତି | ଅନେକ ପୁରୁଷ ମହିଳା ନିଜେ ଗାଡି ଚଳାଉଛନ୍ତି | ସେମାନେ ଯେତେବେଳେ ବିଦେଶ ଯାଇଥାନ୍ତି ଚାକିରୀ ପାଇଁ କିମ୍ବା ଆଉ କୌଣସି କାରଣ ପାଇଁ ସେଠାରେ ମଧ୍ୟ ନିଜେ ଗାଡି ଚଳାଇଥାନ୍ତି | ତେବେ ଭାରତୀୟଙ୍କୁ ବିଦେଶରେ ଯାଇ ଗାଡି ଚଳାଇବା ବହୁତ କଷ୍ଟସାଧ୍ୟ ହୋଇଥାଏ | କାହିଁକି ଜାଣିଛନ୍ତି ? କାରଣ ବିଦେଶରେ ସବୁ ଗାଡିର ଷ୍ଟିୟରିଂ ବାମପଟେ ଥାଏ | କିନ୍ତୁ ଭାରତରେ ଗାଡିମାନଙ୍କର ଷ୍ଟିୟରିଂ ଡାହାଣ ପଟେ ଥାଏ | ତେବେ ଏମିତି କାହିଁକି ଥାଏ ଆସନ୍ତୁ ଜାଣିବା :


ଇଂଲଣ୍ଡରେ ଆରମ୍ଭରୁ ହିଁ ଗାଡି ସବୁ ବାମପଟେ ଚାଲେ | ୧୭୫୬ ମସିହାରେ ଇଂଲଣ୍ଡରେ ଏହି ନିୟମ ଆରମ୍ଭ ହୋଇଥିଲା | ଏହାପରେ ସମସ୍ତ ବ୍ରିଟିଶ ଶାସିତ ଦେଶରେ ଏହି ସମାନ ନିୟମ ପାଳନ କରାଗଲା | ତେବେ ଭାରତରେ ମଧ୍ୟ ଇଂଲଣ୍ଡ ଶାସନ କରୁଥିବା ଆମେ ସମସ୍ତେ ଜାଣିଛେ | ସେଥିପାଇଁ ଇଂଲଣ୍ଡ ଶାସନ ଅନୁଯାୟୀ ଭାରତରେ ମଧ୍ୟ ସବୁ ଗାଡି ରାସ୍ତାର ବାମପଟେ ଚଳାଇବା ନିୟମ ହୋଇଥିଲା | 


୧୮ ବିଂଶ ଶତାବ୍ଦୀରେ ଆମେରିକାରେ ଟିମଷ୍ଟର୍ସ ଆରମ୍ଭ ହୋଇଥିଲା | ଏହି ଗାଡି ଘୋଡା ସାହାଯ୍ୟରେ ଟଣା ଯାଉଥିଲା | ତେବେ ଏହିରେ ଡ୍ରାଇଭର ବସିବା ପାଇଁ ଜାଗା ନଥିଲା | ସେଥିପାଇଁ ଡ୍ରାଇଭର ବାମପଟ ଘୋଡାରେ ବସି ଡାହାଣ ହାତରେ ଚାବୁକ ମାରୁଥିଲେ | କିନ୍ତୁ ଏଭଳି ଚଲେଇବା ଫଳରେ ଅସୁବିଧା ହେଲା | ବାମପଟେ ଚଳାଇବା ଫଳରେ ପଛରେ ଆସୁଥିବା ଘୋଡା ଗାଡି ଉପରେ ଡ୍ରାଇଭର ନଜର ରଖିପାରୁନଥିଲା | ଫଳରେ ଦୁର୍ଘଟଣା ହେଉଥିଲା | ଯାହାଫଳରେ ଆମେରିକାରେ ଡାହାଣ ପଟେ ଗାଡି ଚଲେଇବା ନିୟମ ଆରମ୍ଭ କରାଗଲା | 

ସାରା ବିଶ୍ୱରେ ୧୬୩ ଦେଶରେ ରାସ୍ତାର ଡାହାଣ ପଟେ ଗାଡି ଚଲେଇବା ନିୟମ ଆରମ୍ଭ ହୋଇଯାଇଥିଲା | ଏପଟେ ୭୬ ଦେଶରେ ରାସ୍ତାର ବାମପଟେ ଗାଡି ଚଲେଇବା ନିୟମ ରହିଛି | ୟୁରୋପୀୟ ଦେଶମାନଙ୍କ ମଧ୍ୟରେ ବ୍ରିଟେନ, ଆୟର୍ଲାଣ୍ଡ, ମାଲ୍ଟା, ସାଇପ୍ରସକୁ ଛାଡି ଦେଲେ ଆଉ କୌଣସି ଦେଶରେ ରାସ୍ତାର ବାମପଟେ ଗାଡି ଚଲାଯାଏ ନାହିଁ | ଭାରତର ପଡୋଶୀ ଦେଶ ଚୀନରେ ମଧ୍ୟ ଗାଡି ରାସ୍ତାରେ ଡାହାଣ ପଟେ ଚଳାଯାଇଥାଏ | କିନ୍ତୁ ଚୀନ ଆଧିପତ୍ୟ ହଂକଙ୍ଗରେ ଗାଡିଗୁଡିକ ରାସ୍ତାର ବାମପଟେ ଚାଲିଥାଏ |

   Related Posts