ସେନାରେ କାର୍ଯ୍ୟରତ ଯବାନମାନେ କାହିଁକି ପିଇଥାଆନ୍ତି ମଦ…ସରକାର କାହିଁକି ଦିଅନ୍ତି ରିହାତି?

Published By : Prameya-News7 Bureau | January 29, 2020 IST

ଆପଣ ଦେଖିଥିବେ ଯେ ଯବାନମାନଙ୍କୁ ମଦରେ ଅତ୍ୟଧିକ ଛାଡ଼ ମିଳିଥାଏ। ଏହି ପ୍ରଶ୍ନ ଆପଣଙ୍କ ମନରେ ନିଶ୍ଚୟ ଆସିଥିବ ଯେ ଯେଉଁ ମଦକୁ ବିଷ ବୋଲି କୁହାଯାଇଥାଏ ତାହା ସେନାରେ ବ୍ୟାନ୍ କାହିଁକି କରାଯାଇନଥାଏ। ପ୍ରକୃତରେ ସେନାବାହିନୀରେ ମଦ ପିଇବାର ଅନେକ କାରଣ ରହିଛି। ସେଗୁଡ଼ିକ ହେଲା :

{"id":217390,"sizeSlug":"large"}
wp:list
  • ଯବାନଙ୍କୁ ଅତ୍ୟନ୍ତ କଠିନ ପରିସ୍ଥିତିରେ ଦେଶରକ୍ଷା କାମ କରିବାକୁ ପଡ଼ିଥାଏ। ଅନେକ ଥର ତାଙ୍କୁ ଏପରି ପରିସ୍ଥିତିରେ ଲୋକଙ୍କ ରକ୍ଷା କରିବାକୁ ପଡ଼ିଥାଏ ଯେଉଁଠି ତାପମାତ୍ରା ମାଇନସରେ ରହିଥାଏ। ଏପରି କ୍ଷେତ୍ରରେ ମଦ ତାଙ୍କ ଶରୀରକୁ ଗରମ ରଖିବାରେ ସାହାଯ୍ୟ କରିଥାଏ।
  • ଯେତେବେଳେ ଯବାନମାନେ ଖାଲି ବସିଥାଆନ୍ତି ତାଙ୍କୁ ପରିବାର ଲୋକଙ୍କ କଥା ମନେ ପଡ଼ିଥାଏ। ଯିଏ ଯେତେ ସାହସୀ ହୋଇ ଥାଆନ୍ତୁ ନା କାହିଁକି, ଏତେ ଦିନ ଯାଏଁ ନିଜ ପରିବାର ଲୋକଙ୍କଠୁ ଦୂରେଇ ରହି ପାରନ୍ତି ନାହିଁ। ଏପରି ପରିସ୍ଥିତିରେ ମଦ ତାଙ୍କୁ ଖାଲି ସମୟ ବିତାଇବା ପାଇଁ ସାହାଯ୍ୟ କରିଥାଏ।
  • ଯେତେବେଳେ ବ୍ରିଟିଶ୍ ଆମକୁ ଶାସନ କରୁଥିଲେ ସେତେବେଳେ ତାଙ୍କ ସେନାରେ ଏକ ପରମ୍ପରା ଥିଲା। ଏହି ପରମ୍ପରା ଅନୁସାରେ ପ୍ରତ୍ୟେକ ଅଧିକାରୀ ଏବଂ ସେନାର ଯବାନ ଏକ ନିଶ୍ଚିତ ମାତ୍ରାରେ ମଦ ସେବନ କରିବେ। ଏହି ପରମ୍ପରା ଭାରତୀୟ ସେନାରେ ମଧ୍ୟ ରହିଛି।
/wp:list {"id":217391,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.