କାହିଁକି ନିଜର ମଙ୍ଗଳସୂତ୍ର ବଦଳାଇଦେଲେ ଐଶ୍ୱର୍ଯ୍ୟା ଯାହାର ମୂଲ୍ୟ ୪୫ ଲକ୍ଷ ଟଙ୍କା
12/06/2020 at 3:12 PM

ମୁମ୍ବାଇ ୧୨/୦୬ : ଅଭିଷେକ ବଚ୍ଚନ ଓ ଐଶ୍ୱର୍ଯ୍ୟା ରାୟ ୨୦୦୭ ମସିହାରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ | ନିଜ ବିବାହ ଦିନ ଐଶ୍ୱର୍ଯ୍ୟା ରାୟ ଏକ କାଞ୍ଜିବରମ ପାଟ ଶାଢ଼ୀ ପିନ୍ଧିଥିଲେ ଯାହାର ମୂଲ୍ୟ ୭୫ ଲକ୍ଷ ଟଙ୍କା | ଐଶ୍ୱର୍ଯ୍ୟା ରାୟ ଏକ ମଙ୍ଗଳସୂତ୍ର ପିନ୍ଧିଥିଲେ ଯାହା ସେତେବେଳେ ସମସ୍ତଙ୍କ ନଜରକୁ ଆସିଥିଲା ଯେତେବେଳେ ଉଭୟ ଦମ୍ପତ୍ତି ବିବାହ ପରେ ତିରୁପତି ବାଲାଜୀ ମନ୍ଦିର ଯାଇଥିଲେ |

ରିପୋର୍ଟ ଅନୁଯାୟୀ ଏହି ମଙ୍ଗଳସୂତ୍ରର ମୂଲ୍ୟ ୪୫ ଲକ୍ଷ ଟଙ୍କା | ଏହି ମଙ୍ଗଳସୂତ୍ର ଦେଖିବାକୁ ବହୁତ ସୁନ୍ଦର ଏବଂ ଡବଲ ଲେୟାର ବିଶିଷ୍ଟ | ମଙ୍ଗଳସୂତ୍ରରେ ହୀରାର ଲକେଟ ଲାଗିଥିଲା | ବିବାହର କିଛି ବର୍ଷ ପରେ ଐଶ୍ୱର୍ଯ୍ୟା ଏହି ମଙ୍ଗଳସୂତ୍ରକୁ ବଦଳାଇ ଦେଇଥିଲେ |

ପୁରୁଣା ମଙ୍ଗଳସୂତ୍ର ଲମ୍ବା ଥିବାବେଳେ ନୂଆ ମଙ୍ଗଳସୂତ୍ର ଛୋଟ ସାଇଜର | ପୁରୁଣା ଡବଲ ଲେୟାର ଯୁକ୍ତ ଥିବାବେଳେ ନୂଆ ଶ୍ରୀନଗଲ ଲେୟାର ଯୁକ୍ତ | କିନ୍ତୁ ନୂଆ ମଙ୍ଗଳସୂତ୍ରରେ ସେହି ସମାନ ଲକେଟ ଲାଗିଛି | ତେବେ ଝିଅ ଆରାଧ୍ୟ ଜନ୍ମ ହେବାପରେ ସେ ମଙ୍ଗଳସୂତ୍ର ବଦଳାଇ ଦେଇଥିଲେ |

ଆରାଧ୍ୟଙ୍କ ଯତ୍ନ ନେବାରେ ଯେପରି କୌଣସି ଅସୁବିଧା ନ ହୁଏ ସେଥିପାଇଁ ସେ ଗହଣା କମ ପିନ୍ଧୁଥିଲେ ଏବଂ ମଙ୍ଗଳସୂତ୍ରକୁ ଛୋଟ କରି ଦେଇଥିଲେ | ଐଶ୍ୱର୍ଯ୍ୟା ବର୍ତ୍ତମାନ ନିଜ ପରିବାର ସହ ସମୟ ବିତାଉଛନ୍ତି |