ନବମ ଶ୍ରେଣୀରେ ଅଭିନେତା ସିଦ୍ଧାର୍ଥ ଏମିତି କ’ଣ କରିଥିଲେ, ଖାଇବାକୁ ପଡିଥିଲା ମା’ଙ୍କଠୁ ଚପଲ ମାଡ

Published By : Prameya-News7 Bureau | January 16, 2021 IST

ମୁମ୍ବାଇ ୧୬।୧: ବଲିଉଡ୍ ଅଭିନେତା ସିଦ୍ଧାର୍ଥ ମଲହୋତ୍ରା ଚଳିତ ବର୍ଷ ପାଳନ କରିଛନ୍ତି ୩୬ତମ ଜନ୍ମଦିନ । ତାଙ୍କ ଜନ୍ମ ୧୯୮୫ ମସିହା ଜାନୁଆରୀ ୧୬ତାରିଖରେ ହୋଇଥିଲା । ସିଦ୍ଧାର୍ଥ ତାଙ୍କର ନିଖୁଣ ଅଭିନୟ ପାଇଁ ବେଶ୍ ପରିଚିତ । ସେ ତାଙ୍କର ବଲିଉଡ କ୍ୟାରିୟର ମଡ଼େଲିଂରୁ ଆରମ୍ଭ କରିଥିଲେ । ପରେ ସେ ଖୁବ୍ ଶୀଘ୍ର ଫିଲ୍ମରେ ନଜର ଆସିଥିଲେ । ଏମିତି ଏକ ସମୟ ଥିଲା, ଯେବେ ସିଦ୍ଧାର୍ଥ ତାଙ୍କ ମା’ଙ୍କ ହାତରୁ ଚପଲରେ ମାଡ ଖାଇଥିଲେ ।

{"id":393292,"sizeSlug":"large","linkDestination":"none"}

ସିଦ୍ଧାର୍ଥ ମଲହୋତ୍ରାଙ୍କ ଜନ୍ମ ଦିଲ୍ଲୀରେ ହୋଇଥିଲା । ସେ ତାଙ୍କର ପାଠ ପଢା ଦିଲ୍ଲୀରେ ସାରିଥିଲେ । ସିଦ୍ଧାର୍ଥ ଦିଲ୍ଲୀ ୟୁନିଭର୍ସିଟିର ସହିଦ ଭଗତ ସିଂ କଲେଜରେ ବି.କମ୍ ପଢିଥିଲେ । ପାଠ ପଢ଼ା ସାରିବା ପରେ ସେ ମଡେଲିଂ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ପ୍ରଥମରୁ ସିଦ୍ଧାର୍ଥ ନିଜର ପକେଟ ମନି ପାଇଁ ମଡେଲିଂ ଆରମ୍ଭ କରିଥିଲେ କିନ୍ତୁ ପରେ ସେ ଅନେକ ଦିନ ଧରି ମଡେଲିଂ ଜଗତରେ କାମ କରିଥିଲେ ।

{"id":393293,"sizeSlug":"large","linkDestination":"none"}

ସିଦ୍ଧାର୍ଥ ଏକ ସାକ୍ଷାତକାରରେ କହିଛନ୍ତି, ‘ଯୁବାବସ୍ଥାରେ ତାଙ୍କ ପରିବାର ଲୋକେ ତାଙ୍କୁ ନେଇ ବହୁ ଚିନ୍ତାରେ ରହୁଥିଲେ । ସିଦ୍ଧାର୍ଥ ଭଲ ପାଠ ପଢୁ ନଥିଲେ ତେଣୁ ତାଙ୍କ ପରିବାର ଲୋକଙ୍କୁ ଲାଗୁଥିଲା କି ସିଦ୍ଧାର୍ଥ ଭବିଷ୍ୟତରେ କିଛି କରିପାରିବେନାହିଁ । ସ୍କୁଲ ସମୟରେ ପାଠ ପଢାରେ ସେ ଦୁର୍ବଳ ଥିଲେ । ଯେହେତୁ ସେ ମଧ୍ୟବିତ୍ତ ପରିବାରର ଥିଲେ ତେଣୁ ଘରେ ତାଙ୍କର ପାଠ ପଢାକୁ ଖୁବ୍ ପ୍ରାଧାନ୍ୟ ଦିଆଯାଉଥିଲା ।

{"id":393294,"sizeSlug":"large","linkDestination":"none"}

ସିଦ୍ଧାର୍ଥ ନବମ ଶ୍ରେଣୀରେ ପଢୁଥିବା ସମୟରେ ଫେଲ୍ ହୋଇଯାଇଥିଲେ । ଫଳରେ ତାଙ୍କ ମା' ତାଙ୍କୁ ଚପଲରେ ପିଟିଥିଲେ । ସିଦ୍ଧାର୍ଥଙ୍କ ବାପାଙ୍କୁ ଲାଗୁଥିଲା, ସିଦ୍ଧାର୍ଥ ତାଙ୍କ ଜୀବନ ଦୌଡରେ ପଛରେ ରହିଯିବେନି ତ ? ଯେତେବେଳେ ତାଙ୍କୁ ଫିଲ୍ମରେ ସଫଳତା ମିଳିଲା ସେତେବେଳେ ତାଙ୍କ ବାପା ଶାନ୍ତିରେ ନିଶ୍ବାସ ମାରିଥିଲେ । 

{"id":393295,"sizeSlug":"large","linkDestination":"none"}

ସିଦ୍ଧାର୍ଥ ମଲହୋତ୍ରା ଫିଲ୍ମ ‘ଷ୍ଟୁଡେଣ୍ଟ ଅଫ୍ ଦ ଇୟର’ରୁ ବଲିଉଡରେ ପାଦ ଦେଇଥିଲେ । ଏହାପରେ ସେ ଅନେକ ଫିଲ୍ମରେ କାମ କରିଛନ୍ତି । ତାଙ୍କର ଫିଲ୍ମଗୁଡିକ ମଧ୍ୟରେ ମରଜାଁଓ୍ବା, ଏକ ଭିଲିଆନ୍, ଅୟାରୀ, କପୁର ଆଣ୍ଡ ସନ୍ସ ଏବଂ ବାରବାର ଦେଖୋ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.