ଜାନୁୟାରୀ ୨୦ରେ ଆମେରିକା ପ୍ରେସିଡେନସିଆଲ ଇନାଗୁରେସନ କାହିଁକି ? ଜାଣନ୍ତୁ କାରଣ

Published By : Prameya-News7 Bureau | January 20, 2021 IST

ୱାସିଂଟନ: ଆଉ କିଛି ସମୟ ପରେ ଅନୁଷ୍ଠିତ ହେବ ଆମେରିକା ପ୍ରେସିଡେନସିଆଲ ଇନାଗୁରେସନ। ଡେମୋକ୍ରାଟ ନେତା ଜୋ ବାଇଡେନ ଓ କମଲା ହ୍ୟାରିସ୍‌ ଯଥାକ୍ରମେ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ଭାବେ ଆନୁଷ୍ଠାନିକ ଦାୟିତ୍ୱଗ୍ରହଣ କରିବେ। ଆମେରିକା ନୂଆ ରାଷ୍ଟ୍ରପତିଙ୍କ ଲାଗି ଜାନୁୟାରୀ ୨୦ ତାରିଖ ଖାସ୍‌ ମହତ୍ୱ ରଖେ। ତେବେ କାହିଁକି ଆସନ୍ତୁ ଜାଣିବା।

wp:embed {"url":"https://twitter.com/NationalMallNPS/status/1351705924084363264","type":"rich","providerNameSlug":"twitter","responsive":true,"className":""}
https://twitter.com/NationalMallNPS/status/1351705924084363264
/wp:embed

ଆମେରିକା ବିଶ୍ୱର ସର୍ବ ବୃହତ୍ତ ଗଣତାନ୍ତ୍ରିକ ଦେଶ। ଦେଶର ନିୟମ ଓ ପରମ୍ପରା ଅନ୍ୟଦେଶଙ୍କଠାରୁ ଭିନ୍ନ। ଏଥିରେ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତିଙ୍କ ଦାୟିତ୍ୱଗ୍ରହଣ ମଧ୍ୟ। ପୂର୍ବରୁ  ଆମେରିକା ପ୍ରେସିଡେନସିଆଲ ଇନାଗୁରେସନ  ମାର୍ଚ୍ଚ ୪ ତାରିଖରେ ଧାର୍ଯ୍ୟ ଥିଲା। ନିର୍ବାଚନ ପରେ ଏହି ତାରିଖରେ ହିଁ ନୂଆ ରାଷ୍ଟ୍ରପତିମାନେ ଦାୟିତ୍ୱଗ୍ରହଣ କରୁଥିଲେ। ତେବେ ୧୯୩୩ ମସିହାର ପରଠାରୁ ଏହି ନିୟମରେ ପରିବର୍ତ୍ତନ ହୋଇଥିବା ବେଳେ ପ୍ରତି ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ଆସି ସାରିବା  ମାସକ ପରେ ଜାନୁୟାରୀ ୨୦ରେ ପ୍ରେସିଡେନସିଆଲ ଇନାଗୁରେସନ ହେଉଛି।

{"id":395574,"width":577,"height":384,"sizeSlug":"large","linkDestination":"none"}
ରାଷ୍ଟ୍ରପତି ଭାବେ ଶେଷ ଥର ହ୍ୱାଇଟ୍ ହାଉସ୍‌ରୁ ବାହାରୁଛନ୍ତି ଡୋନାଲ୍ଡ ଟ୍ରମ୍ପ

ପୂର୍ବରୁ ନିର୍ବାଚନ ଫଳାଫଳ ଘୋଷଣାର ୪ରୁ ୫ ମାସ ପରେ ନୂତନ ରାଷ୍ଟ୍ରପତିଙ୍କ ସରକାର ଦାୟିତ୍ୱଗ୍ରହଣ କରୁଥିଲେ। ଏହାର ମୁଖ୍ୟ କାରଣ ଥିଲା ଯୋଗାଯୋଗ ଓ ସଞ୍ଚାର ବ୍ୟବସ୍ଥାର ଅଭାବ। ଆମେରିକା ଭଳି ବିଶାଳ ଦେଶରେ ନିର୍ବାଚିତ ପ୍ରତିନିଧି କ୍ୟାପିଟଲ ପର୍ଯ୍ୟନ୍ତ ପହଞ୍ଚିବା ଲାଗି ନେଉଥିବା ସମୟ ଯୋଗୁ ନୂଆ ସରକାରଙ୍କ ଦାୟିତ୍ୱ ଗ୍ରହଣରେ ବିଳମ୍ବ ହେଉଥିଲା। ତେବେ ସଞ୍ଚାର ଓ ଯୋଗାଯୋଗ ବ୍ୟବସ୍ଥାର ଉନ୍ନତି ପରେ ଏହି ଦୀର୍ଘ ଅବଧିକୁ ହ୍ରାସ କରାଯାଇପାରିଛି।

{"id":395572,"width":578,"height":434,"sizeSlug":"large","linkDestination":"none"}
ନୂଆ ରାଷ୍ଟ୍ରପତିଙ୍କ ସ୍ୱାଗତ ଉତ୍ସବ ପୂର୍ବରୁ ହ୍ୱାଇଟ୍ ହାଉସ୍ ଛାଡୁଛନ୍ତି ଟ୍ରମ୍ପ

ଦାୟିତ୍ୱଗ୍ରହଣର ଅବଧି ହ୍ରାସର ଆଉ ଏକ କାରଣ ହେଉଛି ନିର୍ବାଚିତ ରାଷ୍ଟ୍ରପତିଙ୍କ ଆଗରେ ନିବର୍ତ୍ତମାନ ରାଷ୍ଟ୍ରପତି ପ୍ରଭାବହୀନ ହୋଇପଡୁଥିଲେ। ଏଥିରେ ନିର୍ବାଚନର ଦୀର୍ଘ ସମୟ ପରେ ନୂଆ ରାଷ୍ଟ୍ରପତି ଦାୟିତ୍ୱ ଗ୍ରହଣ କରୁଥିବାରୁ ଦେଶଲାଗି ସେପରି କୌଣସି ବଡ ନିଷ୍ପତ୍ତି ନେବାକୁ ନିବର୍ତ୍ତମାନ ରାଷ୍ଟ୍ରପତି ସକ୍ଷମ ହେଉନଥିଲେ। ଏଣୁ ଦାୟିତ୍ୱଗ୍ରହଣ ଅବଧିକୁ ହ୍ରାସ କରାଯାଇଥିଲା।

wp:embed {"url":"https://twitter.com/TimesNow/status/1351882118863831042","type":"rich","providerNameSlug":"twitter","responsive":true,"className":""}
https://twitter.com/TimesNow/status/1351882118863831042
/wp:embed

ଜାନୁୟାରୀ ୨୦ରେ ଆମେରିକା ପ୍ରେସିଡେନସିଆଲ ଇନାଗୁରେସନ ଲାଗି ସମ୍ବିଧାନର ବିଂଶତମ ସଂଶୋଧନ କରାଯାଇଛି। ଏହି ସଂଶୋଧନ ଦେଶରେ ୧୯୩୩ ମସିହାରେ ଲାଗୁ ହୋଇଥିବା ବେଳେ ୧୯୩୭ ମସିହାରେ ନିର୍ବାଚିତ ରାଷ୍ଟ୍ରପତି ଫ୍ରାଙ୍କଲିନ ଡି ରୁଜଭେଲ୍ଟ ଜାନୁୟାରୀ ୨୦ରେ ଦାୟିତ୍ୱଗ୍ରହଣ କରିଥିଲେ। ବୁଧବାର ଆମେରିକା ନୂଆ ରାଷ୍ଟ୍ରପତିଙ୍କ ଦାୟିତ୍ୱଗ୍ରହଣର ୧ ସେକେଣ୍ଡ ପୂର୍ବରୁ ନିବର୍ତ୍ତମାନ ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ ସମାପ୍ତ ହେଉଛି। ସେହି ଅନୁସାରେ ରିପବ୍ଲିକାନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କଠାରୁ ପୂର୍ବାହ୍ନ (ସ୍ଥାନୀୟ ସମୟ) ୧୧ଟା ୫୯ ମିନିଟ ୫୯ ସେକଣ୍ଡରେ ସମସ୍ତ କ୍ଷମତା ପ୍ରତ୍ୟାହୃତ ହୋଇଯିବ। ଏହା ସହ ମଧ୍ୟାହ୍ନ ୧୨ଟାରୁ ଜୋ ବାଇଡେନଙ୍କ ସରକାର ଦାୟିତ୍ୱକୁ ଆସିଯିବେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.