କାହାର ହେବ ପୁଡୁଚେରୀ ସିଂହାସନ : ସତ୍ତା ବଜାୟ ରଖିବ କି କଂଗ୍ରେସ ମେଣ୍ଟ ? କଣ କହୁଛି ବିଜେପି ଫ୍ୟାକ୍ଟର?
27/02/2021 at 9:08 PM

ନୂଆଦିଲ୍ଲୀ ୨୭/୦୨ : ଦେଶର ୪ଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ ବିଧାନସଭା ନିର୍ବାଚନ ତାରିଖ ଏବଂ ଗାଇଡ୍ଲାଇନ୍ ଜାରି କରିଛନ୍ତି ଭାରତୀୟ ନିର୍ବାଚନ କମିଶନର । ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ସାଧାରଣ ନିର୍ବାଚନ ସେମିଫାଇନାଲ ମ୍ୟାଚ୍ ବୋଲି ଧରାଯାଉଛି । ପୁଡୁଚେରୀ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିସାରିଛନ୍ତି ନିର୍ବାଚନ କମିଶନର । ଏପ୍ରିଲ ୬ ତାରିଖରେ ଭୋଟ ଗ୍ରହଣ ହେବ ଏବଂ ମେ ୨ ତାରିଖରେ ଫଳାଫଳ ପ୍ରକାଶ ପାଇବ । ତେବେ ଏହା ପୂର୍ବରୁ କେନ୍ଦ୍ରଶାସିତ ରାଜ୍ୟ ପୁଡୁଚେରୀରେ ଜନତାଙ୍କ ମୁଡ୍ ପରଖିଛି ସି-ଭୋଟର ।
କାହାକୁ କେତେ ସିଟ୍ ମିଳିବ?
ଓପିନିୟନ୍ ପୋଲ ମୁତାବକ ୩୦ ଆସନ ବିଶିଷ୍ଟ ବିଧାନସଭା କ୍ଷେତ୍ରରୁ ବିଜେପି ମେଣ୍ଟକୁ ୧୭-୨୧ ସିଟ୍ ମିଳିବ । ଅନ୍ୟପଟେ କଂଗ୍ରେସ ମେଣ୍ଟକୁ ୮-୧୨ଟି ସିଟ୍ ମିଳିବାର ସମ୍ଭାବନା ରହିଛି । ସେହିଭଳି ଅନ୍ୟମାନଙ୍କ ୧-୩ ସିଟ୍ ମିଳିବା ନେଇ ଅନୁମାନ କରାଯାଉଛି । ତେଣୁ କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀରେ ବିଜେପି ମେଣ୍ଟର ପଲ୍ଲା ଭାରି ରହିଛି ।
କିଏ କେତେ ପ୍ରତିଶତ ଭୋଟ ପାଇବ?
ପୁଡୁଚେରୀରେ ଭୋଟ ପ୍ରତିଶତ କଥା କହିବାକୁ ଗଲେ NDAକୁ ୪୬ ପ୍ରତିଶତ ଭୋଟ୍ ମିଳିବା ନେଇ ଆଶଙ୍କା କରାଯାଉଛି । ସେହିଭଳି କଂଗ୍ରେସ ମେଣ୍ଟକୁ ୩୬ ପ୍ରତିଶତ ଏବଂ ଅନ୍ୟମାନଙ୍କୁ ୧୮ ପ୍ରତିଶତ ଭୋଟ ମିଳିପାରେ ।
୨୦୧୬ ସାଧାରଣ ନିର୍ବାଚନରେ ପୁଡୁଚେରୀରେ ମୋଟ ୩୦ ସିଟ୍ରୁ କଂଗ୍ରେସ ଏକାକୀ ୧୫ଟି ସିଟ୍ରେ ବିଜୟ ଲାଗ କରିଥିଲା । AIADMK ଜିତିଥିବା ୪ଟି ସିଟ୍ କଂଗ୍ରେସ ସହିତ ମେଣ୍ଟ ପରେ ମୋଟ ୧୯ ସିଟ୍ ସହିତ ସରକାର ଗଢିଥିଲା କଂଗ୍ରେସ ମେଣ୍ଟ । କିନ୍ତୁ ଏଥର ବିଜେପିର ପଲ୍ଲା ଭାରି ରହିଛି ।