Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେଡିରେ ମିଶିବେ ପ୍ରଦୀପ ମାଝୀ, କହିଲେ ନବୀନଙ୍କ ହାତମୁଠା ଟାଣ କରିବି
  • ||
  • ଆଇଆଇଟି ଜମ୍ମୁର ନୂତନ ଗୃହ ଲୋକାର୍ପଣ କରିବେ ଗୃହମନ୍ତ୍ରୀ ଅମିତ ଶାହ, ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ଟିକାକରଣ କେନ୍ଦ୍ରରେ କାହାର ଫଟୋ ରହିବ ? ମୁଖ୍ୟମନ୍ତ୍ରୀ ନବୀନ ନା ପ୍ରଧାନମନ୍ତ୍ରୀ ମୋଦୀ, ବିଜେଡି-ବିଜେପି ମୁହାଁମୁହିଁ, ଚାଲିଲା ଟ୍ଵିଟ୍ ଓ୍ଵାର

23/06/2021 at 7:04 PM

ବାଲେଶ୍ଵର/ଭୁବନେଶ୍ଵର ୨୩।୦୬: ଟିକା ଫଟୋ ଓ ରାଜନୀତି। ଟିକାକରଣ କେନ୍ଦ୍ରରେ ଫଟୋ ରାଜନୀତିକୁ ନେଇ ହୋ ହଲ୍ଲା ଓ ଉତ୍ତେଜନା। ବାଲେଶ୍ବରର ଏକ ଟିକାକରଣ କେନ୍ଦ୍ରରେ ଚାଲିଥିବା ଟିକାକରଣ ବେଳେ ଲୋକଙ୍କୁ ଦିଆଯାଉଥିବା କାର୍ଡରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଥିବାରୁ ଏହାକୁ ବିରୋଧ କରିଛି ବିଜେପି । ଟିକାକରଣ କେନ୍ଦ୍ରରେ ପଶି ଏହି କାର୍ଡ ଚିରିଛନ୍ତି। ଯାହାକୁ ନେଇ ଜୋର ଧରିଛି ରାଜନୀତି । ଏହି ଘଟଣାକୁ ନେଇ ବିଜେପି ବିଜେଡି ମଧ୍ୟରେ ଚାଲିଛି ଟ୍ଵିଟ୍ ୱାର।  

ଦିନକୁ ଦିନ ଆହୁରି ଜୋର ହେବାରେ ଲାଗିଛି ଏହି ଫଟୋ ରାଜନୀତି।  ଟିକାକରଣ କେନ୍ଦ୍ରରେ ଦିଆଯାଉଥିବା ଟିକା କାର୍ଡରେ କାହାର ରହିବ ଫଟୋ । ପ୍ରଧାନମନ୍ତ୍ରୀ ମୋଦୀଙ୍କର ଫଟୋ ନା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର।  ଏହାକୁ ନେଇ ଚାଲିଛି ରାଜନୀତି । ରୋଜ ଟିକା କେନ୍ଦ୍ରରେ ଚାଲୁଛି ନାରାବାଜି ଓ ମୁହାଁମୁହିଁ। ଆଜି ଏ ହେଉଛି ବାଲେଶ୍ବର ଗାନ୍ଧୀ ସ୍ମୃତି ଭବନ କୋଭିଡ୍ ଟିକାକରଣ କେନ୍ଦ୍ରର ଦୃଶ୍ୟ।  ଟିକାକରଣ କେନ୍ଦ୍ରରେ ବିଜେପୀ କର୍ମୀମାନଙ୍କ ସହ ପହଞ୍ଚିଥିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ । ଟିକାକରଣ ପାଇଁ ରାଜ୍ୟ ସରକାର ଦେଉଥିବା ପ୍ଲାକାର୍ଡରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋ ଦେଖି ତାତି ଥିଲେ।  ଟିକା କାର୍ଡ ଚିରିବା ସହ ଏହାକୁ ଫୋପାଡି ଥିଲେ । ଟିକାକୁ ନେଇ ରାଜନୀତି ଏତେ ବଢିଛି ଯେ ବିଭିନ୍ନ କେନ୍ଦ୍ରରେ ରାଜନୈତିକ ଦଳର ବ୍ୟାନର ଲାଗି ଥିବାର ଦେଖିବାକୁ ମିଳିଛି । ଯାହାକୁ ବାଲେଶ୍ବର ବାସିନ୍ଦା ନାପସନ୍ଦ କରିଛନ୍ତି। କହିଛନ୍ତି ଟିକା ଲୋକଙ୍କ ଟିକସ ପଇସାରେ ଦିଆଯାଉଛି । ଏଥିରେ କେହି ବାହାବା ନେବା ଉଚିତ୍ ନୁହେଁ ବୋଲି ସେ କହିଥିଲେ।

ଗତ ଦୁଇ ଦିନ ଧରି ଭିନ୍ନ ଭିନ୍ନ ସହରରୁ ଆସିଛି ଏମିତି ପୋଷ୍ଟର ରାଜନୀତିର ଚିତ୍ରମାନ।  ଆଜି ଏହାକୁ ନେଇ  ଆରମ୍ଭ ହୋଇଛି  ଟ୍ବିଟ୍ ୱାର । ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ  ଟ୍ବିଟ୍ କରିଛନ୍ତି ଯେ ଓଡ଼ିଶା ସରକାର ଟିକା କିଣିବାରେ ବିଫଳ ହେଲେ । ସେଥିପାଇଁ କେନ୍ଦ୍ର ସରକାରଙ୍କ ସହାୟତା ଲୋଡିଲେ । ତେବେ ଫଟୋକୁ ନେଇ ଯାହା ଚାଲିଛି ତାକୁ ସମାଲୋଚନା କରିଛନ୍ତି ଅପରାଜିତା । ସେପଟେ ଅପରାଜିତାଙ୍କ ଅଭିଯୋଗକୁ କାଉଣ୍ଟର କରିଛନ୍ତି ବିଜେଡି ସାଂସଦ  ସସ୍ମିତ ପାତ୍ର । ସେ ଟ୍ବିଟ୍ କରି ଲେଖିଛନ୍ତି ଯେ ପ୍ରତ୍ୟେକ କୋଭିଡ ଟିକା ସାର୍ଟିଫିକେଟ୍ ରେ ପ୍ରଧାନମନ୍ତ୍ରୀ ମୋଦିଙ୍କର ଫଟୋ ରହୁଛି । ବିଜେଡି ଏଥିରେ ପ୍ରତିବାଦ କରିନାହିଁ। ଦେଶରେ ଟିକାକରଣ ଏକ ଜାତୀୟ କାର୍ଯ୍ୟକ୍ରମ । ଏହାକୁ ନେଇ ହୀନ ରାଜନୀତି ନ କରିବାକୁ ସସ୍ମିତ କହିଛନ୍ତି । ସେହିଭଳି କଂଗ୍ରେସ କହିଛି କୋଭିଡ୍ ଟିକାକୁ ନେଇ ରାଜନୀତି ନହେଉ । ଯଦି କାହାର ଫଟୋ ଲଗାଇବାର ଅଛି ତେବେ ଜଗନ୍ନାଥଙ୍କ ଫଟୋ ଲାଗୁ । 

ଟିକାକରଣ ନେଇ କିଏ ଶ୍ରେୟ ନେବ ତାକୁ ନେଇ ଚାଲିଛି ରାଜନୀତି । ସେପଟେ କଂଗ୍ରେସ ଏଥିରେ ଆଉପାଦ ଆଗକୁ ଯାଇ ଭୁବନେଶ୍ବର ସତ୍ୟନଗର ଶ୍ମଶାନରେ ପୋଷ୍ଟର ମାରି ଉଭୟ ବିଜେଡି ଓ ବିଜେପିକୁ ଛିଗୁଲାଇଛି।

   Related Posts