Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗହଣା ଦୋକାନରୁ ଚୋରି, ଛାତ କଣା କରି ଲୁଟିନେଲେ ୨ କିଲୋର ସୁନା ଅଳଙ୍କାର
  • ||
  • ସାରୁଅ ଜମି କେଳେଙ୍କାରୀ : ଓଡିଶା ଇନଫ୍ରାଟେକ୍‌ର ଦୁଇ କର୍ମଚାରୀ ଗିରଫ, ଶ୍ରମିକଙ୍କୁ ଧମକ ଅଭିଯୋଗରେ ବାନ୍ଧିଲା ବାଘମାରୀ ପୋଲିସ
  • ||
  • IPL 2020: ବୁମରା ଓ ବୋଲ୍ଟଙ୍କ ଶାଣିତ ବୋଲିଂ ପରେ ଇଶାନଙ୍କ ଅର୍ଦ୍ଧଶତକ, ୯ ଓ୍ଵିକେଟ୍‌ରେ ଜିତିଲା ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀର କ୍ରମାଗତ ଚତୁର୍ଥ ପରାଜୟ
  • ||
  • ଭୁବନେଶ୍ୱର : ଆସିଲା ଅନଲକ୍ ୬.୦ ଗାଇଡ଼ଲାଇନ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ୧୪୭୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୬ତାରିଖରେ ଖୋଲିବ ସ୍କୁଲ, ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପିଲା ପଢିବାକୁ ଆସିବେ
  • ||
  • ଝରକା ତାଡ଼ି ବ୍ୟାଙ୍କରୁ ଲୁଟ୍ ! ପୋଲିସର ତଦନ୍ତ ଜାରି
  • ||
  • ଭୟଙ୍କର ଭୂକମ୍ପରେ ଥରିଲା ତୁର୍କୀ ଓ ଗ୍ରୀସ : ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି, ୭ ଶହରୁ ଅଧିକ ଆହତ
  • ||
  • ସାଲେପୁର : ଟ୍ରକକୁ ଧକ୍କାଦେଲା ଆଉ ଏକ ଟ୍ରକ, ଜଣେ ମୃତ
  • ||

ସମସ୍ୟାରୁ ମୁକ୍ତି ପାଇଁ କେଉଁ ଦେବାଦେବୀଙ୍କୁ ଉପାସନା କରିବେ ଜାଣନ୍ତୁ

8/01/2019 at 12:01 PM

ଭୁବନେଶ୍ୱର ୭/୧ : ବିଶ୍ୱାସ ରହିଛି ଯେ ସବୁ ବ୍ୟକ୍ତିଙ୍କର ଇଷ୍ଟ ଦେବୀ ଥାଆନ୍ତି | ନିଜ ଇଷ୍ଟଦେବ ଦେବୀଙ୍କୁ ଉପାସନା କଲେ ମଣିଷ ଜୀବନରେ ସଫଳତା ପ୍ରାପ୍ତି ସହ ଉନ୍ନତି ଲାଭ କରିଥାଏ | ତେବେ ଇଷ୍ଟଦେବୀଙ୍କ ନିର୍ଧାରଣ କୁଣ୍ଡଳୀ ଅନୁଯାୟୀ ହୋଇଥାଏ | ବାସ୍ତବରେ ଗ୍ରହ କିମ୍ବା ଜ୍ୟୋତିଷର ଇଷ୍ଟଦେବା ଦେବୀଙ୍କ ସହ କୌଣସ ସମ୍ବନ୍ଧ ନଥାଏ | ବରଂ ଈଷ୍ଟଦେବା ଦେବୀଙ୍କ ନିର୍ଧାରଣ ମଣିଷର ଜନ୍ମ ଜନ୍ମାନ୍ତର ସଂସ୍କାରରୁ ହୋଇଥାଏ | କୌଣସି କାରଣ ବିନା ଈଶ୍ୱରଙ୍କ ଯେଉଁ ସ୍ୱରୂପ ପ୍ରତି ମଣିଷ ଆକୃଷ୍ଟ ହୋଇଥାଏ ସେ ହିଁ ତାଙ୍କର ଈଷ୍ଟଦେବ  ବା ଦେବୀ ହୋଇଥାନ୍ତି | ଗ୍ରହ କେବେ ମଧ୍ୟ ଈଶ୍ୱରଙ୍କ ନିର୍ଧାରଣ କରିନଥାନ୍ତି | ଗ୍ରହରେ କିମ୍ବା କୁଣ୍ଡଳୀରେ କୌଣସି ସମସ୍ୟା ଥିଲେ ବିଶେଷ ଦେବାଦେବୀଙ୍କୁ ପୂଜା କରାଯାଇଥାଏ |

କେଉଁ ଗ୍ରହର ସମସ୍ୟା ପାଇଁ କେଉଁ ଦେବାଦେବୀଙ୍କୁ ପୂଜା କରିବେ :

-କୁଣ୍ଡଳୀରେ ରବି ଦୋଷ ଥିଲେ ସୂର୍ଯ୍ୟଙ୍କୁ ଉପାସନା କରିବେ ନଚେତ ଗାୟତ୍ରୀ ମନ୍ତ୍ର ଜପ କରିବେ |

-ଚନ୍ଦ୍ର ଗ୍ରହରେ ଦୋଷ ଥିଲେ ଭଗବାନ ଶିବଙ୍କୁ ପୂଜା କରିବେ |

-ମଙ୍ଗଳ ପାଇଁ କୁମାର କାର୍ତ୍ତିକେୟ କିମ୍ବା ହନୁମାନଙ୍କ ପୂଜା କରିବେ |

-ବୁଧଙ୍କ ପାଇଁ ମା’ ଦୁର୍ଗାଙ୍କ ଉପାସନା କରିବେ |

-ବୃହଷ୍ପତ୍ତିଙ୍କ ପାଇଁ ଶ୍ରୀହରିଙ୍କୁ ପୂଜା କରିବେ |

-ଶୁକ୍ର ପାଇଁ ମା’ ଲକ୍ଷ୍ମୀ କିମ୍ବା ମା’ ଗୌରୀଙ୍କୁ ପୂଜା କରିବେ |

-ଶନିଙ୍କ ପାଇଁ ଭଗବାନ ଶ୍ରୀକୃଷ୍ଣ କିମ୍ବା ଭଗବାନ ଶିବଙ୍କୁ ପୂଜା କରିବେ |

-ରହୁ ପାଇଁ ଭୈରବଙ୍କୁ ଉପାସନା କରିବେ |

-କେତୁ ପାଇଁ ଭଗବାନ ଗଣେଶଙ୍କୁ ଉପାସନା କରିବେ |

ବିଶେଷ ସମସ୍ୟା ପାଇଁ କେଉଁ ଦେବାଦେବୀଙ୍କ ଉପାସନା କରିବେ :

-ମାନସିକ ଅଶାନ୍ତି ପାଇଁ ଭଗବାନ ଶିବଙ୍କୁ ଉପାସନା କରିବେ |

-ଶାରୀରିକ ସମସ୍ୟା ବା କୌଣସି ପୀଡାରୁ ମୁକ୍ତି ପାଇଁ ହନୁମାନଙ୍କୁ ପୂଜା କରିବେ |

-ଯଦି ବିବାହରେ ବିଳମ୍ବ ହେଉଛି ତାହେଲେ ଯୁବକମାନେ ମା’ ଦୁର୍ଗାଙ୍କୁ ଉପାସନା କରିବା ଉଚିତ |

-ବିବାହରେ ବିଳମ୍ବ ହେଉଥିଲେ ଯୁବତୀମାନେ ଭଗବାନ ଶିବଙ୍କୁ ପୂଜା କରିବା ଉଚିତ |

-ବାଧା ବିଘ୍ନ ଦୂରୀକରଣ ପାଇଁ ବିଘ୍ନବିନାଶକ ଭଗବାନ ଗଣେଶଙ୍କୁ ପୂଜା କରିବେ |

-ଧାନ ପ୍ରାପ୍ତି ପାଇଁ ମା ଲକ୍ଷ୍ମୀଙ୍କୁ ଉପାସନା କରିବେ |

-ମୁକ୍ତି ପାଇବା ପାଇଁ ହେଲେ କିମ୍ବା ମୋକ୍ଷ ପ୍ରାପ୍ତି ପାଇଁ ଅଥବା ଆଧ୍ୟାତ୍ମିକ ଉପଲବ୍ଧି ପାଇଁ ଭଗବାନ ଶ୍ରୀକୃଷ୍ଣ ବା ଭଗବାନ ଶିବଙ୍କ ଉପାସନା କରିବେ |

   Related Posts