୨୦୧୯ ନିର୍ବାଚନରେ ବାବା ରାମଦେବ କାହାକୁ କରିବେ ସମର୍ଥନ ! କହିଲେ ଏମିତି କିଛି .....

Published By : Prameya-News7 Bureau | October 09, 2018 IST

ନୂଆଦିଲ୍ଲୀ ୯/୧୦ : ୨୦୧୯ ନିର୍ବାଚନରେ ବାବା ରାମଦେବ କାହାକୁ ସମର୍ଥନ କରିବେ ସେ ନେଇ ବିଭିନ୍ନ ସମୟରେ କଳ୍ପନା ଜଳ୍ପନା ପ୍ରକାଶ ପାଇଆସୁଛି | କିଛି ଦିନ ତଳେ ବିଜେପିର ସମର୍ଥନ ସମ୍ପର୍କ ଅଭିଯାନ ବେଳେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ମଧ୍ୟ ଯୋଗଗୁରୁ ରାମଦେବଙ୍କୁ ସାକ୍ଷାତ କରିଥିଲେ | ସେ ବିଜେପିକୁ ସମର୍ଥନ କରିବାକୁ ବାବା ରାମଦେବଙ୍କୁ ଅନୁରୋଧ କରିଥିବା ସାମ୍ବାଦିକମାନଙ୍କୁ କହିଥିଲେ | ଏପରିକି ୨୦୧୪ ନିର୍ବାଚନରେ ବିଜେପିକୁ ବିଜୟୀ କରିବା କ୍ଷେତ୍ରରେ ଯେଉଁମାନଙ୍କ ସହଯୋଗ ରହିଥିଲା ସେମାନଙ୍କୁ ସେ ଭେଟୁଛନ୍ତି ବୋଲି ମଧ୍ୟ ଅମିତ ଶାହ କହିଥିଲେ | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟକଳାପକୁ ବାବା ରାମଦେବ ବିଭିନ୍ନ ସମୟରେ ପ୍ରଶଂସା କରୁଥିବା ମଧ୍ୟ ଦେଖିବାକୁ ମିଳିଛି | ତେବେ ଏବେ ବାବା ରାମଦେବ କହିଛନ୍ତି ଯେ, ସେ ସମ୍ପୂର୍ଣ ଭାବେ ନିର୍ଦଳୀୟ | କୌଣସି ରାଜନୈତିକ ଦଳକୁ ସମର୍ଥନ ବା ବିରୋଧ କରନ୍ତି ନାହିଁ | କେବଳ ଦେଶକୁ ଭଲ ଲୋକ ଶାସନ କରନ୍ତୁ ବୋଲି ଚାହୁଁଥିବା କହିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.