ଆଳୁ ଦର ଅସମ୍ଭାଳ : ୯ ମାସରେ ସର୍ବୋଚ୍ଚ ସ୍ତରରେ ହୋଲସେଲ୍ ମୁଦ୍ରାସ୍ପୀତି, ବୃଦ୍ଧି ପାଇଛି ଅତ୍ୟାବଶ୍ୟକ ସାମଗ୍ରୀ ଦାମ୍

Published By : Prameya-News7 Bureau | December 14, 2020 IST

ନୂଆଦିଲ୍ଲୀ ୧୪/୧୨ : ହୋଲସେଲ୍ ମୂଲ୍ୟ ଆଧାରିତ (WPI) ମୁଦ୍ରାସ୍ପୀତି ଗତ ୯ ମାସ ମଧ୍ୟରେ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି । ଗତ ନଭେମ୍ବର ମାସରେ ମୁଦ୍ରାସ୍ପୀତି ୧.୫୫ ପ୍ରତିଶତରେ ପହଞ୍ଚିଛି । ଅକ୍ଟୋବର ମାସରେ ଏହା ୧.୪୮ ପ୍ରତିଶତ ଥିଲା । ନଭେମ୍ବର ମାସରେ ଆଳୁ ସମେତ ଅନ୍ୟ ଦ୍ରବ୍ୟଗୁଡିକର ଦାମ ଅପେକ୍ଷାକୃତ ବୃଦ୍ଧି ପାଇଛି । ବର୍ଷେ ପୂର୍ବରୁ ଅର୍ଥାତ ୨୦୧୯ ନଭେମ୍ବରରେ ହୋଲସେଲ୍ ମୁଦ୍ରାସ୍ପୀତି ୦.୫୮ ପ୍ରତିଶତ ଥିଲା ।

ଖାଦ୍ୟ ପଦାର୍ଥ ଦାମଗୁଡିକରେ କିଛିଟା ସୁଧାର ଆସିଛି । କିନ୍ତୁ ଉତ୍ପାଦନ ଶୁଳ୍କ ବଢୁଥିବାରୁ ଦର ଦାମରେ ବୃଦ୍ଧି ଦେଖାଯାଇଛି । ୨୦୨୦ ଫେବୃୟାରୀରେ WPI ସବୁଠାରୁ ଉଚ୍ଚ ସ୍ତର ୨.୨୬ ପ୍ରତିଶତ ଥିଲା । ତେବେ ଅକ୍ଟୋବର ମାସରେ ମୁଦ୍ରାସ୍ପୀତି ୬.୩୭ ପ୍ରତିଶତ ଥିଲା । ସେହିଭଳି ନଭେମ୍ବର ମାସରେ ଏହା ଖସି ଆସି ୩.୯୪ ପ୍ରତିଶତରେ ପହଞ୍ଚିଥିଲା । ଆଳୁ ଭଳି ଦରକାରୀ ଦ୍ରବ୍ୟର ଦାମ ଆକାଶ ଛୁଆଁ ହାଇଥିଲା । ସେହିଭଳି ଅଣ-ଖାଦ୍ୟ ପ୍ରବନ୍ଧରେ ମୁଦ୍ରାସ୍ଫୀତି ୮.୪୩ ପ୍ରତିଶତ ରହିଥିଲା । ଅନ୍ୟପକ୍ଷରେ, ଇନ୍ଧନ ଏବଂ ପାଓ୍ବାର ବାସ୍କେଟ୍ ମୁଦ୍ରାସ୍ଫୀତି ୯.୮୭ ପ୍ରତିଶତ ହ୍ରାସ ପାଇଛି ।

ଉଲ୍ଲେଖ୍ୟନୀୟ କଥା ହେଉଛି ଚଳିତ ମାସରେ ମୁଦ୍ରୀ ନୀତି ସମୀକ୍ଷା ସମୟରେ ରିଜର୍ଭ ବ୍ୟାଙ୍କ ଏହି ଆଶଙ୍କା କରିଥିଲା ଯେ, ଆଗକୁ ମଧ୍ୟ ମହଙ୍ଗା ଦର ଉଚ୍ଚ ସ୍ତରରେ ରହିବ । ଉକ୍ତ ସମୀକ୍ଷା ବୈଠକରେ ରିଜର୍ଭ ବ୍ୟାଙ୍କ କହିଥିଲା ଡିସେମ୍ବର ମାସରେ ଖୁଚୁରା ମହଙ୍ଗା ଦର ୬.୮ ପ୍ରତିଶତ ଛୁଇଁପାରେ । ଅକ୍ଟୋବର ମାସରେ ହୋଲସେଲ୍ ମୁଦ୍ରାସ୍ଫୀତି ୧.୪୮ ପ୍ରତିଶତ ଥିଲା । ଗତ ୮ ମାସ ମଧ୍ୟରେ ଏହା ହେଉଛି ସର୍ବୋଚ୍ଚ ସ୍ତର । ଅକ୍ଟୋବରରେ ମୁଦ୍ରାସ୍ଫୀତି ବୃଦ୍ଧି ହେବାର ସବୁଠାରୁ ବଡ କାରଣ ହେଉଛି ଉତ୍ପାଦିତ ଦ୍ରବ୍ୟର ମୂଲ୍ୟ ବୃଦ୍ଧି । ସେପ୍ଟେମ୍ବରରେ ହୋଲସେଲ ମୁଦ୍ରାସ୍ଫୀତି (ଡବ୍ଲୁପିଇ) ୧.୩୨ ପ୍ରତିଶତ ରହିଥିଲା । ଗତ ବର୍ଷ ଅକ୍ଟୋବର ମାସରେ ମୁଦ୍ରାସ୍ଫୀତି ଶୂନ ଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.