ବାଲେଶ୍ବର ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ରାତି ସାରା ଧାରଣାରେ ବସିଲେ ଛାତ୍ରଛାତ୍ରୀ
27/11/2019 at 8:18 AM

ବାଲେଶ୍ବର ୨୭।୧୧: ନିଜର ଦାବି ନେଇ ରାତି ସାରା ଧାରଣାରେ ବସିଲେ ଛାତ୍ରଛାତ୍ରୀ । ବାଲେଶ୍ବର ଜିଲାପାଳଙ୍କ ଅଫିସ ସମ୍ମୁଖରେ ଫକୀର ମୋହନ ବିଶ୍ବ ବଦ୍ୟାଳୟର ଛାତ୍ରଛାତ୍ରୀମାନେ ଧାରଣାରେ ବସିଛନ୍ତି ।

ସୂଚନାଯୋଗ୍ୟ ଯେ, ବି.ଏଡ ଆଉ ଏମ.ଏଡ ପିଲାମାନେ ଶିକ୍ଷକ ନିଯୁକ୍ତି ପରୀକ୍ଷାରୁ ବଂଚିତ ହେଉଛନ୍ତି । ଏହି ଦୁଇ ବିଭାଗରେ ପଢୁଥିବା ଛାତ୍ର ଛାତ୍ରୀ ଓଟିଇଟି, ସିଟିଇଟି, ଓଏସଏସଟିଇଟି ପରୀକ୍ଷା ଦେଇ ପାରୁ ନାହାନ୍ତି, ଏନେଇ ସେମାନେ ବାରମ୍ବାର ଦାବି କରୁଥିଲେ ବି କିଛି ସୁଫଳ ମିଳୁନାହିଁ । ସେଥିପାଇଁ ଶହେରୁ ଅଧିକ ଛାତ୍ର ଛାତ୍ରୀ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଗତକାଲିଠାରୁ ଧାରଣାରେ ବସିଛନ୍ତି । ଏପରିକି ରାତି ସାରା ଶୀତ କାକରରେ ବସି ଛାତ୍ରଛାତ୍ରୀ ଆନ୍ଦୋଳନ ଜାରି ରଖିଛନ୍ତି ।
Related Posts
ଝାରପଡା ଜେଲ୍ରେ କଏଦୀ ମୃତ, ୨୦୦୮ମସିହାରୁ ଥିଲା ଜେଲ୍ରେ
16 January 2021