Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ଆଉ କେତେ ଦୁଃଖ ଦେବ ମହାମାରୀ ? ଉଜାଡିଦେଲା ସୁନା ସଂସାର: ଗୋଟିଏ ସପ୍ତାହରେ ଛାରଖାର ହୋଇଗଲା ପୁରା ପରିବାର

23/04/2021 at 3:50 PM

ଉଜ୍ଜେନ ୨୩/୦୪ : ଉତ୍ତର ପ୍ରଦେଶରେ କରୋନା ସଂକ୍ରମଣ ଘରେ ଘରେ ମାଡିଗଲାଣି। ପ୍ରତି ଘରେ ଜଣେ ଦୁଇଜଣ ଲେଖାଏଁ ସଂକ୍ରମିତ ହୋଇଛନ୍ତି। ସଂକ୍ରମିତ ଓ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଉତ୍ତର ପ୍ରଦେଶ ଉଜ୍ଜେନରୁ ଏକ ଦୁଃଖଦ ଖବର ଆସିଛି। ଭୟାବହ କରୋନା ଗୋଟିଏ ସପ୍ତାହରେ ପୁରା ପରିବାରକୁ ଛାରଖାର କରିଦେଇଛି। ପ୍ରଥମେ ଜେଜେ, ତାପରେ ମା, ବାପା ଓ ପରିବାରର ଅଲିଅଳି ଝିଅର ମୃତ୍ୟୁ ହୋଇଛି। କରୋନା ପୁରା ପରିବାରକୁ ଖାଇଦେଇଛି। ଖବର ଶୁଣି ପୁରା ସହର ଆଚମ୍ବିତ ହୋଇଯାଇଛି।

ଉଜ୍ଜେନ ବିକ୍ରମନଗରରେ ରହୁଥିବା ଜୈନ ପରିବାରକୁ କରୋନା ଛାରଖାର କରିଦେଇଛି। ଘରର ବରିଷ୍ଠ ସଦସ୍ୟ, ତାଙ୍କ ପୁଅ ସନ୍ତୋଷ କୁମାର ଜୈନ, ତାଙ୍କ ପତ୍ନୀ ମଞ୍ଜୁଳା ଓ ତାଙ୍କର ୨୬ ବର୍ଷୀୟ ଝିଅ ଆୟୁଷି କରୋନା ଯୋଗୁଁ ଗୋଟିଏ ସପ୍ତାହରେ ଦୁନିଆ ଛାଡି ଚାଲିଗଲେ। ଏବେ ଘରର ଦେଖାଶୁଣା କରିବାକୁ କେହି ନାହାନ୍ତି। ସନ୍ତୋଷଙ୍କ ଆଉ ଏକ ଝିଅ ନେଦରଲ୍ୟାଣ୍ଡରେ ରୁହନ୍ତି। ସନ୍ତୋଷଙ୍କ ସମ୍ପର୍କୀୟ ନେଦରଲ୍ୟାଣ୍ଡରେ ରହୁଥିବା ଝିଅକୁ ସୂଚନା ଦେଇ ଘର ବାହାରେ ସିକ୍ୟୁରିଟି ଗାର୍ଡ ନିୟୋଜିତ କରିଛନ୍ତି।

ସୂଚନା ଅନୁଯାୟୀ, ଏପ୍ରିଲ ୩ ତାରିଖରେ ସନ୍ତୋଷ ଜୈନଙ୍କ ପିତାଙ୍କର ଦେବାସରେ ମୃତ୍ୟୁ ହୋଇଥିଲା। ସେଠାରୁ ଆସିବା ପରେ ୮ ତାରିଖରେ ତାଙ୍କ ପତ୍ନୀ ମଞ୍ଜୁଳାଙ୍କୁ ଜ୍ୱର ହୋଇଥିଲା। ଯାଞ୍ଚ ପରେ ରିପୋର୍ଟ ପଜିଟିଭ ଆସିଥିଲା। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଦୁଇ ଦିନ ପରେ ଅର୍ଥାତ ୧୦ ତାରିଖରେ ତାଙ୍କର ମୃତ୍ୟୁ ହୋଇଗଲା। ପତ୍ନୀଙ୍କ ଅନ୍ତିମ ସଂସ୍କାର ପରେ ସନ୍ତୋଷଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡି ଗଲା। ଏହାପରେ ସନ୍ତୋଷ ଓ ଆୟୁଷିଙ୍କ ଯାଞ୍ଚ ରିପୋର୍ଟ ମଧ୍ୟ ପଜିଟିଭ ଆସିଥିଲା। ସନ୍ତୋଷଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଝିଅକୁ ଦେବାସର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ୧୬ ତାରିଖରେ ସନ୍ତୋଷଙ୍କ ମୃତ୍ୟୁ ହୋଇଥିଲା ଓ ୧୯ରେ ଆୟୁଷ ମଧ୍ୟ ଜୀବନ ଯୁଦ୍ଧରେ ହାରି ଯାଇଥିଲେ। କରୋନା ପ୍ରୋଟୋକଲ ଅନୁଯାୟୀ ୩ଜଣଙ୍କ ଅନ୍ତିମ ସଂସ୍କାର ପ୍ରଶାସନ କରିଥିଲା।

ସନ୍ତୋଷ ଜୈନ ବିଜୁଳି ବିଭାଗରେ କାର୍ଯ୍ୟରତ ଥିଲେ। କିଛି ଦିନ ପୂର୍ବରୁ ସେ ଅବସର ନେଇଥିଲେ। ତାଙ୍କ ପତ୍ନୀ ମଞ୍ଜୁଳା ଏକ ସ୍କୁଲରେ ଶିକ୍ଷୟତ୍ରୀ ଥିଲେ। ତାଙ୍କର ଦୁଇ ଝିଅ। ବଡ ଝିଅ ବାହାଘର ପରେ ନେଦରଲ୍ୟାଣ୍ଡରେ ରୁହନ୍ତି ଓ ସାନ ଝିଅ ଆୟୁଷି ବାପା-ମା’ଙ୍କ ପାଖରେ ରହୁଥିଲେ।

   Related Posts