ବଂଶ ବୁଡାଇବାକୁ ବସିଛି ଯକ୍ଷ୍ମା: ପ୍ରଥମେ ଘରର ମୁରବୀ, ତା ପରେ ଦୁଇଝିଅ ମଲେ, ଆଉ ଏବେ ମା-ପୁଅ ବି ଆକ୍ରାନ୍ତ

Published By : Prameya-News7 Bureau | December 05, 2018 IST

ଯାଜପୁର ୫|୧୨: ଯକ୍ଷ୍ମା ବଂଶ ବୁଡ଼ାଇବାକୁ ବସିଛି । । ପ୍ରଥମେ ଘରର ମୁରବୀ ଚାଲିଗଲେ । ପରେ ପରେ ଆଗ ପଛ ହୋଇ ଚାଲିଗଲେ ୨ ଝିଅ । ଏବେ ବଞ୍ଚିଥିବା ମା, ୯ ବର୍ଷର ପୁଅ ବି ଯକ୍ଷ୍ମା ରୋଗରେ ଆକ୍ରାନ୍ତ । ଯାଜପୁର ରସଲପୁର ଚାନ୍ଦପୁର ଗାଁରୁ ଦେଖିବା ଆମର ଏଇ ସ୍ବତନ୍ତ୍ର ରିପୋର୍ଟ । ଯକ୍ଷ୍ମା ପରିବାରର ୩ ଜଣଙ୍କ ମୁଣ୍ଡ ନେଇ ସାରିଲାଣି । ଏବେ ଆଉ ଦୁଇ ଜଣ ବି ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ସହ ଲଢ଼ୁଛନ୍ତି । ଯାଜପୁର ରସଲପୁର ଚାନ୍ଦପୁର ଗାଁର ଶମ୍ଭୁନାଥ ବାରିକ ପ୍ରଥମେ  ଟି.ବି ରୋଗରେ ପଡ଼ିଲେ । ଅର୍ଥ ଅଭାବରୁ ଉପଯୁକ୍ତ ଚିକିତ୍ସା ସମ୍ଭବ ହେଲାନି । ଶେଷରେ ଆଖି ବୁଜିଲେ ଶମ୍ଭୁନାଥ ।ଦୁଃଖ ଯେମିତି ସାଙ୍ଗ ସାଥୀ ନେଇ ଆସିଥିଲା । ପଛକୁ ପଛ ଯକ୍ଷ୍ମାରେ ପଡ଼ି ଦୁଇ ଝିଅ ବି ଆଖି ବୁଜିଲେ । ବଞ୍ଚିଥିବା ଶମ୍ଭୁନାଥଙ୍କ ସ୍ତ୍ରୀ ପ୍ରତିମା ଏବଂ ଏବଂ ୯ ବର୍ଷର ପୁଅ ଶୁଭମ ବି ଏବେ  ଯକ୍ଷ୍ମାରେ ଆକ୍ରାନ୍ତ । ପ୍ରତିମାଙ୍କୁ ବିଧବା ଭତ୍ତା ବି ମିଳୁନି । ବାରମ୍ବାର ଆବେଦନ, ଅଭିଯୋଗ ପରେ ବି ଫଳ ଘର ଶୂନ । ନିଜର ଘର ନଥିବାରୁ ପଡ଼ୋଶୀ ଘରେ ରୁହନ୍ତି ମା-ପୁଅ । ମୂଲ ମଜୁରୀ ଲାଗି ଚଳନ୍ତି ପ୍ରତିମା । ସେଥିରେ ପୁଣି ପୁଅର ପଢ଼ା ଏବଂ ଚିକିତ୍ସା ଖର୍ଚ୍ଚ ଅଛି । [embed]https://youtu.be/VnbPlbcuryo[/embed]

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.