ବ୍ରହ୍ମପୁର ୧୩।୧୨: ସମୁଦ୍ରକୂଳରେ ଲାଗିଛି ବିରାଟ ତିମିର ମୃତଦେହ । ସାମୁଦ୍ରିକ ଜୀବର ମୃତଦେହଟି ଗଳିତ ଅବସ୍ଥାରେ ରହିଛି । ତେବେ ପ୍ରାୟ ୩୦ଫୁଟ ଲମ୍ବର ଏହି ତିମିଟି କିପରି ପ୍ରାଣ ହରାଇଲା ଓ ତାହାର କାରଣ ଜଣାପଡିନି ।
{"id":197123,"sizeSlug":"large"}ସୂଚନାଯୋଗ୍ୟ ଯେ, ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବନବିଭାଗ ରେଞ୍ଜ ଅନ୍ତର୍ଗତ ବଟେଶ୍ବର ବେଳାଭୂମିରୁ ଏହି ତିମି ମୃତଦେହଟି ଉଦ୍ଧାର ହୋଇଛି। ତିମି ପଡିଥିବାର ଦେଖି ସ୍ଥାନୀୟଲୋକେ ବନବିଭାଗକୁ ଖବର ଦେଇଥିଲେ, ପରେ ବନବିଭାଗର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ତିମିର ମୃତଦେହକୁ ପୋଷ୍ଟମର୍ଟମ କରାଯାଇଥିବା ସୂଚନା । ଜେସିବି ସାହାର୍ଯ୍ୟରେ ତିମିକୁ ବେଳାଭୂମିରେ ପୋତାଯାଇଛି ।