ସାରା ଭୁବନେଶ୍ୱର ହେବ ୱାଇଫାଇ
31/08/2018 at 1:11 AM

ଭୁବନେଶ୍ୱର ୩୧/୮ : ସ୍ବାୟତ୍ତ ଶାସନ ଦିବସରେ ସ୍ମାର୍ଟସିଟି ବାସୀଙ୍କୁ ରାଜ୍ୟ ସରକାରଙ୍କ ଭେଟି । ପୁରା ଭୁବନେଶ୍ୱର ହେବ ୱାଇଫାଇ । ସ୍ୱାୟତ୍ତ ଶାସନ ଦିବସ ପାଳନ ଅବସରରେ ବିଏମସି ମେୟର ଅନନ୍ତ ନାରାୟଣ ଜେନା ଏହି ଘୋଷଣା କରିଛନ୍ତି । ନଭେମ୍ବରରେ ହେବାକୁ ଥିବା ବିଶ୍ୱକପ ହକି ପୂର୍ବରୁ ଭୁବନେଶ୍ୱରର ରୂପରେଖ ବଦଳିବ । ସେହିପରି ରାଜଧାନୀରେ ଆଉ ୧୦୦ଟି ନୂଆ ସିଟି ବସ୍ ଗଡ଼ିବାର ଯୋଜନା ମଧ୍ୟ ରହିଛି । ଏହା ଛଡା ୮୦ କିଲୋମିଟର ପର୍ଯ୍ୟନ୍ତ ରାସ୍ତାରେ ୱାଲ ପେଣ୍ଟିଂ କରାଯିବ । ଯେଉଁଥିରେ ଓଡ଼ିଶାର କଳା, ଐତିହ୍ୟକୁ ଏଥିରେ ସ୍ଥାନ ଦିଆଯିବ । ଭୁବନେଶ୍ୱରକୁ ଜଳବନ୍ଦୀ ମୁକ୍ତ କରିବାକୁ ମଧ୍ୟ ବିଏମସି ପକ୍ଷରୁ ଯୋଜନା କରାଯାଇଛି ବୋଲି କହିଛନ୍ତି ମେୟର ।
Related Posts
ନିଆଁ ଲାଗି ଜଳିଗଲା ଏକର ଏକର ଜଙ୍ଗଲ
7 March 2021
ବୁଲାଣିରେ ଓଲଟିଲା ପିକ୍ଅପ୍ ଭ୍ୟାନ୍, ଜଣେ ଗୁରୁତର
7 March 2021