Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଲେପୁର : ଷଣ୍ଢକୁ ଧକ୍କା ଦେବା ପରେ ହୁତୁ ହୁତୁ ହୋଇ ଜଳିଲା କାର୍, ଅଳ୍ପକେ ବର୍ତ୍ତିଲେ ୪ ଜଣ
  • ||
  • ଭୁବନେଶ୍ବର : ‘ପରୀ’ ହତ୍ୟାକାରୀକୁ ଧରାଇଦେଲେ ମିଳିବ ଲକ୍ଷେ ଟଙ୍କା
  • ||
  • ନୟାଗଡ : ଘର ବାଡିପଟୁ ମିଳିଲା ବୃଦ୍ଧଙ୍କ ମୃତଦେହ, ମୁଣ୍ଡ ଏବଂ ମୁହଁରେ ରହିଛି କ୍ଷତଚିହ୍ନ, ହତ୍ୟା ସନ୍ଦେହ
  • ||
  • ଯାଜପୁର : ଭୟାବହ ଅଗ୍ନିକାଣ୍ଡ, ୧୨ ବଖରା ଘର ସହ ଜଳିଗଲା ଲକ୍ଷାଧିକ ଟଙ୍କାର ସୁନା ଗହଣା
  • ||
  • ଢେଙ୍କାନାଳ : ବାଇକ୍‌କୁ ଧକ୍କା ଦେଲା କାର୍, ଆରୋହୀ ପିଟିହେଲେ ଟ୍ରକ୍‌ରେ, ଚାଲିଗଲା ଜୀବନ
  • ||
  • ନିଆଳି : ଭାରସାମ୍ୟ ହରାଇ ନାଳକୁ ଖସିପଡିଲା ଟ୍ରକ୍ : ଜଣେ ମୃତ, ଦୁଇ ଗୁରୁତର
  • ||
  • ମୁନିଗୁଡା : ଅପରେସନ୍ ଗ୍ରୀନ୍ କ୍ଲିନ୍, ୫ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ଢେଙ୍କାନାଳ : ଚାଷୀଙ୍କୁ କଚାଡି ମାରିଲା ଦନ୍ତା, କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକଙ୍କ ରାସ୍ତା ଅବରୋଧ
  • ||
  • ହରିୟାଣାର ସ୍ୱାସ୍ଥ୍ୟ ମନ୍ତ୍ରୀ କୋରୋନା ପଜିଟିଭ୍‌ ଚିହ୍ନଟ, ‘କୋଭାକ୍ସିନ୍‌’ର ପରୀକ୍ଷାମୂଳକ ଟିକା ନେଇଥିଲେ ଅନିଲ ଭିଜ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୬୫ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||

ଗଞ୍ଜାମ ଜିଲ୍ଲାରେ ଭୋଟ ସରିବା ପରେ ଏବେ ଚାଲିଛି ଅଙ୍କ କଷା : କିଏ ଜିତିବ କିଏ ହାରିବ

20/04/2019 at 6:14 PM

ବ୍ରହ୍ମପୁର ୨୦|୪: ସରିଛି ଭୋଟ୍ । ଗଂଜାମବାସୀ ନିଜ ମତାଧିକାର ସାବ୍ୟସ୍ତ କରିଛନ୍ତି । ଇଭିଏମରେ ସିଲ୍‌ ହୋଇ ରହିଛି ନେତାଙ୍କ ଭାଗ୍ୟ । ମେ ୨୩ ଯାଏଁ ଟିକିଏ ଶାନ୍ତିରେ ନିଶ୍ବାସ ମାରିବା କଥା ନେତାଏ । ବାସ୍ତବ କଥା ହେଲା ଏବେ ପ୍ରାର୍ଥୀ ହାର୍ ଜିତ୍‌କୁ ନେଇ ଚଳାଇଛନ୍ତି ଅଙ୍କ କଷା ।

ପ୍ରଚାର ଘୋ ଘା ସରିଛି । ଗଂଜାମବାସୀ ବି ଭୋଟ୍ ଦେଇ ସାରିଛନ୍ତି । ଆଉ ଆଗ ଭଳି ବ୍ୟସ୍ତ ନାହାଁନ୍ତି ନେତାଏ ।  ହେଲେ ଟେନସନ୍ କମିନି । କିଏ କେତେ ଭୋଟ୍ ପାଇବ ? ହାର୍ ଜିତ୍‌କୁ ନେଇ ଚାଲିଛି ଗଣିତ କଷା ।  ନିଜସ୍ବ ସଂଗଠନ ସହ ଲୋକ ସମର୍ଥନକୁ ନେଇ ବିଜୟୀ ହେବାକୁ ଆଶା ରଖିଛନ୍ତି କିଛି ପ୍ରାର୍ଥୀ । ପୁଣି କିଏ ଦଳୀୟ ସଂଗଠନ ଏବଂ ହାୱାରେ ଜିତିବେ ବୋଲି କହୁଛନ୍ତି । 

ଗଞ୍ଜାମ ଜିଲ୍ଲାରେ ୩୨ ଲକ୍ଷ ୭୨ ହଜାର ୪୫୦ ଜଣ ଭୋଟର ଅଛନ୍ତି । ୩ ହଜାର ୬୩ ବୁଥ୍‌ରେ ୧୮ ଲକ୍ଷ ୪୭ ହଜାର ୫୯୧ ଜଣ ଭୋଟର ମତଦାନ ସାବ୍ୟସ୍ତ କରିଛନ୍ତି । ଏଥର ୬୫.୦୩ ପ୍ରତିଶତ ମତଦାନ ହୋଇଛି । ଜିଲ୍ଲାର ଭଞ୍ଜନଗର ନିର୍ବାଚନ ମଣ୍ଡଳୀରେ ସର୍ବାଧିକ ୬୯.୦୬ ଭୋଟ୍ ହାର ରହିଥିବା ବେଳେ ବ୍ରହ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ସର୍ବନିମ୍ନ ଭୋଟ୍ ହାର ୫୬.୨୦ ପ୍ରତିଶତ ରହିଥିବା ଜଣାପଡିଛି।

ଗତ ନିର୍ବାଚନରେ ଜିଲ୍ଲାର ଭୋଟ୍ ହାର ୬୪.୯୯ ପ୍ରତିଶତ ରହିଥିବା ବେଳେ ଚଳିତ ନିର୍ବାଚନରେ ଭୋଟ୍ ହାର ବୃଦ୍ଧି ପାଇ ୬୫.୦୩ ପ୍ରତିଶତ ରହିଛି। ଏସବୁ ଭିତରେ କିଏ ପରିବର୍ତ୍ତନ ହାୱା ଯୋଗୁଁ ନିଶ୍ଚିତ ଭାବେ ବିଜୟୀ ହେବା ଆଶା ରଖିଥିବା ବେଳେ ଆଉ କିଏ ରାଜ୍ୟ ସରକାରଙ୍କ ବିଭିନ୍ନ ଜନ ହିତକାରୀ ଯୋଜନାର ସୁଫଳ ଯୋଗୁଁ ବିଜୟୀ ହେବା ଆଶା ରଖିଥିବା କହିଛନ୍ତି। ବିଶେଷ କରି ମହିଳା ଓ ଯୁବ ଭୋଟର୍ ବିଜୟୀ ନିର୍ଣ୍ଣାୟକ ଭୂମିକାରେ ରହିବେ ବୋଲି  ଅଙ୍କ କଷିଛନ୍ତି ନେତାଏ ।

କିଏ ଜିତିବ କିଏ ହାରିବ ନେତା ଅଙ୍କ କଷୁଥିବା ବେଳେ କାହା ଅଙ୍କ ଠିକ୍ ରହିବ ତାହା ମେ ମାସ ୨୩ ତାରିଖ ଭୋଟ୍ ପ୍ରକାଶ ପରେ ସ୍ପଷ୍ଟ ହୋଇଯିବ —-।

   Related Posts